Skip to main content

Posts

Showing posts with the label North East

ଉତ୍ତର-ପୂର୍ବରେ ନାଗରିକତା ସଂଶୋଧନ ଆଇନର ତାତି

ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେଲା ପରେ ଦିଲ୍ଲୀଠାରୁ ଆରମ୍ଭ କରି ଦେଶର ବିଭିନ୍ନ ଅ ଞ୍ଚ ଳ ସମେତ ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଏହି ଆଇନକୁ ପ୍ରବଳ ବିରୋଧ ହେଉଛି । ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଦ୍ୱାରା ଏହା ବିରୋଧର ସମ୍ମୁଖୀନ । କେଉଁଠି ଶାନ୍ତି ପୂର୍ଣ୍ଣ ପ୍ରତିବାଦ ହେଉଛି ତ ପୁଣି କେଉଁଠି ଏହା ଉଗ୍ର ରୂପ ଧାରଣ କରି ହିଂସାତ୍ମକ ହେଉଛି । ସମ୍ଭବତଃ, ଗତ ୩୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଣୀତ କୌଣସି ଆଇନ ବିରୁଦ୍ଧରେ ଦେଶବ୍ୟାପୀ ଏ ଭଳି ବିରୋଧ ପ୍ରଦର୍ଶନ ଦେଖା ଦେଇ ନଥିଲା । ତେବେ ଏହି ଆଇନ ମୁସଲମାନ ବିରୋଧୀ ତଥା ସମ୍ବିଧାନର ମୌଳିକ ଢା ଞ୍ଚା ର ଅବମାନନା ଦର୍ଶାଇ ଦେଶର ଅନ୍ୟତ୍ର ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଉତ୍ତର-ପୂର୍ବ ଭାରତରେ ଏହି ଆଇନକୁ ବିରୋଧର କାରଣ କିନ୍ତୁ ଭିନ୍ନ । ଉତ୍ତର-ପୂର୍ବ ଭାରତର ଅଧିବାସୀଙ୍କ ଦ୍ୱାରା ଏହି ଆଇନ ପ୍ରତ୍ୟାଖ୍ୟାତ ହେବାର କାରଣଗୁଡିକୁ ବୁଝିବାର ଆବଶ୍ୟକତା ରହିଛି । ନାଗରିକତା ସଂଶୋଧନ ଆଇନ, ୨୦୧୯ର ପ୍ରାବଧାନ ଅନୁଯାୟୀ ଧାର୍ମିକ ଉତ୍ପୀଡନର ଶିକାର ହୋଇ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ପଳାଇ ଆସିଥିବା ଅଳ୍ପ ସଂଖ୍ୟକ ହିନ୍ଦୁ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଓ ପାର୍ସି ଧର୍ମାବଲମ୍ବୀଙ୍କୁ ନାଗରିକତା ପ୍ରଦାନ କରାଯିବ । ଉତ୍ତର-ପୂର୍ବ ଭାରତର ଲୋକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ସରକାର ନାଗର...