ଓଡିଶାରେ ୨୦୨୩ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ ବିଶ୍ୱ ନୃତାତ୍ତ୍ୱିକ କଂଗ୍ରେସ ’ (ୱାକ)ର ଅନ୍ୟତମ ଆମନ୍ତ୍ରକ (ହୋଷ୍ଟ) ଭାବେ ଭୁବନେଶ୍ୱରସ୍ଥିତ ଏକ ବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କିସ୍ ମନୋନୀତ ହୋଇଥିଲେ ବି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦ ୦ ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନ ଓ ନେତାଙ୍କ ପ୍ରବଳ ବିରୋଧ ପରେ ଆୟୋଜକ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ ଏଥନୋଲୋଜିକାଲ ଷ୍ଟଡିଜ ତାକୁ ଆମନ୍ତ୍ରକଙ୍କ ତାଲିକାରୁ ବାଦ ଦେବାକୁ ବାଧ୍ୟ ହେଲେ । ଏହି ବିରୋଧର ମୁଖ୍ୟ କାରଣ ଥିଲା ସେହି ଅନୁଷ୍ଠାନର କାରଖାନା ସ୍କୁଲ (ଫ୍ୟାକ୍ଟରି ସ୍କୁଲ) ବ୍ୟବସ୍ଥା । ବିଶ୍ୱରେ ସପ୍ତଦଶ ଶତାବ୍ଦୀରେ ପ୍ରଥମେ ଖ୍ରୀଷ୍ଟିଆନ ମିଶନାରୀଙ୍କ ଦ୍ୱାରା ଆମେରିକାରେ କାରଖାନା ସ୍କୁଲ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଶିଳ୍ପ ବିପ୍ଳବ କାଳରେ ଏହା କାନାଡା, ଅଷ୍ଟ୍ରେଲିଆ, ଆମେରିକା ସମେତ ଅନେକ ଦେଶରେ ପ୍ରସାର ଲାଭ କରିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଶିଳ୍ପ ପାଇଁ ଦକ୍ଷ ଓ କୁଶଳୀ ଶ୍ରମିକ ସ଼ୃଷ୍ଟି କରିବା ଏହି ସ୍କୁଲଗୁଡିକର ଉଦ୍ଦେଶ୍ୟ ଥିଲା । ଶିଳ୍ପପତିମାନେ ଖ୍ରୀଷ୍ଟ ଧର୍ମର ପରୋପକାର ଭାବନାରେ ଉଦବୁଦ୍ଧ ହୋଇ ନିଜ ମନକୁ ବୁଝାଇବା ପାଇଁ ମୌଳିକ ଶିକ୍ଷା ମାଧ୍ୟମରେ ଶ୍ରମିକଙ୍କ କଲ୍ୟାଣ ପାଇଁ କିଛି କିଛି ଅର୍ଥ ପ୍ରଦାନ କରିବାକୁ ଆଗ୍ରହ ଦେଖାଉଥିଲେ । ସରକାରୀ ଭାବେ ଏହି କାରଖାନା ସ୍