Skip to main content

Posts

Showing posts with the label NSO

ଓଡିଶା ଚାଷୀଙ୍କ ଦୟନୀୟ ସ୍ଥିତି

ଭାରତ ସରକାରଙ୍କ ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନଏସଓ) ଦ୍ୱାରା ଦେଶରେ କୃଷକ ପରିବାରଙ୍କ ସ୍ଥିତିକୁ ଜାଣିବା ପାଇଁ ଜୁଲାଇ ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ହୋଇଥିବା ୭୭ତମ ସର୍ଭେର ୪୨୬୪ ପୃଷ୍ଠା ବିଶିଷ୍ଟ ରିପୋର୍ଟଟି ସେପ୍ଟେମ୍ୱର ୨୦୨୧ରେ ପ୍ରକାଶିତ ହୋଇଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ୨୦୧୬ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତେଣୁ, ଇତିମଧ୍ୟରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ବଢିଛି ତାହା ଜାଣିବା ଲାଗି ଏହି ରିପୋର୍ଟଟିର ଗୁରୁତ୍ୱ ଯଥେଷ୍ଟ ଅଧିକ । ଓଡିଶାର ଚାଷୀ ଜାତୀୟ ସ୍ତରର ଚାଷୀଙ୍କ ସହ ତାଳ ଦେଇ ଚାଲିଛନ୍ତି କି ନାହିଁ ; ତାହା ଜାଣିବା ପାଇଁ ଏହା ସହାୟକ ହେବ । ସର୍ଭେ ଅନୁଯାୟୀ ଭାରତରେ ପ୍ରାୟ ୯.୩୦ କୋଟି କୃଷକ ପରିବାର ବସବାସ କରନ୍ତି, ଯାହା ଗ୍ରାମାଞ୍ଚଳର ପରିବାର ସଂଖ୍ୟାର ପ୍ରାୟ ୫୪ ପ୍ରତିଶତ । ସେହି ପରିବାରକୁ କୃଷକ ପରିବାର ରୂପେ ଗ୍ରହଣ କରାଯାଇଛି ଯେଉଁମାନେ ଫସଲ ଚାଷ, ଉଦ୍ୟାନ ଚାଷ, ଘାସ ଚାଷ, ବୃକ୍ଷରୋପଣ, ପଶୁପାଳନ, କୁକୁଡା, ମତ୍ସ୍ୟ, ଘୁଷୁରି, ମହୁମାଛି, ଜିଆଚାଷ, ରେଶମ ଚାଷ ଭଳି ଯେ କୌଣସି କୃଷି କର୍ମ କରି ଉତ୍ପାଦିତ ସାମଗ୍ରୀରୁ ଅନ୍ତତଃ ୪୦୦୦ ଟଙ୍କା ପାଇଥିଲେ ଓ ସେହି ପରିବାରର ଅନ୍ତତଃ ଜଣେ ସଦସ୍ୟ ପୂର୍ବ ବର୍ଷକ ମଧ୍ୟରେ ମୁଖ୍ୟ ବା ସହାୟକ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ । ପୂରାପୂରି କୃଷି ଶ୍ରମ ନିର୍ଭର, ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ, ଗ୍ରାମ୍ୟ କାରିଗର ଓ କୃ...