Skip to main content

Posts

Showing posts with the label Indo-Pak Skirmish Ceasefire Role of various countries India Odia

ଭାରତ-ପାକ ସଂଘର୍ଷ: ବିଦେଶୀ ଶକ୍ତିଙ୍କ ଭୂମିକା

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଘମାଘୋଟ ସଂଘର୍ଷକୁ ମାତ୍ର ତିନି ଦିନ ହୋଇଥାଏ। ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଜଣାପଡ଼ୁଥାଏ। ହଠାତ୍ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ଏକ ଟ୍ୱିଟ୍ ଆସିଲା। ଠିକ୍ ତାପରେ ଉଭୟ ଦେଶ ତୁରନ୍ତ ଅସ୍ତ୍ରବିରତି ଘୋଷଣା କଲେ। ଅନେକ ଲୋକ ଏଥିରେ ବିସ୍ମିତ ହେଲେ। ଯୁଦ୍ଧ ଚାହୁଁଥିବା ଲୋକେ ଏଥର ନିର୍ଣ୍ଣାୟକ ଲଢ଼େଇ ହୋଇ ପି.ଓ.କେ. ଭାରତ ଦଖଲକୁ ଆସିବ ଓ ବେଲୁଚିସ୍ତାନ ପାକିସ୍ତାନଠାରୁ ଅଲଗା ହେବ ବୋଲି ଆଶା ବାନ୍ଧିଥିଲେ। ଯୁଦ୍ଧ ଚାହୁଁ ନଥିବା ଲୋକେ ଅସ୍ତ୍ରବିରତିରେ ଆଶ୍ୱସ୍ତ ହେଲେ। ତେବେ, ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତିର ଘୋଷଣାକୁ ନେଇ ଲୋକେ କ୍ଷୋଭ ପ୍ରକଟ କଲେ। କାଶ୍ମୀର ମାମଲାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ସ୍ୱୀକାର କରିନାହିଁ। ଏହା ସତ୍ତ୍ୱେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ବିଭିନ୍ନ ଦେଶ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାଠାରୁ ଆରମ୍ଭ କରି ମଧ୍ୟସ୍ଥତା କରିବାର ପ୍ରସ୍ତାବ ଦେବାକୁ ପଛାଇନାହାନ୍ତି। ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲେ ତାହା ଭୟଙ୍କର ରୂପ ଧାରଣ କରିପାରେ ବୋଲି ଉତ୍ତେଜନା ହ୍ରାସ କରିବାର ଭଲ ଉଦ୍ଦେଶ୍ୟ ରଖି ହୁଏତ କିଛି ଦେଶ ପ୍ରୟାସ କରିଥିବେ। କିନ୍ତୁ, ଏ ପ୍ରସଙ୍ଗରେ ବିଭିନ୍ନ ଦେଶଙ୍କ ଆଚରଣ ଓ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି। ...