Skip to main content

Posts

Showing posts with the label International Relation

ସୁଲେମାନୀଙ୍କ ହତ୍ୟା ପରେ ଦୋଛକିରେ ଭାରତ

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମେ ୮, ୨୦୧୮ରେ ଇରାନ ସହ ହୋଇଥିିବା ଆଣବିକ ଚୁକ୍ତିରୁ ଓହରିବା ନିଷ୍ପ ତ୍ତି  ନେବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇ ଜାନୁଆରୀ ୩, ୨୦୨୦ରେ ଚରମ ସୀମାରେ ପହ ଞ୍ଚି ଲା ଯେତେବେଳେ ବାଗଦାଦ ବିମାନ ବନ୍ଦର ନିକଟରେ ଇରାନର କ୍ଷମତାଶାଳୀ ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା କରାଗଲା । ଏହି ସମୟ ମଧ୍ୟରେ ଆମେରିକା ଇରାନ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ ଲଗାଇଛି । ଏପରିକି ଇରାନର ସମୁଦାୟ ଆୟର ପ୍ରାୟ ୪୦ ପ୍ରତିଶତ ତେଲ ରପ୍ତାନୀରୁ ଆସୁଥିବାରୁ ତାର ଆୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ  ଇରାନ ନିକଟରୁ ତେଲ ଆମଦାନୀ କରୁଥିବା ଭାରତ ସମେତ ୩୦ଟି ଦେଶଙ୍କ ଉପରେ କଟକଣା ଲଗାଇ ସେମାନଙ୍କ ସେଠାରୁ ତେଲ ଆମଦାନିକୁ ବନ୍ଦ କରିଛି । ଇରାନ ଏକ ସିଆ ବହୁଳ ଦେଶ ଓ ଆରବ ଦୁନିଆରେ ଏହା ସିଆ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ବେଳେ ସାଉଦି ଆରବ ସୁନ୍ନି ସମ୍ପ୍ରଦାୟର ନେତୃତ୍ୱ ନେଇଥାଏ । ଅତୀତରେ ଆମେରିକା ସିଆ-ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ଥିବା ବିବାଦକୁ ମଧ୍ୟ ନିଜ ସ୍ୱାର୍ଥରେ ଉପଯୋଗ କରିବାକୁ ପଛାଇ ନାହିଁ । ଏହା ସ ତ୍ତ୍ଵେ  ସୁଲେମାନୀଙ୍କ ହତ୍ୟା ଇରାନବାସୀଙ୍କ ମନରେ ଆକ୍ରୋଶର ବହ୍ନି ପ୍ରଜ୍ୱଳିତ କରିଛି, କାରଣ ସେ ଥିଲେ ଇରାନରେ ଦ୍ୱିତୀୟ ସର୍ବାଧିକ କ୍ଷମତାଶାଳୀ ନେତା । ସେହି ଅ ଞ୍ଚ ଳରେ ଚିର ଦିନ ଲାଗି ଯୁଦ୍ଧ ବନ୍ଦ କରିବାକୁ ଏ ଭଳି କରା...

ପିଓକେ ଦଖଲ କେତେ ସମ୍ଭବ?

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ କାଶ୍ମୀର ସମସ୍ୟାକୁ ଅନ୍ତର୍ଜାତିକୀକରଣ କରିବା ପାଇଁ ପୂରା ମାତ୍ରାରେ ଚେଷ୍ଟା କରି ଏ ଯାଏଁ ସଫଳ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଆଲୋଚନା ପ୍ରସଙ୍ଗ ଉଠିଲେ ଭାରତ ଆତଙ୍କବାଦକୁ ମୁଖ୍ୟ ପ୍ରସଙ୍ଗ କରୁଥିଲା ବେଳେ ପାକିସ୍ତାନ ସବୁବେଳେ କାଶ୍ମୀର ପ୍ରସଙ୍ଗଟିକୁ ଆଗରେ ରଖି ଆସୁଥିଲା । ହେଲେ ଅଗଷ୍ଟ ୫ ପରଠାରୁ ଭାରତ ଆତଙ୍କବାଦ ପ୍ରସଙ୍ଗ ଅପେକ୍ଷା କାଶ୍ମୀର ପ୍ରସଙ୍ଗକୁ ଅଧିକ ଉଠାଉଛି । ଅର୍ଥାତ୍, ଉଭୟଙ୍କ ପାଇଁ କାଶ୍ମୀର ପ୍ରସଙ୍ଗ ଏବେ ମଝି ମ ଞ୍ଚ ରେ । ପାକିସ୍ତାନ ପାଇଁ ଭାରତ ଦ୍ୱାରା ଏକ ତରଫା ଭାବେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହୋଇଥିବା ବେଳେ ଭାରତ ପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଭାରତକୁ ଫେରାଇ ଆଣିବା ହେଉଛି ମୁଖ୍ୟ ପ୍ରସଙ୍ଗ । କେନ୍ଦ୍ର ମନ୍ତ୍ରୀମାନେ ପିଓକେକୁ ନେଇ ଅଧିକ ମୁଖର ଥିଲେ ମଧ୍ୟ ତାହା ପାକିସ୍ତାନକୁ ପଶ୍ଚାତପଦ କରିବା ପାଇଁ ଉଦ୍ଦିଷ୍ଟ ନା ଘରୋଇ ଦର୍ଶକଙ୍କ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରିବା ପାଇଁ ଅଭିପ୍ରେତ, ତାହା ସ୍ପଷ୍ଟ ନୁହେଁ । କାଶ୍ମୀରର ମହାରାଜା ହରି ସିଂହ କାଶ୍ମୀରକୁ ଭାରତ ସହ ବିଲୟ କରିଥିବାରୁ ନ୍ୟାୟସଙ୍ଗତ ଭାବେ ପିଓକେ ଭାରତକୁ ଫେରି ଆସିବା ଦରକାର । କିନ୍ତୁ ସମସ୍ୟାଟି ଏତେ ସରଳ ନୁହେଁ । ମହାରାଜା ହରି ସିଂହଙ୍କ ଶାସିତ କାଶ୍ମୀର ରାଜ୍ୟଟିର ସୀମା ୧୯୪୭ ମସିହାରେ ଭାରତରେ ବିଲୟ ହେବା ପୂର୍ବରୁ ଜାମ୍ମୁ...