Skip to main content

Posts

Showing posts with the label canada

ଅନ୍ତର୍ଜାତୀୟ ଆଦିବାସୀ ଦିବସ

ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ଦିନଟି ‘ଅନ୍ତର୍ଜାତୀୟ ଆଦିବାସୀ ଦିବସ’ (ଇଣ୍ଡିଜିନସ ପିପୁଲସ ଡେ) ରୂପେ ପାଳିତ ହୋଇ ଆସୁଛି । ବିଭିନ୍ନ ଦେଶରେ ଇଣ୍ଡିଜିନସ ପିପୁଲସ ବା ମୂଳ ନିବାସୀଙ୍କୁ ଭିନ୍ନଭିନ୍ନ ନାମରେ ସମ୍ୱୋଧିତ କରା ଯାଇଥାଏ । ଭାରତରେ ଏମାନଙ୍କୁ ‘ଅନୁସୂଚୀତ ଜନଜାତି’ ବା ‘ଆଦିବାସୀ’ ବୋଲି କୁହା ଯାଉଥିବା ବେଳେ ଚୀନରେ ଏମାନେ ‘ଏଥନିକ୍ ମାଇନରିଟି’ ଭାବେ ପରିଚିତ । ସ୍କାଣ୍ଡିନେଭୀୟ ଦେଶ ଓ ଋଷିଆର କିଛି ଅଞ୍ଚଳରେ ଏମାନଙ୍କ ପାଇଁ ‘ସାମି’ ଶବ୍ଦର ବ୍ୟବହାର ହେଉଥିବା ବେଳେ ଆଫ୍ରିକାରେ ସେମାନଙ୍କୁ ସେମାନଙ୍କ ଜୀବିକା ଆଧାରରେ ସମ୍ୱୋଧନ କରା ଯାଇଥାଏ । ହେଲେ ସର୍ବତ୍ର ଏହି ଆଦିବାସୀଙ୍କ ଚଳଣି ଓ ସଂସ୍କୃତି ସେଠାକାର ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେମାନେ ଯେଉଁ ଭୂଖଣ୍ଡରେ ବସବାସ କରନ୍ତି ସେଠାକାର ପରିବେଶ ଓ ପ୍ରାକୃତିକ ସମ୍ପଦକୁ କେନ୍ଦ୍ର କରି ସେମାନଙ୍କ ଜୀବନଶୈଳୀ ଗଢି ଉଠିଥାଏ । ସେଥି ସହିତ ସେମାନେ ଏପରି ଓତଃପ୍ରୋତ ଭାବେ ଜଡିତ ହୋଇଥାଆନ୍ତି ଯେ ସେମାନଙ୍କ ପରିଚୟଠାରୁ ଆରମ୍ଭ କରି ଜୀବିକା, ସଂସ୍କୃତି, ସାମାଜିକ, ଧାର୍ମିକ ଗତିବିଧି ସବୁ କିଛି ତାରି ଉପରେ ନିର୍ଭର କରିଥାଏ । ବିଶ୍ୱର ୯୦ଟି ଦେଶରେ ପ୍ରାୟ ୪୮ କୋଟି ଆଦିବାସୀ ଲୋକ ବସବାସ କରନ୍ତି, ଯାହା ସମୁଦାୟ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ । ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣା ପଡିଛି ଯେ ବିଶ୍ୱରେ ସର୍ବତ୍ର ଆଦିବାସୀମାନେ ...