Skip to main content

Posts

Showing posts from 2024

ବରଫ ତରଳିଗଲେ ଚଳିବ କିପରି ଲଦ୍ଦାଖ

ଜଳବାୟୁ ସୁରକ୍ଷା କର୍ମୀ ସୋନମ ୱାଙ୍ଗଚୁକ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧,୫୦୦ ଫୁଟ ଉଚ୍ଚତାରେ ଲଦ୍ଦାଖଠାରେ ମାର୍ଚ୍ଚ ୨୦୨୪ରେ ୨୧ ଦିନ ଧରି ଜଳବାୟୁ ଅନଶନ କରିଥିଲେ । ତାଙ୍କର ଏହି ଅନଶନ ପଛରେ ଦୁଇଟି ଉଦ୍ଦେଶ୍ୟ ସନ୍ନିହିତ ଥିଲା । ପ୍ରଥମତଃ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ଦ୍ରୁତ ଗତିରେ ତରଳୁଥିବା ହିମାଳୟର ହିମପ୍ରବାହଗୁଡ଼ିକ ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଓ ଦ୍ୱିତୀୟତଃ, ଲଦ୍ଦାଖ ଅଞ୍ଚଳର ସମ୍ୱଳର ସୁରକ୍ଷା ଲାଗି ସେଠାକାର ଅଧିବାସୀମାନଙ୍କୁ ଆଇନଗତ ଅଧିକାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଉପରେ ଚାପ ପକାଇବା । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ପ୍ରତି ଧ୍ୟାନ ଆକର୍ଷଣ କରିବା ଲାଗି ଜଳବାୟୁ ସୁରକ୍ଷା କର୍ମୀମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟର ଅବଲମ୍ୱନ କରିଥାନ୍ତି । ତେବେ ୱାଙ୍ଗଚୁକଙ୍କ ଜଳବାୟୁ ଅନଶନ ଏ କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଅଭିନବ ପ୍ରୟାସ । ପ୍ରତିକୂଳ ପରିବେଶରେ ବାହାରର ତାପମାନ ବିଯୁକ୍ତ ୨୫ ଡିଗ୍ରି ଥିଲାବେଳେ ପରିବେଶର ସୁରକ୍ଷା ଲାଗି କେବଳ ପାଣି ପିଇ ଜଣେ ୨୧ ଦିନ ଧରି ଜଳବାୟୁ ଅନଶନ ମାଧ୍ୟମରେ ପ୍ରତିବାଦ କରିବା ଅନେକଙ୍କୁ ବିସ୍ମିତ କରିବା ସହ ସମସ୍ୟା ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅବଶ୍ୟ ଏହି ଅନଶନରେ ୱାଙ୍ଗଚୁକ ଏକୁଟିଆ ନ ଥିଲେ । ମହିଳାଙ୍କଠାରୁ ଆରମ୍ଭ କରି ବୌଦ୍ଧ ଲାମାଙ୍କ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନସାଧାରଣ

‘ମନି ଲଣ୍ଡରିଙ୍ଗ’ ଆଇନ ଓ ଇଡି ଆତଙ୍କ

ଦେଶର କେତେକ ରାଜ୍ୟରେ, ବିଶେଷ କରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ଇ.ଡି. ପକ୍ଷରୁ ନେତାମାନଙ୍କୁ ଡାକରା, ଜେରା, ଚଢ଼ଉ, ସମ୍ପତ୍ତି ଜବତ ଭଳି ଘଟଣା ବାବଦରେ ନିୟମିତ ଶୁଣିବାକୁ ମିଳୁଛି । ସାଧାରଣ ନିର୍ବାଚନ ପୂର୍ବରୁ ଇ.ଡି. ଦ୍ୱାରା ଗିରଫ ହୋଇ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଜେଲକୁ ଯିବା ରାଜନୈତିକ ବାତାବରଣକୁ ଉଷ୍ଣ କରିଛି । ଇ.ଡି. ଦ୍ୱାରା ଗିରଫ ଓ ଚଢ଼ଉର ଭୟ ଏତେ ବେଶି ଘାରିଛି ଯେ ନେତାମାନେ ମନ୍ତ୍ରୀ ପଦ ଛାଡ଼ିବାକୁ ବି କୁଣ୍ଠା କରୁନାହାନ୍ତି । ଦୀର୍ଘ ୬୮ ବର୍ଷ ଧରି କାର୍ୟ୍ୟ କରିଆସୁଥିବା ଏକ ଅଳ୍ପଜ୍ଞାତ ସଂସ୍ଥା ଗତ ୧୦ ବର୍ଷ ମଧ୍ୟରେ ହଠାତ୍ ପି.ଏମ.ଏଲ.ଏ. ଜରିଆରେ ଖୁବ୍ ଶକ୍ତିଶାଳୀ ହୋଇ ରାଜନେୈତିକ ଭୂମିକମ୍ପ ସୃଷ୍ଟି କରିବାର ସାମର୍ଥ୍ୟ ହାସଲ କରିଛି । ଏହା କେମିତି ସମ୍ଭବ ହେଲା ତାହା ଅନୁଧ୍ୟାନର ବିଷୟ ।  ଦେଶରେ ଅର୍ଥ ଚୋରାଚାଲାଣକୁ ପ୍ରତିହତ କରିବା ଲାଗି ୨୦୦୨ ମସିହାରେ ‘ପି.ଏମ.ଏଲ.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ) ବା ‘ଅର୍ଥ ଚୋରାଚାଲାଣ ନିବାରଣ ଆଇନ’ର ପ୍ରଣୟନ ହୋଇଥିଲା । ଜୁଲାଇ ୧, ୨୦୦୫ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଓ ନିୟମଗୁଡ଼ିକ କାର୍ୟ୍ୟକାରୀ ହେଲା । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ (ଏଫ.ଆଇ.ୟୁ.) ଓ ଇ.ଡ଼ି. (ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ) ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି

ଅସମତଳ ନିର୍ବାଚନୀ କ୍ରୀଡ଼ାଙ୍ଗନ !

କୌଣସି କୁସ୍ତି ଆରମ୍ଭ ହେବା ପୂର୍ବରୁ ଯଦି ଜଣେ ପହିଲମାନଙ୍କ ହାତକୁ ପଛ ପାଖରୁ ବାନ୍ଧି ଦେଇ ଲଢ଼େଇରେ ଭାଗ ନେବାକୁ ବାଧ୍ୟ କରାଯାଏ, ତେବେ ଲଢ଼େଇର ଫଳାଫଳ କ’ଣ ହେବ ? ସୁତରାଂ, ପ୍ରତିଯୋଗିତାରେ ଉଭୟ ପକ୍ଷଙ୍କ ଲାଗି ଖେଳର ନିୟମ ସମାନ ହେବା ଜରୁରୀ । ତେଣୁ କୁହାଯାଏ ଯେ କ୍ରୀଡ଼ାଙ୍ଗନ ସମତଳ ନଥିଲେ ତାହା ଅଂଶଗ୍ରହଣକାରୀଙ୍କ ପ୍ରତି ଅନ୍ୟାୟ ଏବଂ ଦର୍ଶକମାନଙ୍କ ଲାଗି ଏକ ପ୍ରକାର ବେଇମାନୀ ହୋଇଥାଏ । ନିର୍ବାଚନୀ କୁସ୍ତି ପାଇଁ ଉପରୋକ୍ତ କଥାଟି ସର୍ବାଧିକ ପ୍ରଯୁଜ୍ୟ । କିନ୍ତୁ ବିଡ଼ମ୍ୱନା ହେଲା, ତାହାର ଅନୁପାଳନ ହେଉଥିବା ପରିଲକ୍ଷିତ ହେଉନାହିଁ । ନିର୍ବାଚନରେ ‘ଲେଭଲ୍ ପ୍ଲେଇଂ ଫିଲ୍ଡ’ ବା ‘ସମତଳ କ୍ରୀଡ଼ାଙ୍ଗନ’ ଉପଲବ୍ଧ ହେଉ ନଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲେଣି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଲାଗି ସମତଳ କ୍ରୀଡ଼ାଙ୍ଗନ ସୁନିଶ୍ଚିତ ହେବା କେତେ ଅପରିହାର୍ଯ୍ୟ, ତାହା ବୁଝିବାର ଆବଶ୍ୟକତା ରହିଛି । ଅସମତଳ ନିର୍ବାଚନୀ ରଣାଙ୍ଗନ କହିଲେ ସେହି ଅବସ୍ଥାନକୁ ବୁଝାଏ ଯେଉଁଠି କ୍ଷମତାସୀନ ଦଳ କ୍ଷମତାର ଅପବ୍ୟବହାର କରି ସମ୍ୱଳ, ଗଣମାଧ୍ୟମ ଓ ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ନିଜ ଅକ୍ତିଆରକୁ ନେଇ ବିରୋଧୀ ଦଳଗୁଡ଼ିକ ପାଇଁ ସେଗୁଡ଼ିକର ପହଞ୍ଚରେ ଏପରି ଅନ୍ତରାୟ ସୃଷ୍ଟି କରିଦିଏ ଯେ ସେମାନଙ୍କ ପକ୍ଷରେ ନିଜକୁ ସଂଗଠିତ କରିବା ତଥା ଗମ୍ଭୀରତାର ସହ ନିର୍ବାଚନ ଲଢ଼ିବା ଦୁରୁହ ହୋଇପଡ଼େ

ନିର୍ବାଚନୀ ବଣ୍ଡ୍ ମାମଲା - ବୋତଲରୁ ବାହାରିଲା ଭୂତ

ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅବୈଧ ଘୋଷଣା କରି ଫେବୃଆରୀ ୧୫, ୨୦୨୪ରେ  ଦେଇଥିବା ତାଙ୍କର ରାୟରେ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟ ପୂରିବାର ମାତ୍ର ଦୁଇ ଦିନ ପୂର୍ବରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଷ୍ଟେଟ ବ୍ୟାଙ୍କ ଜୁନ ୩୦ ଯାଏଁ ମହଲତ ମାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାର୍ଚ୍ଚ ୧୨ ତାରିଖରେ ସର୍ବୋଚ୍ଚ ଅଦାଲତ ଆବେଦନଟିକୁ ଖାରଜ କରିବା ସହ ଗୋଟିଏ ଦିନ ଭିତରେ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ବ୍ୟାଙ୍କକୁ ତାଗିଦ କରିବା ପରେ ଅଗତ୍ୟା ବ୍ୟାଙ୍କ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ଦାଖଲ କଲା । ଅଦାଲତଙ୍କ ଆଦେଶ ଅନୁଯାୟୀ କମିସନ ତାହା ସର୍ବସାଧାରଣଙ୍କ ଗୋଚରାର୍ଥେ ୱେବସାଇଟରେ ରଖିବା ପରେ ନିର୍ବାଚନୀ ବଣ୍ଡର ଜିନ୍ ବା ଭୂତ ବୋତଲ ଭିତରୁ ବାହାରି ଅନେକ ଦୁର୍ନୀତିର ଆଭାସ ଦେବା ସହିତ ରାଜନୈତିକ ରଙ୍ଗମଞ୍ଚରେ ସତେ ଯେମିତି ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ନିର୍ବାଚନୀ ବଣ୍ଡ୍ ସ୍କିମ ଅନୁଯାୟୀ ଏହା ବର୍ଷର ନିର୍ଦ୍ଦିଷ୍ଟ କେତେକ ଦିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ କେତେକ ଶାଖାରେ କିଣିବାକୁ ମିଳେ; ବର୍ଷ ସାରା ନୁହେଁ । କ୍ରେତାଙ୍କ ‘କେୱାଇସି’ ବ୍ୟାଙ୍କ ନିକଟରେ ଥିବାରୁ ବ୍ୟାଙ୍କ ପ

‘ମିତ୍ର ପୁଞ୍ଜିବାଦ’ ମୁହାଁ ଭାରତ !

ଯେତେବେଳେ ଜଣେ ‘ମିତ୍ର ପୁଞ୍ଜିପତି’ଙ୍କ ପୁଅର ବିବାହୋତ୍ସବରେ ଯୋଗ ଦେବା ଲାଗି ବିଦେଶରୁ ଆସୁଥିବା ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସୁବିଧା ଲାଗି ଗୁଜରାଟର ଜାମନଗର ଘରୋଇ ବିମାନ ବନ୍ଦର (ଯହିଁରେ କେବଳ ଦେଶ ଭିତରର ବିମାନ ଉଡ଼ାଣ ଓ ଅବତରଣ କରିଥାଏ)କୁ ୧୦ ଦିନ ଲାଗି ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପ୍ରଦାନ କରାଯାଏ, ଭାରତୀୟ ବାୟୁ ସେନା ତା’ର ସମ୍ୱେଦନଶୀଳ ‘ବୈଷୟିକ’ ଅଞ୍ଚଳର ଘରୋଇ ବ୍ୟବହାର ଲାଗି ଅନୁମତି ପ୍ରଦାନ କରେ, ଟିକସ ଦାତାଙ୍କ ଅର୍ଥରେ ବିମାନ ବନ୍ଦରର ସମ୍ପ୍ରସାରଣ କରାଯାଏ, ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ବହିର୍ବ୍ୟାପାର, ଅପ୍ରବାସନ (ଇମିଗ୍ରେସନ), ସଂଗରୋଧନ (କ୍ୱାରାଣ୍ଟାଇନ୍) ସୁବିଧା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ଗୃହ, ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତତ୍ପରତା ପ୍ରଦର୍ଶନ କରନ୍ତି, ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରେ, ସେତେବେଳେ ଅନୁମାନ କରିହୁଏ ଭାରତର ଶାସନ ତନ୍ତ୍ରରେ ମିତ୍ର ପୁଞ୍ଜିପତିମାନଙ୍କ ପ୍ରଭାବ ଓ ନିୟନ୍ତ୍ରଣ କେତେ ଅଧିକ । ଗତ କିଛି ବର୍ଷ ଧରି ମିତ୍ର ପୁଞ୍ଜିପତିମାନେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଶାସନ ତନ୍ତ୍ରରେ ଏପରି ଏକଚାଟିଆ ପ୍ରଭାବ ବିସ୍ତାର କରିସାରିଲେଣି ଯେ ଅର୍ଥବ୍ୟବସ୍ଥା ‘ମିତ୍ର ପୁଞ୍ଜିବାଦ’ (କ୍ରୋନି କ୍ୟାପିଟାଲିଜମ୍) ମୁହାଁ ହୋଇ ଦେଶରେ ଗଣତନ୍ତ୍ରକୁ ବିପନ୍ନ କଲାଣି । ତେଣୁ ଦେଶରେ କ୍ରମ ବର୍ଦ୍ଧିଷ୍ଣୁ ‘ମ

ନିର୍ବାଚନୀ ବଣ୍ଡ୍ ମାମଲା - ସୁପ୍ରିମ କୋର୍ଟଙ୍କ ରାୟ: ଏକ ଆଲୋଚନା

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ୍ ଅବୈଧ ବୋଲି ରାୟ ପ୍ରକାଶ ପାଇଛି । ତେଣୁ ଏହି ଅସ୍ୱଚ୍ଛ ବଣ୍ଡର ପ୍ରଚଳନ ଉପରେ ରୋକ ଲାଗିଛି । ତା’ ଛଡ଼ା ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦା ସଂକ୍ରାନ୍ତରେ ନାଗରିକଙ୍କର ଜାଣିବାର ଅଧିକାର ନାହିଁ ବୋଲି ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏହି ବଣ୍ଡ୍ ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଅସାମ୍ୱିଧାନିକ ବୋଲି ଘୋଷଣା କରିଛନ୍ତି । ଅନେକେ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରୁଛନ୍ତି । ଭାରତୀୟ ରାଜନୀତି ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବା ସୁନିଶ୍ଚିତ । ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ଆଳ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାନୁଆରୀ ୨, ୨୦୧୮ରେ ‘ନିର୍ବାଚନୀ ବଣ୍ଡ୍ ସ୍କିମ’ର ପ୍ରଚଳନ ହୋଇଥିଲା । ଟଙ୍କା ପରି ନିର୍ବାଚନୀ ବଣ୍ଡ ଏକ ପ୍ରମିଶରି ନୋଟ ଯହିଁରେ କ୍ରେତାଙ୍କ ପରିଚୟ ଗୋପନୀୟ ରଖାଯାଇଥାଏ । ଷ୍ଟେଟ ବ୍ୟାଙ୍କର ଅଧିକୃତ କେତେକ ଶାଖାରେ ବର୍ଷର ନିର୍ଦ୍ଦିଷ୍ଟ କିଛି ଦିନ ଲାଗି ୧୦୦୦ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ମୂଲ୍ୟର ୫ ପ୍ରକାରର ନିର୍ବାଚନୀ ବଣ୍ଡ୍ ଉପଲବ୍ଧ ହୋଇଥାଏ । ତାହ।କୁ ଯେ କେହି କିଣି ଯେ କୌଣସି ଦଳକୁ ଚାନ୍ଦା ଆକାରରେ ଦେଇପାରେ ଓ ଏ ସମସ୍ତ ପ୍ରକରଣ ଗୋପନୀୟ ରହିଥାଏ ।      ‘ନିର୍ବ

ଲୋହିତ ସାଗର ସଙ୍କଟର ପ୍ରଭାବ

ହମାସ ବିରୋଧରେ ଗାଜା ଭୂଖଣ୍ଡ ଉପରେ ଇସ୍ରାଏଲର ଅମାନବୀୟ ଆକ୍ରମଣ ବୃଦ୍ଧି ପାଇବା ପରେ ନଭେମ୍ୱର ୧୯, ୨୦୨୩ରେ ଲୋହିତ ସାଗର ପ୍ରଥମ କରି ସଂଘର୍ଷର ନୂଆ କ୍ଷେତ୍ର ପାଲଟିଲା ଯେତେବେଳେ ୟେମେନସ୍ଥିତ ‘ହୁଥି’ ସଶସ୍ତ୍ର ସଂଗଠନ ଦ୍ୱାରା ଇସ୍ରାଏଲର ଏକ ମାଲବାହୀ ଜାହାଜକୁ ଅପହରଣ କରି ନିଆଗଲା । ଇସ୍ରାଏଲ ମାଲିକାନାରେ ଥିବା, ଇସ୍ରାଏଲ ଦ୍ୱାରା ପରିଚାଳିତ ହେଉଥିବା ଓ ଇସ୍ରାଏଲୀ ବନ୍ଦରଗୁଡ଼ିକ ଉଦ୍ଦେଶ୍ୟରେ ଯାଉଥିବା ଜାହାଜଗୁଡ଼ିକ ଆକ୍ରମଣର ଶିକାର ହେଉଥିବା କଥା ‘ହୁଥି’ ତରଫରୁ କୁହାଯାଉଥିଲେ ବି ଇତିମଧ୍ୟରେ ଇସ୍ରାଏଲ ସହ କୌଣସି ସମ୍ପର୍କ ନଥିବା ଅନେକ ଜାହାଜ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇସାରିଲେଣି । ଡିସେମ୍ୱର ୯ ଠାରୁ ଲଗାତର ଭାବେ ଏହି ଧରଣର ଆକ୍ରମଣ ବୃଦ୍ଧି ପାଇଥିବାରୁ ଲୋହିତ ସାଗର ଏକ ସଙ୍କଟଗ୍ରସ୍ତ ଅଞ୍ଚଳରେ ପରିଣତ ହୋଇଛି । ଆମେରିକା ଓ ବ୍ରିଟେନ ତରଫରୁ ହୁଥି ଆଡ଼୍ଡାଗୁଡ଼ିକ ଉପରେ ସଂଖ୍ୟାଧିକ ପ୍ରତ୍ୟାକ୍ରମଣ ହୋଇଥିଲେ ହେଁ 'ହୁଥି'ର ସଦସ୍ୟମାନଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ିନାହିଁ କି ସେମାନେ ଆକ୍ରମଣରୁ ନିବୃତ୍ତ ହୋଇନାହାନ୍ତି । ଏହା ସାରା ବିଶ୍ୱର ବିଭିନ୍ନ ଦେଶର ଚିନ୍ତାକୁ ଯଥେଷ୍ଟ ବଢାଇଛି; କାରଣ ଲୋହିତ ସାଗର ବିଶ୍ୱର ଅନ୍ୟତମ ବ୍ୟସ୍ତ ଜଳପଥ ହୋଇଥିବାରୁ ସେଠାରେ ସଙ୍କଟ ଲାଗି ରହିଲେ ସାରା ପୃଥିବୀର ବାଣିଜ୍ୟ ପ୍ରତିକୂଳ ଭାବେ ପ୍ରଭାବିତ ହେବ । ଏହା ଦ୍ୱାରା ଯୋଗାଣ ଶୃଙ୍ଖଳ ବାଧାପ

ଗ୍ରାମାଞ୍ଚଳରେ ଶିକ୍ଷାର ବିକଳ ଚିତ୍ର

ଦେଶର ଗ୍ରାମାଞ୍ଚଳରେ ୧୪ରୁ ୧୮ ବର୍ଷ ବୟସ ବର୍ଗର ପ୍ରାୟ ୨୫ ପ୍ରତିଶତ ଯୁବକ ଯୁବତୀ ଆଞ୍ଚଳିକ ଭାଷାରେ ଦ୍ୱିତୀୟ ଶ୍ରେଣୀର ପାଠକୁ ଠିକ୍ ରୂପେ ପଢ଼ି ପାରୁ ନଥିବା ବେଳେ ପ୍ରାୟ ୫୦ ପ୍ରତିଶତ ଇଂରେଜୀ ବାକ୍ୟ ପଢ଼ିପାରନ୍ତି ନାହିଁ । ଏକ ଅଣସରକାରୀ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏଭଳି  ବିକଳ ଚିତ୍ରଟିଏ ସାମନାକୁ ଆସିବା ପରେ ଦେଶର ଗ୍ରାମାଞ୍ଚଳରେ ଶିକ୍ଷା ଓ ଶିକ୍ଷଣର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇବା ସ୍ୱାଭାବିକ । ଉଚିତ ଢଙ୍ଗରେ ମାନବ ସମ୍ୱଳର ବିକାଶ ନହେଲେ ଦେଶର ଅର୍ଥନୈତିକ ବିକାଶର ଲକ୍ଷ୍ୟ ଯେ ପୂରଣ ହେବା କଷ୍ଟକର ହେବ ତାହା ଅନସ୍ୱୀକାର୍ଯ୍ୟ । ତେଣୁ ରିପୋର୍ଟରେ ଶିକ୍ଷା ଓ ଶିକ୍ଷଣର ସ୍ଥିତିକୁ ଦର୍ଶାଇ ଆଉ ଯେଉଁ ସବୁ ବିନ୍ଦୁଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ସେଗୁଡ଼ିକୁ ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହି ଦୁର୍ବଳତାଗୁଡ଼ିକର ନିରାକରଣ ଲାଗି ସମୟବଦ୍ଧ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ତତୋଧିକ ମହତ୍ତ୍ୱପୂର୍ଣ୍ଣ ।         ‘ପ୍ରଥମ’ ନାମକ ଅଣସରକାରୀ ସଂଗଠନ ଦ୍ୱାରା ଗତ ଦୁଇ ଦଶନ୍ଧି ଧରି ଶିକ୍ଷାର ସ୍ଥିତିକୁ ନେଇ ଏକ ବାର୍ଷିକ ରିପୋର୍ଟ (ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ - ଅସର) ପ୍ରସ୍ତୁତ ହୋଇଆସୁଛି । ସଦ୍ୟ ଉନ୍ମୋଚିତ ‘ଅସର ରିପୋର୍ଟ-୨୦୨୩’ ଦେଶର ୨୬ଟି ରାଜ୍ୟର ୨୮ଟି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪-୧୮ ବର୍ଷ ବୟସ ବର୍ଗର ପ୍ରାୟ ୩୫ ହଜାର କିଶୋର କିଶୋରୀଙ୍କ

ଦୂରେଇ ଯାଉଛି ଆଉ ଏକ ପଡ଼ୋଶୀ ରାଷ୍ଟ୍ର

ମାଲଦିଭ ବା ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତକୁ ତାଙ୍କ ଦେଶରୁ ସୈନ୍ୟ ପ୍ରତ୍ୟାହାର କରିବା କଥା ଦୋହରାଇ ସାରିଲେଣି ।  ଭାରତ ତା’ର ସୈନ୍ୟ ପ୍ରତ୍ୟାହାର ନ କଲେ ତାହା ମାଲଦିଭ ଜନତାଙ୍କ ଗଣତାନ୍ତ୍ରିକ ଆକାଂକ୍ଷାର ଅସମ୍ମାନ ହେବା ସହ ସେଠାକାର ଗଣତାନ୍ତ୍ରିକ ଭବିଷ୍ୟତକୁ ବିପନ୍ନ କରିବ ବୋଲି ସେ ଆଶଙ୍କା କରିଛନ୍ତି । ସଦ୍ୟ ଅନୁଷ୍ଠିତ ନିର୍ବାଚନର ଫଳାଫଳ ମାଧ୍ୟମରେ ମାଲଦିଭ ଜନତା ତାଙ୍କ ଦେଶରେ କୌଣସି ପ୍ରକାର ବିଦେଶୀ ସାମରିକ ଉପସ୍ଥିତିକୁ ଅଗ୍ରାହ୍ୟ କରିଛନ୍ତି । ତେଣୁ ଜନମତକୁ ସମ୍ମାନ ଜଣାଇ ଭାରତ ତୁରନ୍ତ ସାମରିକ ଉପସ୍ଥିତିକୁ ପ୍ରତ୍ୟାହାର କରୁ ବୋଲି ସେ ଅନୁରୋଧ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ମହାସାଗରର ଏହି ଦ୍ୱୀପ ରାଷ୍ଟ୍ରରେ ସାମରିକ ଉପସ୍ଥିତି ଭାରତ ପାଇଁ କୌଶଳଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମାଲଦିଭର ଭାରତ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ । ଠିକ୍ ଏତିକି ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଯୋଗୁଁ ମାଲଦିଭର ପର୍ଯ୍ୟଟନ ଶିଳ୍ପ ପରୋକ୍ଷରେ ପ୍ରଭାବିତ ହେବାର ଆଶଙ୍କା କରି ସେଠାକାର ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ କେତେକ ରାଜନୀତିଜ୍ଞ ମୋଦୀଙ୍କ ପ୍ରତି ଯେଉଁ ଭଳି ଅଶାଳୀନ ମନ୍ତବ୍ୟ ପ୍ରଦାନ କଲେ ତାହା କେବଳ ନିନ୍ଦନୀୟ ନୁହେଁ, ବରଂ ତଦ୍ଦ୍ୱାରା ଭାରତ-ମ

Archive

Show more