Skip to main content

Posts

Showing posts with the label Budget Utilisation Odisha Odia

ବଜେଟ ଉପଯୋଗରେ ଓଡ଼ିଶା ପଛୁଆ କାହିଁକି?

‘ନୀତି’ ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ୬୭.୮ ଅଙ୍କ ସହ ଓଡ଼ିଶା ଶୀର୍ଷରେ ରହିବା ଗୌରବର ବିଷୟ ନିଶ୍ଚୟ । ୨୦୦୬ ଆର୍ଥିକ ବର୍ଷଠାରୁ ଓଡ଼ିଶା ନିରନ୍ତର ଭାବେ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା (ଏଫଆରବିଏମ୍) ଆଇନର ସମସ୍ତ ବିତ୍ତୀୟ ଅନୁଶାସନକୁ ମାନି ଆସିଥିବାରୁ ଏହା ସମ୍ଭବ ହୋଇଛି। ଏଫଆରବିଏମର ପ୍ରାବଧାନ ଅନୁଯାୟୀ ଓଡ଼ିଶା ବିତ୍ତୀୟ ନିଅଣ୍ଟକୁ ସର୍ବମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୩ ପ୍ରତିଶତ ଭିତରେ ରଖିବା, ଋଣ ଓ ଜିଏସଡିପିର ଅନୁପାତକୁ ୨୫ ପ୍ରତିଶତ ମଧ୍ୟରେ ରଖିବା ଓ ମୋଟ ସୁଧ ଦେୟକୁ ମୋଟ ରାଜସ୍ୱ ଆୟର ୧୫ ପ୍ରତିଶତ ମଧ୍ୟରେ ରଖିବାକୁ ସମର୍ଥ ହେବା ପ୍ରଶଂସନୀୟ। ତେବେ ବର୍ଷ ପରେ ବର୍ଷ ଓଡ଼ିଶା ବଜେଟର ଆକାର ବୃଦ୍ଧି ପାଇଚାଲିଥିଲେ ବି ଲଗାତାର ଭାବେ ବଜେଟ ରାଶିର ସମ୍ପୂର୍ଣ୍ଣ ଉପଯୋଗ ହୋଇ ନ ପାରିବା  ଉଦବେଗର ବିଷୟ। ଏହା ପ୍ରଶାସନିକ ବିଭାଗଗୁଡ଼ିକର ଦୁର୍ବଳ ବିତ୍ତୀୟ ଅନୁଶାସନ ଓ ସୁଚିନ୍ତିତ ଯୋଜନାର ଅଭାବକୁ ଦର୍ଶାଉଛି । ୨୦୨୫ ଆର୍ଥିକ ବର୍ଷରେ ଓଡ଼ିଶାର ବଜେଟର ଆକାର ୨.୬୫ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଉପଯୋଗ ହୋଇଥିଲା ମାତ୍ର ୮୧.୦୫ ପ୍ରତିଶତ । ଅର୍ଥାତ୍ ବଜେଟରେ ଆବଣ୍ଟିତ ପ୍ରାୟ ୫୦ ହଜାର କୋଟି ଟଙ୍କା ଉପଯୋଗ ହୋଇପାରି ନଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୮୨.୩୦ ଓ ୭୭.୬୩ ପ୍ରତିଶତ ବଜେଟ ଉପଯୋଗ ହୋଇପାରିଥିଲା। ଅର୍ଥାତ୍ ଗତ ୩ ବର୍ଷ ଧରି ପ୍ରତିବର୍ଷ...