Skip to main content

Posts

Showing posts with the label Good Touch Bad Touch India

ଭଲ ଛୁଆଁ, ଖରାପ ଛୁଆଁ

ନିକଟରେ ଜଣେ ସିନେମା ପ୍ରଯୋଜକ ସର୍ବସମକ୍ଷରେ ଜଣେ କାର୍ଯ୍ୟରତ ସାମ୍ୱାଦିକାଙ୍କୁ ପିଠି ଓ ଗାଲରେ ଆଘାତ ଦେଇଥିବା ଅଭିଯୋଗ ପରେ ସାମ୍ୱାଦିକାଙ୍କ ଏତଲା କ୍ରମେ ତାଙ୍କୁ ହାଜତ ଯିବାକୁ ପଡ଼ିଥିଲା । ତେବେ ଉପଲବ୍ଧ ସିସିଟିଭି ଫୁଟେଜ ଆଧାରରେ କେହି କେହି ଯୁକ୍ତି ବାଢ଼ିଲେ ଯେ ସେ ସାମ୍ୱାଦିକାଙ୍କୁ ଆକ୍ରମଣ କରି ନଥିଲେ ବରଂ ଉଭୟ ପୂର୍ବରୁ ପରିଚିତ ହୋଇଥିବାରୁ ସେ ସ୍ନେହରେ ତାଙ୍କ ପିଠି ଓ ଗାଲକୁ ଥାପୁଡ଼ାଇ ଦେଇଥିଲେ, ଯାହା ଜେଲ୍ ଗଲା ଭଳି ଏକ ଅପରାଧ ନୁହେଁ କି ସେ ଜଣେ ଅପରାଧୀ ନୁହନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନିନ୍ଦା କରୁଥିବା କିଛି ବ୍ୟକ୍ତିଙ୍କର ଯୁକ୍ତି ଥିଲା, କର୍ମଜୀବୀ ମହିଳାମାନଙ୍କ ପ୍ରତି ସର୍ବସମକ୍ଷରେ ଏ ଭଳି ଅପରାଧ ସଂଘଟିତ ହେଲେ ସେମାନେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଜକୁ ସୁରକ୍ଷିତ ମଣିବେ କିପରି ? ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ଛୁଇଁବା ଗ୍ରହଣୀୟ କି ନୁହେଁ ଓ ଛୁଇଁବାର ଲକ୍ଷ୍ମଣରେଖା କ'ଣ ସେ ନେଇ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି । ମହିଳା ଜଣଙ୍କୁ ଚାପୁଡ଼ା ମରାଯାଇଥାଉ କି ଗେହ୍ଲାରେ ଥାପୁଡ଼ାଇ ଦିଆଯାଇଥାଉ, ସେ କର୍ମଜୀବୀ ମହିଳା ହୋଇଥାଆନ୍ତୁ କି ଜଣେ ସାଧାରଣ ଗୃହିଣୀ, ପ୍ରତ୍ୟେକ ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ତାଙ୍କ ସମ୍ମତି ବିନା ଅନ୍ୟ କେହି ତାଙ୍କ ଶରୀରକୁ ସ୍ପର୍ଶ କରିବା ତାଙ୍କର ସେହି ଅଧିକାରର ଉଲ୍ଲଂଘନ ଭାବେ ଗ୍ରହଣ କରାଯାଇପାରେ । ତେବେ...