ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳଗୁଡିକ କରୁଥିବା ଦାବିକୁ ନେଇ ସଂସଦ କାର୍ୟ୍ୟ ଦୀର୍ଘ ଦିନ ଧରି ବାଧାପ୍ରାପ୍ତ ହେଲା ପରେ ଶେଷରେ ସଂସଦରେ ସେ ନେଇ ଆଲୋଚନା ହେଲା । ତେବେ ବିରୋଧୀ ଦଳର ସଦସ୍ୟମାନେ ଉଠାଇଥିବା ପ୍ରଶ୍ନଗୁଡିକର ଉତ୍ତର କେନ୍ଦ୍ର ଅର୍ଥମନ୍ତ୍ରୀ ଯେଉଁଭଳି ଢଙ୍ଗରେ ରଖିଲେ ସେଥିରୁ ପ୍ରତୀତ ହେଲା ବୋଧେ ଭାରତରେ ଦରଦାମ ବୃଦ୍ଧି ସମସ୍ୟା ଉତ୍କଟ ନୁହେଁ ବରଂ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ । ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ଦେଢ ଘଣ୍ଟା ଧରି ଦିଆଯାଇଥିବା ବିବୃତି ଦରଦାମ ବୃଦ୍ଧି ଅପେକ୍ଷା ଦେଶର ଅର୍ଥନୈତିକ ଅବସ୍ଥା ଉପରେ ଅଧିକ କେନ୍ଦ୍ରିତ ଥିଲା, ଯାହା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ପ୍ରୟାସକୁ ନେଇ ସାଧାରଣ ଜନତାଙ୍କୁ ଆଶ୍ୱସ୍ତ କରିବାରେ ଅସମର୍ଥ ହୋଇଥିଲା । ତାହା ଶୁଣିଲା ପରେ କ୍ଷଣିକ ପାଇଁ ମନରେ ପ୍ରଶ୍ନଟିଏ ଉଙ୍କି ମାରିବା ସ୍ୱାଭାବିକ, ‘ତାହାହେଲେ ଦରଦାମ ବୃଦ୍ଧି ସମସ୍ୟା କ’ଣ ବାସ୍ତବ ନା ଏକ ଭ୍ରମ ?’ ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ କୋଭିଡ ମହାମାରୀର ଡେଲଟା ଓ ଓମିକ୍ରନ ଲହର, ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ଚୀନରେ ଲକଡାଉନ ଆଦି କାରଣରୁ ସାରା ବିଶ୍ୱରେ ବିଭିନ୍ନ ଦେଶର ଅର୍ଥନୀତି ଏବଂ ଯୋଗାଣ ଓ ପରିବହନ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି । ଏହି ବୈଶ୍ୱିକ କାରଣଗୁଡିକ ଉପରେ ଭାରତର ନିୟନ୍ତ୍ରଣ ନ ଥିବାରୁ ଭାରତରେ ମୁଦ୍ରାସ୍