Skip to main content

Posts

Showing posts with the label RBI

ପୁଣି ଏକ ବୃହତ୍ ବ୍ୟାଙ୍କ ଠକେଇ

ଦେଶର ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନୀ କୋଳାହଳ ମଧ୍ୟରେ ସାଧାରଣ ଜନତାଙ୍କ ନଜରରୁ ବିଚଳିତ କଲା ଭଳି ଏକ ଖବର ପ୍ରାୟ ଲୁଚିଯାଇଛି, ଯାହା ହେଲା ସଦ୍ୟ ଉନ୍ମୋଚିତ ହୋଇଥିବା ଦେଶର ବୃହତ୍ତମ ବ୍ୟାଙ୍କ ଠକେଇ । ଅଠେଇଶଟି ସରକାରୀ ଓ ଘରୋଇ ବ୍ୟାଙ୍କର ଏକ ସହାୟତା-ସଂଘ (କନସୋର୍ଟିଅମ)କୁ ଗୁଜରାଟସ୍ଥିତ ଏବିଜି ସିପୟାର୍ଡ କମ୍ପାନୀ ଓ ତାହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରିଷି କମଲେଶ ଅଗ୍ରୱାଲ ୨୨୮୪୨ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସିବିଆଇ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଦେଶରେ ନିୟମିତ ଅନ୍ତରାଳରେ ବଡ ବଡ ବ୍ୟାଙ୍କ ଠକେଇମାନ ସଂଘଟିତ ହେବା ଉଦବେଗଜନକ କାରଣ ଦେଶର ବିତ୍ତୀୟ ବ୍ୟବସ୍ଥା ଉପରେ ଏହାର ଦୀର୍ଘ ମିଆଦି କୁପ୍ରଭାବ ପଡିଥାଏ । ଅଗ୍ରୱାଲଙ୍କ ଦ୍ୱାରା ୧୯୮୫ରେ ଗୁଜରାଟର ଦହେଶ ଓ ସୁରାଟରେ 'ଏବିଜି ସିପୟାର୍ଡସ' କମ୍ପାନୀ ସ୍ଥାପିତ ହୋଇଥିଲା । ଏହି କମ୍ପାନୀ ଜାହାଜ ତିଆରି ଓ ଜାହାଜ ମରାମତି କାର୍ୟ୍ୟରେ ନିୟୋଜିତ ହୋଇ ୧୬ ବର୍ଷ ମଧ୍ୟରେ ୧୬୫ଟି ଜାହାଜ ନିର୍ମାଣ କରିଥିଲା ଓ ସେଥିରୁ କିଛି ବିଦେଶରେ ବିକ୍ରି କରିଥିଲା ମଧ୍ୟ । ଏଥିପାଇଁ ଆଇସିଆଇସିଆଇ ବ୍ୟାଙ୍କ ସମେତ ୨୮ଟି ସରକାରୀ ଓ ଘରୋଇ ବ୍ୟାଙ୍କ ଏବଂ ଏଲଆଇସି ତାକୁ ଋଣ ପ୍ରଦାନ କରିଥିଲେ । ୨୦୦୮ରେ ବିଶ୍ୱ ଅର୍ଥ ସଙ୍କଟ ସମୟରେ କମ୍ପାନୀର କାର୍ୟ୍ୟକାରୀ ପୁଞ୍ଜିର ଅଭାବ ଦେଖା ଦେଇ ଆର୍ଥିକ ସମସ୍ୟା ଉତ୍କଟ ହେବାକୁ ଲା...

ପାଞ୍ଚ ଟ୍ରିଲିଅନ ବ୍ୟାଙ୍କ ଠକେଇ

ଅନେକଙ୍କର ଧାରଣା ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକସିଙ୍କ ଭଳି କୁଖ୍ୟାତ ବ୍ୟବସାୟୀ ଓ ଅପରାଧୀମାନେ ୟୁପିଏ ଅମଳରେ ଅନୈତିକ ଭାବେ ଋଣ ନେଇ ଭାରତୀୟ ବ୍ୟାଙ୍କଗୁଡିକୁ ହଜାର ହଜାର କୋଟି ଟଙ୍କା ଠକେଇ ବିଦେଶକୁ ପଳାଇ ଯିବା ପରେ ବ୍ୟାଙ୍କସମୂହ ଓ ସରକାରଙ୍କ ସତର୍କତା ଯୋଗୁ ବୋଧହୁଏ ଭାରତରେ ବ୍ୟାଙ୍କ ଠକେଇ ଯଥେଷ୍ଟ ହ୍ରାସ ପାଇଛି । ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ମୋଟ ପ୍ରାୟ ୫ ଲକ୍ଷ କୋଟି (ଟ୍ରିଲିଅନ) ଛୁଇଁବାକୁ ଯାଉଛି । ବ୍ୟାଙ୍କ ଠକେଇର ପରିମାଣ ୨୦୧୯-୨୦ ବର୍ଷରେ ୧,୮୫,୪୬୮ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ରେ ହ୍ରାସ ପାଇ ୧,୩୮,୪୨୨ କୋଟି ଟଙ୍କା ହୋଇଛି, ଯଦ୍ଦ୍ୱାରା ସର୍ବମୋଟ ବ୍ୟାଙ୍କ ଠକେଇର ପରିମାଣ ୪.୯୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅବଶ୍ୟ ରିଜର୍ଭ ବ୍ୟାଙ୍କ ତା’ର ହିସାବ ବର୍ଷକୁ ଜୁଲାଇ-ଜୁନ ବଦଳରେ ଅପ୍ରେଲ-ମାର୍ଚ୍ଚ ଯାଏଁ କରିଥିବାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ପ୍ରଦତ୍ତ ତଥ୍ୟ ପୂରା ୧୨ ମାସର ନ ହୋଇ ଜୁଲାଇରୁ ମାର୍ଚ୍ଚ ଯାଏଁ ୯ ମାସ ପାଇଁ ଅଟେ । ସରକାର କୃଷି ଓ କୃଷକମାନଙ୍କ ପାଇଁ ଅନେକ ସବସିଡି ଓ ସୁବିଧା ସୁଯୋଗ ଦେଉଥିବା କଥା କୁହାଯାଇଥାଏ । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୦-୨୧ ବଜେଟରେ କୃଷି, ସମବାୟ, କୃଷକ ମଙ୍ଗଳ ବିଭାଗ ପାଇଁ ଆବଣ୍ଟିତ ରାଶି ...

ଓଡିଶାରେ ବ୍ୟାଙ୍କ ଋଣ-ଜମା ଅନୁପାତ ବଢାଇ ହେବ କି ?

କୌଣସି ରାଜ୍ୟରେ ବ୍ୟାଙ୍କ ପ୍ରଦାନ କରୁଥିବା ଋଣ ବ୍ୟାଙ୍କଗୁଡିକ ନିକଟରେ ଗଚ୍ଛିତ ଜମା ପରିମାଣର ଅନ୍ତତଃ ପକ୍ଷେ ୬୦ ପ୍ରତିଶତ ହେବା ବିଧେୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କଏକ ମାନବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି । ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଜମା ତୁଳନାରେ ଅଧିକ ଋଣ ପ୍ରଦାନ କରୁଥିବାରୁ ଓ କେତେକ ବ୍ୟାଙ୍କ ନାବାର୍ଡ, ଏନଏଚବି ଆଦି ସଂସ୍ଥାଙ୍କ ନିକଟରୁ ପୁନର୍ବିତ୍ତ ସହାୟତା ନେଇ ଋଣ ପ୍ରଦାନ କରୁଥିବାରୁ କେତେକ ରାଜ୍ୟରେ ଏହା ୬୦ ପ୍ରତିଶତରୁ ବି ଅଧିକ ହୋଇଥାଏ । ତେବେ ଓଡିଶାରେ ୨୦୧୯-୨୦ ବର୍ଷରେ ଏହା ୬୦ ପ୍ରତିଶତରେ ପହଞ୍ଚିଥିଲେ ବି  ୨୦୨୦-୨୧ ବର୍ଷରେ ଏହା ୫୬ ପ୍ରତିଶତକୁ ଖସି ଆସିବା ବାସ୍ତବିକ ଉଦବେଗଜନକ । ରାଜ୍ୟରେ ଆନୁପାତିକ ଭାବେ ଋଣ ଲଗାଣ ପରିମାଣ ବୃଦ୍ଧି ନ ପାଇଲେ ଏହି ଅନୁପାତ ବଢିବାର ସମ୍ଭାବନା ନାହିଁ । ତେବେ ଓଡିଶାରେ ଋଣ ଗ୍ରହଣ କ୍ଷମତା (କ୍ରେଡିଟ ଆବଜର୍ପସନ କାପାସିଟି) କମ ଥିବା ଦର୍ଶାଇ ଅନେକେ ଏହି ଅନୁପାତ କମ ରହିବା ସ୍ୱାଭାବିକ ବୋଲି ଧରି ନେଇ ବୃଦ୍ଧି କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରି ନ ଥାଆନ୍ତି । କେହି କେହି ତ ଓଡିଶାରେ ଉଦ୍ୟମୀ ଅଭାବରୁ ଋଣ ଲଗାଣ ବୃଦ୍ଧି ପାଉନାହିଁ ବୋଲି ବୁଝାଇ ଦେଇଥାଆନ୍ତି । ଏହା ଆଂଶିକ ସତ୍ୟ ହେଲେ ବି ସବୁ ପ୍ରକାର ଋଣ ପାଇଁ ଋଣଗ୍ରହୀତାଙ୍କୁ ଜଣେ ଉଦ୍ୟମୀ ହେବା ନିହାତି ଆବଶ୍ୟକ ହୋଇ ନ ଥିବାରୁ, ସେହି ଯୁକ୍ତିକୁ ପୂର...

ଖାଉଟିଙ୍କ ବିଶ୍ୱାସରେ ଭଟ୍ଟା

ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ । ସେପ୍ଟେମ୍ବର ୨୦୧୯ ପାଇଁ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇବା ପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତି ଯେ ଅଧିକ ନୈରାଶ୍ୟଜନକ ସ୍ଥିତି ଆଡକୁ ଗତିି କରିଛିି, ତାହା ବୁଝିବାକୁ ଆଉ ବାକି ନାହିଁ । ବସ୍ତୁତଃ, ଗତ ୬ ବର୍ଷ ମଧ୍ୟରେ ଖାଉଟିଙ୍କ ଏ ଭଳି ବିଶ୍ୱାସ ସଙ୍କଟ କେବେ ହେଲେ ଦେଖା ଦେଇ ନଥିଲା ବୋଲି ସର୍ଭେର ତଥ୍ୟରୁ ସ୍ପଷ୍ଟ । ଏହି ସର୍ଭେରେ ଅହମଦାବାଦ, ବେଙ୍ଗାଲୁରୁ, ଭୋପାଲ, ଚେନ୍ନାଇ, ଦିଲ୍ଲୀ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, କୋଲକାତା, ଲ କ୍ଷ୍ନୌ , ମୁମ୍ବାଇ, ପାଟନା, ତିରୁବନନ୍ତପୁରମ ଭଳି ଦେଶର ୧୩ଟି ପ୍ରମୁଖ ନଗରର ୫,୧୯୨ଟି ପରିବାର ଅଂଶ ଗ୍ରହଣ କରିଥିଲେ । ଦେଶର ସାଧାରଣ ଅର୍ଥନୈତିକ ଅବସ୍ଥା, ନିଯୁକ୍ତି ପରିଦୃଶ୍ୟ, ମୋଟାମୋଟି ଭାବେ ଦରଦାମର ସ୍ଥିତି ଏବଂ ନିଜ ଆୟ ଓ ବ୍ୟୟକୁ ନେଇ ଉ ତ୍ତ ରଦାତାଙ୍କ ଅନୁଭବ ଓ ପ୍ରତ୍ୟାଶାକୁ ଆଧାର କରି ଏହି ସର୍ଭେର ଫଳାଫଳ ପ୍ରସ୍ତୁତ ହୋଇଥାଏ । ଖାଉଟି ବିଶ୍ୱାସ ସୂଚକାଙ୍କ ମାପିବାର ଆଧାର ହେଉଛି ଖାଉଟିମାନେ ଅର୍ଥନୀତିକୁ ନେଇ ଆଶାବାଦୀ ରହିଲେ ସେମାନେ ଅଧିକ ଦ୍ରବ୍ୟ ଓ ସେବା କ୍ରୟ କରିଥାଆନ୍ତି, ଯାହା ଫଳରେ ଚାହିଦା ବୃଦ୍ଧି ପାଇ ସାମଗ୍ରିକ ଭାବେ ଅର୍ଥନୀତି ଚଳଚ ଞ୍ଚ ଳ ହୋଇଥାଏ । ବିଶ୍ୱର...