Skip to main content

Posts

Showing posts with the label BJP

ସଫଳ ହେବ କି ବିଜେପି ବିରୋଧରେ ଟିଏମସିର ବିସ୍ତାର ଯୋଜନା ?

ଜଣେ ମହିଳା ହୋଇ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନିର୍ବାଚନୀ ମ୍ୟାସିନ କୁହାଯାଉଥିବା ମୋଦୀ-ସାହାଙ୍କ ଅପରାଜେୟ ଯୋଡିକୁ ମାତ୍ ଦେଇ ବିଜେପିର ନିର୍ବାଚନୀ ଅଶ୍ୱମେଧର ଅଶ୍ୱକୁ ଆଗେଇବାକୁ ନ ଦେଇ ଦଳର ପୂର୍ବୋଦୟର ସ୍ୱପ୍ନକୁ ଆପାତତଃ ଧୂଳିସାତ କରିଥିବା ଯୋଗୁ ଜାତୀୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉଚ୍ଚତା ହଠାତ୍ ଅଧିକ ହୋଇଯାଇଛି । ଏଥି ସହିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପ୍ରତିହତ କରିବାରେ ସେ ଯେ ଏକ ବଡ ଭୂମିକା ନିର୍ବାହ କରି ପାରିବେ ତାହା ଅନେକଙ୍କ ବିଶ୍ୱାସ । ଟିଏମସିର ଏହି ଅପୂର୍ବ ନିର୍ବାଚନୀ ସଫଳତା ମଧ୍ୟ ମମତାଙ୍କଠାରେ ଯଥେଷ୍ଟ ଆତ୍ମବିଶ୍ୱାସ ଜନ୍ମାଇଛି, ଯାହା ଜାତୀୟ ସ୍ତରରେ ଦଳର ବିସ୍ତାର ପାଇଁ ତାଙ୍କୁ ଅନୁପ୍ରେରିତ କରିଛି । ପଶ୍ଚିମବଙ୍ଗରେ ନିର୍ବାଚନ ସରିବା ପରେ ସେଠାରେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ମାଇକରେ ପ୍ରଚାର କରି, ଅନଶନ କରି, ଲଣ୍ଡା ହୋଇ ତୃଣମୂଳ କଂଗ୍ରେସରେ ମିଶିବାର ଖବର ମିଳୁଛି । ଏହାର କାରଣ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇପାରେ ବା ନିଜ ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କା ହୋଇପାରେ । ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ମୁକୁଳ ରାୟଙ୍କ ତୃଣମୂଳରେ ଯୋଗଦାନ ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ସେଠାରେ ବିଜେପି ଦୁର୍ବଳ ହେଉଥିବାର ସୂଚନା ମିଳୁଛି । ବିଜେପିକୁ ପଶ୍ଚିମବଙ୍ଗରେ ଦୁର୍ବଳ କରିବା ସହ ଅନ୍ୟତ୍ର ତାକୁ ପ୍ରତିରକ୍ଷାତ୍ମକ କର...