Skip to main content

Posts

Showing posts with the label Unemplyment Rate Labour Force Participation Rate India Odisha Odia

ଓଡ଼ିଶାରେ ବେକାରି ହାର ସର୍ବନିମ୍ନ !

ସିଏମଆଇଇ ଦ୍ୱାରା ଡିସେମ୍ୱର ୨୦୨୨ରେ ପ୍ରକାଶିତ ମାସିକିଆ ରିପୋର୍ଟରେ ଦେଶରେ ବେକାରି ହାର ଗତ ୧୬ ମାସ ମଧ୍ୟରେ ୮.୩ ପ୍ରତିଶତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମାତ୍ର ୦.୯ ପ୍ରତିଶତ ସହ ଓଡିଶାରେ ବେକାରି ହାର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବନିମ୍ନ ବୋଲି ଜଣାପଡ଼ିବା ପରେ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି । ତେବେ କ’ଣ ଓଡିଶାରେ ବେକାରି ସମସ୍ୟା ଆଉ ଏକ ସମସ୍ୟା ହୋଇ ରହିନାହିଁ ? ସଂସଦରେ ପ୍ରଦତ୍ତ ତଥ୍ୟ ଓ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରି ହାର ଅପେକ୍ଷାକୃତ ଅଧିକ ହୋଇଥିବାରୁ ରାଜ୍ୟରେ ବେକାରି ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ତେଣୁ ସାମଗ୍ରିକ ଭାବେ ରାଜ୍ୟ ଓ ଦେଶରେ ବେକାରି ସମସ୍ୟାର ବାସ୍ତବ ସ୍ଥିତିକୁ ବୁଝିବାର ଏକ ପ୍ରୟାସ କରାଯାଉ ।      ଏହି ରିପୋର୍ଟରେ ବେକାରି ହାର କମ ହେବାର ଅର୍ଥ ନୁହେଁ ଯେ ଅଧିକାଂଶ ଲୋକ ନିୟମିତ ଭାବେ ଚାକିରି ବା କାମଧନ୍ଦାରେ ନିଯୁକ୍ତ । ଏହାର ଅର୍ଥ ହେଉଛି ସେହି ନିର୍ଦ୍ଦିଷ୍ଟ ମାସରେ କାମ କରିବା ଲାଗି ପ୍ରସ୍ତୁତ ଲୋକଙ୍କ ମଧ୍ୟରୁ କେତେ ପ୍ରତିଶତ ଲୋକ ଚାକିରି, ଶ୍ରମ ବା ଆତ୍ମନିଯୁକ୍ତି ମାଧ୍ୟମରେ କିଛି ହେଲେ ରୋଜଗାର କରିପାରିଛନ୍ତି । ବେକାରୀ ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିବାକୁ ହେଲେ ଉଭୟ ବେକାରି ହାର (ଅନଏମ୍ପ୍ଲୟମେଣ୍ଟ ରେଟ) ଓ ଶ୍ରମଶକ୍ତି ଭାଗୀଦାରି ...