Skip to main content

Posts

Showing posts with the label Tokyo Olympic

ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର

ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି । ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ; ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ଭାରତକୁ ପ୍ରଥମ କରି ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣପଦକ ପାଇବା ଜରିଆରେ ଆଥଲେଟିକସରେ କୌଣସି ପଦକ ମିଳିବା ଓ ହକି ଖେଳରେ ଦୀର୍ଘ ୪୧ ବର୍ଷ ପରେ ପଦକ ମିଳିବା । ପଦକ ବିଜେତାମାନଙ୍କୁ ବିଭିନ୍ନ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରାଯାଉଥିଲେ ବି ସ୍ୱାଭାବିକ ଭାବେ ସର୍ବାଧିକ ଧ୍ୟାନ ସ୍ୱର୍ଣ୍ଣପଦକ ବିଜୟୀ ନୀରଜ ଚୋପ୍ରାଙ୍କ ଉପରେ କେନ୍ଦ୍ରିତ ହେଉଛି । ତେବେ ପ୍ରଶ୍ନ ଉଠୁଛି ଖେଳାଳୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କଲା ବେଳେ ଜାଣତ ବା ଅଜାଣତରେ ସେମାନଙ୍କ ପ୍ରତି ପାତର ଅନ୍ତର ହୋଇଯାଉଛି କି ? ଖେଳାଳୀମାନଙ୍କୁ ପୁରସ୍କୃତ କରିବା ଲାଗି ଦେଶରେ ଏକ ଅଧିକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ପୁରସ୍କାର ନୀତି ଅନୁସୃତ ହେବା ଉଚିତ କି ? ଏଥିପାଇଁ ଟୋକିଓ ଅଲିମ୍ପିକ ପଦକ ବିଜେତାଙ୍କୁ କି ଭଳି ପୁରସ୍କାର ପ୍ରଦାନ କରାଯାଇଛି ତାହା ଜାଣିବା ଆବଶ୍ୟକ । ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ...