Skip to main content

Posts

Showing posts with the label Gambia

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

ମେଡେନ ଫାର୍ମାସିଉଟିକାଲସ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ୪ଟି ଥଣ୍ଡା ଓ କଫ ସିରପ୍ ପାଇଁ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଔଷଧର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗି ଦେଶ ନିନ୍ଦିତ ହୋଇଛି । ଏହି ଔଷଧ ସେବନ କରି ପଶ୍ଚିମ ଆଫ୍ରିକାର ଏକ କ୍ଷୁଦ୍ର ଦେଶ ଗାମ୍ୱିଆରେ ୬୬ ଜଣ ଶିଶୁଙ୍କ ଅକାଳ ବିୟୋଗର ଅଭିଯୋଗ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତରଫରୁ ଏହି ଔଷଧଗୁଡିକର ସମ୍ଭାବ୍ୟ କ୍ଷତିକାରକ ପ୍ରଭାବ ନେଇ ସେପ୍ଟେମ୍ୱର ୨୯, ୨୦୨୨ରେ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ସତର୍କ କରିଦିଆଯାଇଥିଲା । ଏହି ଔଷଧ ଗାମ୍ୱିଆ ବ୍ୟତୀତ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଯୋଗାଇ ଦିଆଯାଇଥିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ‘ହୁ’ ତରଫରୁ କୁହାଯାଇଥିଲା । “ଏହି ଉତ୍ପାଦଗୁଡିକ ଯୋଗୁଁ ଶିଶୁମାନଙ୍କର ଯେଉଁ ଜୀବନହାନି ହେଲା ତାହା ସମ୍ପୃକ୍ତ ପରିବାରଗୁଡିକ ଲାଗି ହୃଦୟ ବିଦାରକ ଅଟେ” ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡିରେକ୍ଟର ଜେନେରାଲ କ୍ଷୋଭ ପ୍ରକାଶ କଲେ । ଔଷଧ ନିର୍ମାତାମାନେ ସେମାନଙ୍କ ଉତ୍ପାଦର ଗୁଣବତ୍ତା ଓ ସେଗୁଡିକ କେତେ ସୁରକ୍ଷିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଗ୍ୟାରେଣ୍ଟି ପ୍ରଦାନ କରିବାର ପ୍ରାବଧାନ ଥିଲେ ମଧ୍ୟ ଏହି ଉତ୍ପାଦଗୁଡିକ ପାଇଁ ସମ୍ପୃକ୍ତ ନିର୍ମାତା ଆଜି ଯାଏଁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ଗ୍ୟାରେଣ୍ଟି ପ୍ରଦାନ କରି ନାହାନ୍ତି ବୋଲି ଜଣା...