Skip to main content

Posts

Showing posts with the label Gandhijee

ଗାନ୍ଧୀଜୀ ଓ ଚା’

କର୍ଣ୍ଣାଟକସ୍ଥିତ ମାଙ୍ଗାଲୁରୁର ଶ୍ରୀ ବ୍ରହ୍ମା ବୈଦରକଳାକ୍ଷେତ୍ରରେ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିର ସହ ଗାନ୍ଧୀଜୀଙ୍କ ପାଇଁ ମଧ୍ୟ ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରତିଦିନ ସକାଳେ ଗାନ୍ଧୀଜୀଙ୍କ ପ୍ରତିମା ସମ୍ମୁଖରେ କଦଳୀ ସହ ଚା’ ଭୋଗ ଆକାରରେ ରଖା ଯାଇଥାଏ । ତେବେ ସେଠିକା ଭକ୍ତମାନେ ହୁଏତ ଅବଗତ ନ ଥିବେ ଯେ ଗାନ୍ଧୀଜୀ ଚା’ ପିଇବା ତ ଦୂରର କଥା ବରଂ ସେ ଚା’ର ଘୋର ବିରୋଧୀ ଥିଲେ । ଅନୁଧ୍ୟାନ କଲେ ଜଣାଯାଏ ଯେ ଗାନ୍ଧୀଜୀଙ୍କ ଜୀବନ କାଳରେ ଚା’ ସହିତ ତାଙ୍କର ଉଭୟ ଭଲ ପାଇବା ଓ ଘୃଣା କରିବାର ସମ୍ପର୍କ ରହି ଆସିଥିଲା । ଗାନ୍ଧୀଜୀ ତାଙ୍କ ‘କି ଟୁ  ହେଲଥ ’ ପୁସ୍ତକରେ ଲେଖିଛନ୍ତି ଯେ ଶରୀର ପାଇଁ ଚା’ର ଆବଶ୍ୟକତା ନାହିଁ । ତାଙ୍କ ଭାଷାରେ, “ଚା’ର ବ୍ୟବହାର ଚୀନରୁ ଆରମ୍ଭ ହୋଇଛି ବୋଲି କୁହାଯାଏ । ସେହି ଦେଶରେ ଏହାର ଏକ ବିଶେଷ ବ୍ୟବହାର ରହିଛି । ଚୀନରେ ପାନୀୟ ଜଳର ଶୁଦ୍ଧତା ଉପରେ ଭରସା କରି ହେଉ ନଥିବାରୁ ତାହା ସୁନିଶ୍ଚିତ କରିବା ପାଇଁ ପାଣିକୁ ନିହାତି ଭାବେ ଫୁଟା ଯାଇଥାଏ । କିଛି ଚତୁର ଚୀନ  ଅଧି ବାସୀ ଚା’ ନାମକ ଏକ ଘାସକୁ ଆବିଷ୍କାର କଲେ, ଯାହା ଅଳ୍ପ ପରିମାଣରେ ଏହି ଫୁଟୁଥିବା ପାଣିରେ ପକାଇଲେ ତାହା ସ୍ୱର୍ଣ୍ଣିମ ରଙ୍ଗ ଧାରଣ କରୁଥିଲା । ପାଣି ନ ଫୁଟିଲେ ରଙ୍ଗ ବାହାରୁ ନଥିଲା । ଏହିପରି ଭାବେ ପାଣି ଫୁଟିଲା କି ନାହିଁ ତାହା ଜାଣିବା ପାଇଁ ଏହି ଘାସଟି ଏକ ଅବ୍ୟର୍ଥ ପରୀକ୍ଷାର ଉପାଦାନ...