Skip to main content

Posts

Showing posts from February, 2021

ଚାଷରୁ ଆୟ ଲାଗି କର ଦେବାକୁ ହେବ କି ?

ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ କଟାକ୍ଷ କରି ବିରୋଧ କରୁଥିବା କେହି କେହି କହିଥାଆନ୍ତି ଯେ ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ କୌଣସି ଆୟକର ନ ଦେଇ ଏମିତିରେ ଲାଭରେ ଅଛନ୍ତି । ହଁ, ଏହା ସତ ଯେ ବର୍ତ୍ତମାନ ଦେଶରେ କୃଷି ଆୟ ଆୟକର ପରିସରଭୁକ୍ତ ନୁହେଁ । ଅବଶ୍ୟ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ କ୍ଷୁଦ୍ର ବା ନାମମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କ ଆୟ ଏତେ ନଗଣ୍ୟ ଯେ ତାହା କୌଣସି ମତେ କର ପରିସରଭୁକ୍ତ ହୁଅନ୍ତା ନାହିଁ । ତେଣୁ କୃଷି ଆୟ ଉପରେ ଆୟକର ବ୍ୟବସ୍ଥା ଥିଲେ ହୁଏତ ମୁଷ୍ଟିମେୟ ବଡ ଚାଷୀଙ୍କୁ ଆୟକର ଦେବାକୁ ପଡୁଥାଆନ୍ତା । ତେବେ ନୂଆ କୃଷି ଆଇନ ପ୍ରଣୟନ ପରେ କୃଷି ଆୟ କର ପରିସରଭୁକ୍ତ ହେବାର ଆଶଙ୍କା ଦେଖା ଦେଲାଣି, ଯାହାକୁ ନେଇ ସାଧାରଣରେ ବିଶେଷ ଆଲୋଚନା ପରିଲକ୍ଷିତ ହେଉନାହିଁ । ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ ଆୟକର ଦେଉ ନ ଥିଲେ ବି ସେମାନେ ଯେ ସମ୍ପୂର୍ଣ୍ଣ ରୂପେ କର ପରିସର ବାହାରେ ରହି କୌଣସି କର ଦିଅନ୍ତି ନାହିଁ କହିବା ଠିକ ନୁହେଁ । କେବଳ ବିହନ, ପଶୁ ଖାଦ୍ୟ ଓ କୁକୁଡା ଖାଦ୍ୟକୁ ବାଦ ଦେଇ କୃଷି ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ପାଇଁ ସେମାନଙ୍କୁ ଜିଏସଟି ଦେବାକୁ ହୋଇଥାଏ । ସେମାନଙ୍କୁ ବିଭିନ୍ନ ପ୍ରକାର ସାର ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବା ବେଳେ ଟ୍ରାକ୍ଟର, ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ପମ୍ପ, ଡ୍ରିପ, ସ୍ପ୍ରିଙ୍କଲର

ଟୁଲକିଟ ଏକ ଷଡଯନ୍ତ୍ର ନୁହେଁ !

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତିକ ପରିବେଶବିଦ ଗ୍ରେଟା ଥନବର୍ଗ  ୨୦୨୧ ମସିହା ଫେବୃଆରି ୩ ତାରିଖରେ ଆନ୍ଦୋଳନର ସମର୍ଥନରେ ଏକ ଟୁଇଟ କରିବା ସଙ୍ଗେ ସଙ୍ଗେ ଆନ୍ଦୋଳନ ସପକ୍ଷରେ ଥିବା ଲୋକଙ୍କ ପାଇଁ ଉପଲବ୍ଧ ଏକ ସହାୟକ ଟୁଲକିଟ ସମ୍ପର୍କରେ ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ମାତ୍ର ସେ ସେହି ଟୁଇଟଟିକୁ ହଟାଇ  ଦେଇ ଫେବୃଆରି ୪ରେ ଆଉ ଏକ ଟୁଇଟ କରି ପୂର୍ବୋକ୍ତ ଟୁଲକିଟଟି ଅପ୍ରାସଙ୍ଗିକ ହୋଇ ଯାଇଥିବାରୁ ତା’ ସ୍ଥାନରେ ଅନ୍ୟ ଏକ ପରିମାର୍ଜିତ ଟୁଲକିଟ ରଖିଥିଲେ । ସ୍ୱାଭାବିକ ଭାବେ ପ୍ରଥମ ଟୁଲକିଟଟିରେ ଜାନୁଆରି ୨୬ରେ ଅନୁଷ୍ଠିତ ହୋଇଥିବା କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ ସହ ଅନ ଲାଇନରେ ଓ ରାସ୍ତା ଉପରେ କିପରି ବିରୋଧ ପ୍ରଦର୍ଶନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ଥିବାରୁ ତାହା ଅପ୍ରାସଙ୍ଗିକ ହୋଇ ପଡିଥିଲା । ତେବେ ତଦନୁସାରେ ଦିଲ୍ଲୀରେ ହିଂସା ସଂଘଟିତ ହୋଇଥିବା ଦର୍ଶାଇ ଦିଲ୍ଲୀ ପୁଲିସ ଏହି ଟୁଲକିଟକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କଲେ । ଟୁଲକିଟ ମାମଲାରେ ବାଙ୍ଗାଲୋରରୁ ୨୨ ବର୍ଷୀୟା ଦିଶା ରବିଙ୍କୁ ଗିରଫ ଓ ଅନ୍ୟ ଦୁଇ ଜଣ, ନିକିତା ଜାକବ ଓ ଶାନ୍ତନୁ ମୁଲୁକଙ୍କ ବିରୁଦ୍ଧରେ ଗିରଫ ପରୁଆନା ଜାରି ହେବା ପରେ ଟୁଲକିଟକୁ ନେଇ ସାରା ଦେଶରେ ଚାଲିଥିବା ଚର୍ଚ୍ଚାରେ ଏହା ଦେଶ ବିରୁଦ୍ଧରେ ଷଡଯନ୍ତ୍ର ବୋଲି ଏକ ଧାରଣା ସୃଷ୍ଟି ହେଉଥିବାରୁ ଟୁଲକିଟର ବ୍ୟବହାର ଓ ଉପଯୋଗିତାକୁ ବୁଝିବାର