Skip to main content

Posts

Showing posts with the label Reducing Meat Consumption Meatless Monday India Odia

ମାଂସାହାର କମାନ୍ତୁ, ଦେହଦୁନିଆ ବଞ୍ଚାନ୍ତୁ

ଗତ ୩୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମାଂସ ଭକ୍ଷଣର ପରିମାଣ ଦୁଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ତାହା ୩୬ କୋଟି ଟନରେ ପହଞ୍ଚି ସାରିଲାଣି । ଏହି ହାରରେ ମାଂସ ଭକ୍ଷଣ ଜାରି ରହିଲେ ୨୦୫୦ ସୁଦ୍ଧା ମାଂସର ଚାହିଦା ପ୍ରାୟ ୫୭ କୋଟି ଟନକୁ ବୃଦ୍ଧି ପାଇବ । ସେଥିପାଇଁ ଶିଳ୍ପ ଢ଼ାଞ୍ଚାରେ ସଘନ ମାଂସ ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେବ । ସଘନ ମାଂସ ଉତ୍ପାଦନ ଦ୍ୱାରା ଜଙ୍ଗଲ କ୍ଷୟ ହେବା ସହ, ଜଳ ପ୍ରଦୂଷିତ ହେଉଛି ଓ ପୃଥିବୀ ଅଧିକ ଉତ୍ତପ୍ତ ହେଉଥିବାରୁ ତାହା ଉଦବେଗର କାରଣ ପାଲଟିଛି । ଆମେରିକା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନିଉଜିଲାଣ୍ଡ, ସ୍ପେନ ଭଳି ଦେଶଗୁଡ଼ିକରେ ବାର୍ଷିକ ମାଂସାହାର ମୁଣ୍ଡ ପିଛା ୧୦୦ କିଲୋଗ୍ରାମରୁ ମଧ୍ୟ ଅଧିକ । ଅବଶ୍ୟ ଭାରତରେ ତାହା ମାତ୍ର ୬.୮୨ କିଲୋଗ୍ରାମ ହୋଇଥିଲେ ବି ଅଧିକ ସଂଖ୍ୟକ ବ୍ୟକ୍ତି ମାଂସାହାରୀ ହେଉଥିବାରୁ ଏଠାରେ ମାଂସ ଭକ୍ଷଣର ପରିମାଣରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ତେଣୁ ମାଂସ ଭକ୍ଷଣର ପରିମାଣକୁ ହ୍ରାସ କରିବା ପାଇଁ ସାରା ବିଶ୍ୱରେ ବିମର୍ଶ ବୃଦ୍ଧି ପାଇବାକୁ ଲାଗିଲାଣି । ମାଂସାହାର ହ୍ରାସ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ପ୍ରକୃତପକ୍ଷେ ଉଭୟ ମଣିଷ ଓ ପୃଥିବୀର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ । ଆମେରିକା ଭଳି ଦେଶରେ ଲୋକମାନେ ଅନୁମୋଦିତ ପରିମାଣଠାରୁ ୩ରୁ ୬ ଗୁଣ ଅଧିକ ମାଂସ ଭକ୍ଷଣ କରିଥାନ୍ତି । ଅତିମାତ୍ରାରେ ମାଂସ ଭକ୍ଷଣ କରୁଥିବା ଲ...