Skip to main content

Posts

Showing posts from August, 2019

ମଧ୍ୟମ ଆୟ ଯନ୍ତାରେ ପଡିବ କି ଭାରତ?

କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କର ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ଅନ୍ୟତମ ସଦସ୍ୟ ରଥୀନ ରାୟ ଭାରତର ଅର୍ଥନୀତି ଢା ଞ୍ଚା ଗତ ସଙ୍କଟ ଆଡକୁ ଗତି କରୁଥିବାରୁ ଆଉ ଉଚ୍ଚ ବିକାଶ ଦର ହାସଲ କରିବାକୁ ଅସମର୍ଥ ହୋଇ ଦେଶ ମଧ୍ୟମ ଆୟ ଯନ୍ତାରେ ପଡିବାର ଆଶଙ୍କା ଯଥେଷ୍ଟ ବେଶି ବୋଲି ସତର୍କ ବାଣୀ ଶୁଣାଇବା ପରେ ଅର୍ଥନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଲଗାତର ଭାବେ ଉଚ୍ଚ ବିକାଶ ଦର ହାସଲ କରି ଆସିଥିବା ଏକ ବିକାଶଶୀଳ ଦେଶ ପକ୍ଷରେ ଉଚ୍ଚ ଆୟକାରୀ ଦେଶର ସ୍ତରକୁ ଉନ୍ନୀତ ହୋଇ ନ ପାରି ମଧ୍ୟମ ଆୟ ଯନ୍ତାରେ ପଡିବା, ବାସ୍ତବିକ ଦୁର୍ଭାଗ୍ୟଜନକ । ବିଶ୍ୱ ବ୍ୟାଙ୍କ ୧୯୯୩ ମସିହାରୁ ପ୍ରତିଟି ଦେଶର ଡଲାର ଭିତ୍ତିରେ ହେଉଥିବା ମୋଟ ଜାତୀୟ ଆୟ ଅନୁସାରେ ମୁଣ୍ଡ ପିଛା ଆୟକୁ ଆଧାର କରି ଦେଶଗୁଡିକୁ ନିମ୍ନ ଆୟ, ମଧ୍ୟମ ଆୟ ଓ ଉଚ୍ଚ ଆୟକାରୀ ଦେଶ ଭାବେ ବର୍ଗୀକରଣ କରିଆସୁଛି । ବ୍ୟାଙ୍କ ଦ୍ୱାରା ୨୦୧୯ ମସିହା ପାଇଁ ନିର୍ଦ୍ଧାରିତ ପରିମାପକ ଅନୁଯାୟୀ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୫ ଡଲାରରୁ କମ ଥିବା ଦେଶଗୁଡିକ ନିମ୍ନ ଆୟ ବର୍ଗର ହୋଇଥିବା ବେଳେ, ୧୨୩୭୬ ଡଲାର ବା ତାଠାରୁ ଅଧିକ ଆୟ ଥିବା ଦେଶଗୁଡିକ ଉଚ୍ଚ ଆୟ ବର୍ଗର ଦେଶ ଭାବରେ ବିବେଚିତ । ତେଣୁ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୬ ଡଲାରରୁ ୧୨୩୭୫ ଡଲାର ମଧ୍ୟରେ ଥିବା ଦେଶଗୁଡିକ ମଧ୍ୟମ ଆୟ ବର୍ଗର ଦେଶ ଭାବେ ପରିଗଣିତ ହୋଇଥାନ୍ତି । ତେବେ ଏହି ବର୍ଗର ଦେଶଗୁଡିକ ମଧ୍ୟରୁ ୩୯୯୫ ଡଲା

ଧାରା ୩୭୦ ଉଚ୍ଛେଦର ନ୍ୟାୟିକ ଦିଗ

କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ହେଲା ପରେ ଏହାକୁ ଭାରତର ମୁଖ୍ୟ ଭୂଖଣ୍ଡରେ ସ୍ୱାଗତ କରାଯାଇଥିବା ବେଳେ କାଶ୍ମୀର ଘାଟିରେ ସ୍ଥିତି ବିପରୀତ । ତେବେ କାଶ୍ମୀରର ଲୋକଙ୍କୁ ବିଶ୍ୱାସକୁ ନ ନେଇ ବା ସେମାନଙ୍କ ସହ ବିଚାର ବିମର୍ଶ ନ କରି ଯେଉଁ ଭଳି ଢଙ୍ଗରେ ଏହି ଧାରାଟିକୁ ଉଚ୍ଛେଦ କରାଗଲା ଓ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅ ଞ୍ଚ ଳ କରି ଦିଆଗଲା, ତାକୁ ଅନେକେ ଆଇନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ବୋଲି କହିଛନ୍ତିି । ଇତି ମଧ୍ୟରେ ରାଷ୍ଟ୍ରପତିଙ୍କ ଆଦେଶକୁ ଅସାମ୍ବିଧାନିକ, ଅବୈଧ ଓ ମନୋମୁଖୀ ବୋଲି ଦର୍ଶାଇ ନେସନାଲ କନଫରେନ୍ସ ଦଳ ସମେତ ଏକାଧିକ ବ୍ୟକ୍ତି ବିଶେଷ ସୁପ୍ରିମ କୋର୍ଟରେ ଭିନ୍ନ ଭିନ୍ନ ମାମଲା ଦାୟର କରି ସାରିଲେଣି । ଧାରାଟିର ଉଚ୍ଛେଦ ପ୍ରକ୍ରିୟା ଉପରେ ନ୍ୟାୟିକ ଦିଗରୁ ଆଇନଜ୍ଞଙ୍କ ମଧ୍ୟରେ ମତୈକ୍ୟ ନଥିବା ବେଳେ ରାମ ଜେଠମାଲାନୀ, ଏ ଜି ନୁରାନୀ, ହରିଶ ସାଲଭେଙ୍କ ଭଳି ବିଶିଷ୍ଟ ଆଇନଜ୍ଞମାନେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସାରିଲେଣି । ଏହି ଧାରା ଉଚ୍ଛେଦର ଯେଉଁ ଦିଗଗୁଡିକ ନ୍ୟାୟିକ ଯା ଞ୍ଚ ର ପରିସରଭୁକ୍ତ ହୋଇପାରେ, ସେଗୁଡିକୁ ଆଲୋଚନା କରାଯାଉ । ଭାରତରେ ମିଶ୍ରଣ ସମୟରେ  ଦେଶୀୟ  ରାଜ୍ୟଗୁଡିକୁୁ ଭାରତୀୟ ସମ୍ବିଧାନ ପ୍ରଣୟନ ସଭାକୁ ନିଜ ପ୍ରତିନିଧି ପଠାଇବା ପାଇଁ ଅନୁରୋଧ କରାଯିବା ସହିତ

ପ୍ରଜାତି ବୈଷମ୍ୟବାଦ

ଧରି ନିଆଯାଉ ଶିଶୁଟିଏ ଓ ଗୋଟିଏ ପୋଷା କୁକୁର ନିଆଁ ଘେର ଭିତରେ ରହିଯାଇଛନ୍ତି ଓ ସେମାନଙ୍କ ଭିତରୁ କେବଳ ଜଣକୁ ବ ଞ୍ଚା ଇ ହେବ । କାହାକୁ ବ ଞ୍ଚା ଇବେ, ଅଧିକାଂଶ ଲୋକଙ୍କୁ ଏ ନେଇ ମୁହୂ ର୍ତ୍ତ ଟିଏ ମଧ୍ୟ ଭାବିବାକୁ ହେବନାହିଁ । ସ୍ୱାଭାବିକ ଭାବେ ଶିଶୁଟିକୁ ବ ଞ୍ଚା ଇବା ଅଧିକାଂଶଙ୍କର ପ୍ରାଥମିକତା ହେବ ଓ କୁକୁରକୁ ବ ଞ୍ଚା ଇବା କଥା ମନକୁ ଆସିବ ନାହିଁ । ଅଧିକନ୍ତୁ ନୈତିକ ଦୃଷ୍ଟିରୁ କାହାକୁ ବ ଞ୍ଚା ଇବା ଠିକ ହେବ ବୋଲି ଭାବିବାରେ କାଳ ବିଳମ୍ବ କରୁଥିିବା ଲୋକଟି ଯେ ସମାଜ ଦ୍ୱାରା ଭର୍ତ୍ସିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ମଣିଷର ଏ ଭଳି ଆଚରଣ ତାଠାରେ ସନ୍ନିହିତ ପ୍ରଜାତି-ବିଦ୍ୱେଷର ପରିପ୍ରକାଶ ମାତ୍ର । ମଣିଷର ବିଶ୍ୱାସ ଯେ ସେ ଜୀବଜଗତର ଶ୍ରେଷ୍ଠ ଜୀବ । ତେଣୁ ନୀତିଗତ ଭାବେ ତାର ଅଧିକାର ଓ ପ୍ରାପ୍ୟ ଅନ୍ୟ ଯେ କୌଣସି ଜୀବ ଅପେକ୍ଷା ନିଶ୍ଚିତ ଭାବେ ଅଧିକ ବୋଲି ତାର ବଦ୍ଧମୂଳ ଧାରଣା । ଆଉ ଏହି ଧାରଣାକୁ ହିଁ ‘ପ୍ରଜାତି ବୈଷମ୍ୟବାଦ’ ବା ‘ସ୍ପେସିସିଜମ’ କୁହାଯାଇଥାଏ । ମନସ୍ତ ତ୍ତ୍ଵ ବିଦ୍ ରିଚାର୍ଡ ରାଇଡରଙ୍କ ଦ୍ୱାରା ୧୯୭୩ ମସିହାରେ  ସୃଷ୍ଟ  ଏହି ଶବ୍ଦଟିକୁ ବ୍ୟାଖ୍ୟା କରି ସେ କହିଥିଲେ ଯେ ଅନ୍ୟ ଭେଦଭାବପୂର୍ଣ୍ଣ ଆଚରଣଗୁଡିକ ପରି ପ୍ରଜାତି ବୈଷମ୍ୟବାଦରେ ମଧ୍ୟ ପକ୍ଷପାତିତା କରୁଥିବା ଓ ପକ୍ଷପାତର ଶିକାର ହେଉଥିବା ଉଭୟଙ୍କ ମଧ୍ୟରେ ଥିବା ସମାନତାକୁ ଅଣଦେଖା କରାଯାଉଥିବା ବେଳେ ବିଷମତାକୁ