Skip to main content

Posts

Showing posts from January, 2020

ନିମ୍ନମୁଖୀ ଭାରତର ବିକାଶ ଦର

ସ୍ୱିଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ  ହୋଇ ଥିବା ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ଅଧିବେଶନର ଠିକ ଅବ୍ୟବହିତ ପୂର୍ବରୁ ଆନ୍ତର୍ଜାତୀୟ ମୁଦ୍ରା ପା ଣ୍ଠି  (ଆଇଏମଏଫ) ଦ୍ୱାରା ବିଶ୍ୱ ଅର୍ଥନୈତିକ ପରିଦୃଶ୍ୟ ସଂକ୍ରାନ୍ତରେ  ପ୍ରସ୍ତୁତ ହୋଇଥିବା ରିପୋର୍ଟ ଉପସ୍ଥାପିତ ହେବା ପରେ ସେଥିରେ ଭାରତର ଅର୍ଥନୈତିକ ସ୍ଥିତି ନୈରାଶ୍ୟଜନକ ଦର୍ଶା ଯାଇଥିବାରୁ ତାହା ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ବିକାଶ ଦରର ପୂର୍ବାନୁମାନକୁ ୪.୮ ପ୍ରତିଶତକୁ କମାଇ ଦେଇଛି । କେବଳ ସେତିକି ନୁହେଁ, ଭାରତର ବିକାଶ ଦର ଏତେ କମ ହେବା ଯୋଗୁ ତାହା ବିଶ୍ୱ ବିକାଶ ଦରକୁ ମଧ୍ୟ ତଳକୁ ଟାଣି ନେଇଛି ବୋଲି ରିପୋର୍ଟରେ କୁହାଯାଇଛି । ଅବଶ୍ୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବିକାଶ ଦର ସାମାନ୍ୟ ବୃଦ୍ଧି ପାଇ ୫.୮ ପ୍ରତିଶତ ହେବାର ସମ୍ଭାବନା ଥିବା ବେଳେ  ୨୦୨୧-୨୨ ଆର୍ଥିକ ବର୍ଷରେ ତାହା ଆଉ ଅଳ୍ପ ବୃଦ୍ଧି ପାଇ ୬.୫ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଗତ ବର୍ଷ ଠିକ ଏହି ସମୟରେ ଆଇଏମଏଫ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଭାରତର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିକାଶ ଦର ୭.୫ ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ବିଶ୍ୱର ସର୍ବତ୍ର ଅର୍ଥନୈତିକ ସ୍ଥିତି ନିମ୍ନମୁଖୀ ହେଉଥିବା ବେଳେ ଭାରତ ତାର ବିକାଶ ଦରକୁ କେବଳ ଯେ ଊର୍ଦ୍ଧ୍ୱମୁଖୀ କରି ରଖିବ ତାହା ନୁହେଁ, ବରଂ

ସୁଲେମାନୀଙ୍କ ହତ୍ୟା ପରେ ଦୋଛକିରେ ଭାରତ

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମେ ୮, ୨୦୧୮ରେ ଇରାନ ସହ ହୋଇଥିିବା ଆଣବିକ ଚୁକ୍ତିରୁ ଓହରିବା ନିଷ୍ପ ତ୍ତି  ନେବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇ ଜାନୁଆରୀ ୩, ୨୦୨୦ରେ ଚରମ ସୀମାରେ ପହ ଞ୍ଚି ଲା ଯେତେବେଳେ ବାଗଦାଦ ବିମାନ ବନ୍ଦର ନିକଟରେ ଇରାନର କ୍ଷମତାଶାଳୀ ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା କରାଗଲା । ଏହି ସମୟ ମଧ୍ୟରେ ଆମେରିକା ଇରାନ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ ଲଗାଇଛି । ଏପରିକି ଇରାନର ସମୁଦାୟ ଆୟର ପ୍ରାୟ ୪୦ ପ୍ରତିଶତ ତେଲ ରପ୍ତାନୀରୁ ଆସୁଥିବାରୁ ତାର ଆୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ  ଇରାନ ନିକଟରୁ ତେଲ ଆମଦାନୀ କରୁଥିବା ଭାରତ ସମେତ ୩୦ଟି ଦେଶଙ୍କ ଉପରେ କଟକଣା ଲଗାଇ ସେମାନଙ୍କ ସେଠାରୁ ତେଲ ଆମଦାନିକୁ ବନ୍ଦ କରିଛି । ଇରାନ ଏକ ସିଆ ବହୁଳ ଦେଶ ଓ ଆରବ ଦୁନିଆରେ ଏହା ସିଆ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ବେଳେ ସାଉଦି ଆରବ ସୁନ୍ନି ସମ୍ପ୍ରଦାୟର ନେତୃତ୍ୱ ନେଇଥାଏ । ଅତୀତରେ ଆମେରିକା ସିଆ-ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ଥିବା ବିବାଦକୁ ମଧ୍ୟ ନିଜ ସ୍ୱାର୍ଥରେ ଉପଯୋଗ କରିବାକୁ ପଛାଇ ନାହିଁ । ଏହା ସ ତ୍ତ୍ଵେ  ସୁଲେମାନୀଙ୍କ ହତ୍ୟା ଇରାନବାସୀଙ୍କ ମନରେ ଆକ୍ରୋଶର ବହ୍ନି ପ୍ରଜ୍ୱଳିତ କରିଛି, କାରଣ ସେ ଥିଲେ ଇରାନରେ ଦ୍ୱିତୀୟ ସର୍ବାଧିକ କ୍ଷମତାଶାଳୀ ନେତା । ସେହି ଅ ଞ୍ଚ ଳରେ ଚିର ଦିନ ଲାଗି ଯୁଦ୍ଧ ବନ୍ଦ କରିବାକୁ ଏ ଭଳି କରାଯାଇଛି ବୋଲି ଆମେ

ଉତ୍ତର-ପୂର୍ବରେ ନାଗରିକତା ସଂଶୋଧନ ଆଇନର ତାତି

ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେଲା ପରେ ଦିଲ୍ଲୀଠାରୁ ଆରମ୍ଭ କରି ଦେଶର ବିଭିନ୍ନ ଅ ଞ୍ଚ ଳ ସମେତ ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଏହି ଆଇନକୁ ପ୍ରବଳ ବିରୋଧ ହେଉଛି । ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଦ୍ୱାରା ଏହା ବିରୋଧର ସମ୍ମୁଖୀନ । କେଉଁଠି ଶାନ୍ତି ପୂର୍ଣ୍ଣ ପ୍ରତିବାଦ ହେଉଛି ତ ପୁଣି କେଉଁଠି ଏହା ଉଗ୍ର ରୂପ ଧାରଣ କରି ହିଂସାତ୍ମକ ହେଉଛି । ସମ୍ଭବତଃ, ଗତ ୩୦ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଣୀତ କୌଣସି ଆଇନ ବିରୁଦ୍ଧରେ ଦେଶବ୍ୟାପୀ ଏ ଭଳି ବିରୋଧ ପ୍ରଦର୍ଶନ ଦେଖା ଦେଇ ନଥିଲା । ତେବେ ଏହି ଆଇନ ମୁସଲମାନ ବିରୋଧୀ ତଥା ସମ୍ବିଧାନର ମୌଳିକ ଢା ଞ୍ଚା ର ଅବମାନନା ଦର୍ଶାଇ ଦେଶର ଅନ୍ୟତ୍ର ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଉତ୍ତର-ପୂର୍ବ ଭାରତରେ ଏହି ଆଇନକୁ ବିରୋଧର କାରଣ କିନ୍ତୁ ଭିନ୍ନ । ଉତ୍ତର-ପୂର୍ବ ଭାରତର ଅଧିବାସୀଙ୍କ ଦ୍ୱାରା ଏହି ଆଇନ ପ୍ରତ୍ୟାଖ୍ୟାତ ହେବାର କାରଣଗୁଡିକୁ ବୁଝିବାର ଆବଶ୍ୟକତା ରହିଛି । ନାଗରିକତା ସଂଶୋଧନ ଆଇନ, ୨୦୧୯ର ପ୍ରାବଧାନ ଅନୁଯାୟୀ ଧାର୍ମିକ ଉତ୍ପୀଡନର ଶିକାର ହୋଇ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ପଳାଇ ଆସିଥିବା ଅଳ୍ପ ସଂଖ୍ୟକ ହିନ୍ଦୁ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଓ ପାର୍ସି ଧର୍ମାବଲମ୍ବୀଙ୍କୁ ନାଗରିକତା ପ୍ରଦାନ କରାଯିବ । ଉତ୍ତର-ପୂର୍ବ ଭାରତର ଲୋକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ସରକାର ନାଗର