Skip to main content

Posts

Showing posts with the label President of India

ରାଷ୍ଟ୍ରପତିଙ୍କ ଅସମ୍ମାନ

ଲୋକସଭାରେ କଂଗ୍ରେସ ଦଳର ନେତା ଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଜୁଲାଇ ୨୮, ୨୦୨୨ରେ ସଂସଦ ବାହାରେ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ଭାବେ ସମ୍ୱୋଧନ କରିବାକୁ କେନ୍ଦ୍ର କରି ଉଭୟ ସଂସଦ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେ ଜଣେ ବଙ୍ଗଳାଭାଷୀ ଓ କହୁ କହୁ ଏହା ତାଙ୍କ ପାଟିରୁ ଖସି ଯାଇଥିଲା ବୋଲି ସେ ଦେଇଥିବା ସଫେଇଟି ଗ୍ରହଣୀୟ ହୋଇ ନ ଥିଲା । ଏଥିଲାଗି ତାଙ୍କୁ ରାଷ୍ଟ୍ରପତିଙ୍କଠାରୁ  ବ୍ୟକ୍ତିଗତ ଭାବେ କ୍ଷମା ଯାଚନା କରିବାକୁ ହୋଇଥିଲା । ‘ରାଷ୍ଟ୍ରପତ୍ନୀ’ ଶବ୍ଦଟି ଏକ ଅତିମାତ୍ରାରେ ଲିଙ୍ଗ-ପକ୍ଷପାତୀ (ସେକ୍ସିଷ୍ଟ) ମନ୍ତବ୍ୟ ଓ ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନସୂଚକ ହେଉଥିବାରୁ ଏହାର ପ୍ରୟୋଗ ସର୍ବାଦୌ ନିନ୍ଦନୀୟ । ରାଷ୍ଟ୍ରପତି ପଦଟି ସର୍ବୋଚ୍ଚ ସାମ୍ୱିଧାନିକ ପଦ ହୋଇଥିବାରୁ ନାଗରିକଙ୍କ ଦ୍ୱାରା ସେଥିପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହେବା ଉଚିତ । ତେବେ ବିଭିନ୍ନ ସମୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇ ତାଙ୍କ ପ୍ରତି ଭିନ୍ନ ଭିନ୍ନ ଢଙ୍ଗରେ ଅସମ୍ମାନ ପ୍ରଦର୍ଶନ ହେଉଥିବାରୁ ରାଷ୍ଟ୍ରପତିଙ୍କ ଅସମ୍ମାନ ପ୍ରସଙ୍ଗଟି ବିସ୍ତୃତ ଆଲୋଚନାର ଅପେକ୍ଷା ରଖେ । ଅଧୀର ରଞ୍ଜନ ଚୌଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟର ଭର୍ତ୍ସନା କରି ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ଯେଉଁ ବକ୍ତବ୍ୟଟି ଉପସ୍ଥାପନ କରିଥିଲେ ସେଥିରେ ମଧ୍ୟ ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ହୋଇଥିବା ...