Skip to main content

Posts

Showing posts from March, 2023

ବନାଗ୍ନି ବିଭୀଷିକା

ଅଷ୍ଟ୍ରେଲିଆର ଜଙ୍ଗଲରେ ୨୦୧୯-୨୦ରେ ଲାଗିଥିବା ଏକ ବଡ଼ ଧରଣର ନିଆଁ ବ୍ୟାପକ ବିପର୍ଯ୍ୟୟର କାରଣ ପାଲଟିଥିଲା । ସେହି ବନାଗ୍ନିର ଭୟାବହତା ଏତେ ଅଧିକ ଥିଲା ଯେ ସେଥିରେ ପ୍ରାୟ ୩.୩୮ ଲକ୍ଷ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ ନିଆଁ ଲାଗି ଅଷ୍ଟ୍ରେଲିଆର ସମୁଦାୟ ଜଙ୍ଗଲର ପାଞ୍ଚ ଭାଗରୁ ଭାଗେ ନଷ୍ଟ ହୋଇଯାଇଥଲା । ସେଥିରେ ୩୪ ଜଣଙ୍କର ପ୍ରାଣହାନି ଘଟିବା ସହ ପ୍ରାୟ ୩୦୦୦ ଘର ଜଳିଯାଇଥିଲା ଓ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ । ସେହି ବନାଗ୍ନିରେ ନିଶ୍ଚିହ୍ନ ହୋଇଯାଇଥିବା ପ୍ରାୟ ୧୦୦ କୋଟି ଜୀବଜନ୍ତୁ କେବଳ ଏକ ତଥ୍ୟ ଭାବେ ଲିପିବଦ୍ଧ ହୋଇଗଲେ ସିନା ସେମାନଙ୍କର କରୁଣ ଆର୍ତ୍ତନାଦ କାହାରି କାନରେ ପଡ଼ିଲାନାହିଁ । ଚଳିତ ଶତାବ୍ଦୀରେ ୨୦୦୩ରେ ପୂର୍ବ ସାଇବେରିଆ,  ୨୦୧୪ରେ କାନାଡ଼ାର ନର୍ଥୱେଷ୍ଚ କ୍ଷେତ୍ର, ୨୦୧୯ରେ ସାଇବେରିଆ, ୨୦୨୧ରେ ରୁଷିଆ ବନାଗ୍ନିଗୁଡ଼ିକ ମଧ୍ୟ ବଡ ଧରଣର ବନାଗ୍ନି ରୂପେ ବିବେଚିତ । ଭାରତରେ ସେଭଳି ବଡ଼ ଧରଣର ବନାଗ୍ନି ଅନୁଭୂତ ହୋଇନଥିଲେ ବି ଗତ କିଛି ବର୍ଷ ଧରି ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବନାଗ୍ନି ଲିପିବଦ୍ଧ ହୋଇ ଅପୂରଣୀୟ କ୍ଷତି ସାଧିତ ହୋଇଛି । ବିଶେଷ କରି ସଂଖ୍ୟା ଦୃଷ୍ଟିରୁ ସବୁ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶାରେ ଲଗାତାର ଭାବେ ସର୍ବାଧିକ ବନାଗ୍ନି ଲିପିବଦ୍ଧ ହେବା ଚିନ୍ତାଜନକ ହୋଇଥିବାରୁ ତାହା ରାଜ୍ୟବାସୀଙ୍କ ବିମର୍ଶର ବିଷୟ ହେବା ଆବଶ୍ୟକ ।  ଜଙ୍ଗଲରେ ନିଆଁ ଲାଗିବା ଏକ ପ୍ରାକୃତିକ ପ

ସିଲିକନ ଭ୍ୟାଲି ବ୍ୟାଙ୍କବୁଡ଼ିର କାରଣ କ'ଣ ?

ସପ୍ତାହକ ମଧ୍ୟରେ ଆମେରିକା ଭଳି ଏକ ସ୍ୱଚ୍ଛଳ ଅର୍ଥନୀତିରେ ତିନିଟି ବ୍ୟାଙ୍କର କାରବାର ବନ୍ଦ ହୋଇ ସାରା ବିଶ୍ୱର ଆର୍ଥିକ ଦୁନିଆରେ ଚହଳ ପଡ଼ିଯାଇଛି । ମାର୍ଚ୍ଚ ୧୦, ୨୦୨୩ରେ ଷୋଡ଼ଷ ସ୍ଥାନରେ ଥିବା ଆମେରିକାର ଅନ୍ୟତମ ବୃହତ୍ ବ୍ୟାଙ୍କ  ‘ସିଲିକନ ଭ୍ୟାଲି ବ୍ୟାଙ୍କ’(ଏସଭିବି)ର କାରବାରକୁ ନିୟନ୍ତ୍ରକଙ୍କ ଦ୍ୱାରା ବନ୍ଦ କରିଦିଆଗଲା । ୨୦୦୮ରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଆମେରିକାରେ କୌଣସି ବଡ଼ ଧରଣର ବ୍ୟାଙ୍କ ବନ୍ଦ ହେବାର ଏହା ଥିଲା ପ୍ରଥମ ଘଟଣା । ହଠାତ୍ କ’ଣ ଏମିତି ଘଟିଲା ଯାହା ବ୍ୟାଙ୍କର ବିପର୍ୟ୍ୟୟକୁ ଡାକିଆଣିଲା ତାହା ବୁଝିବା ଯେତିକି ଆବଶ୍ୟକ, ଏହି ଘଟଣାର ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ଓ ଅର୍ଥନୀତି ଉପରେ କି ପ୍ରଭାବ ପଡ଼ିପାରେ ତାହା ଜାଣିବା ବି ନିତାନ୍ତ ଜରୁରୀ ।      ୧୯୮୩ରେ କାଲିଫର୍ଣ୍ଣିଆରେ ପ୍ରତିଷ୍ଠିତ ହୋଇଥିବା ଏହି ବ୍ୟାଙ୍କ ମୁଖ୍ୟତଃ ସାରା ବିଶ୍ୱର ବୈଷୟିକ କ୍ଷେତ୍ରରେ କାର୍ୟ୍ୟରତ (ଟେକନୋଲୋଜି) କିଛି ଷ୍ଟାର୍ଟଅପ୍ ଓ ଭେଞ୍ଚର କ୍ୟାପିଟାଲ କମ୍ପାନୀଗୁଡ଼ିକୁ ଋଣପ୍ରଦାନ କରିଆସୁଥିଲା । ‘ଭକ୍ସ ମିଡ଼ିଆ’ ପରି କିଛି ମିଡ଼ିଆ କମ୍ପାନୀଙ୍କୁ ବି ବ୍ୟାଙ୍କ ଋଣ ଦେଇଛି । ଅନ୍ୟପକ୍ଷରେ ସେହି କମ୍ପାନୀଗୁଡ଼ିକ ଏହି ବ୍ୟାଙ୍କ ସହ କାରବାର କରୁଥିବାରୁ ସେମାନଙ୍କ ଜମାରାଶି ମଧ୍ୟ ସେଠାରେ ରଖୁଥିଲେ । ପ୍ରାୟ ୨୫୦୦ ଭେଞ୍ଚର କ୍ୟାପିଟାଲ କମ୍ପାନୀ ଏହି ବ୍ୟାଙ୍କରେ ଜମା ରଖିଥିବା ବେଳେ ସିକ୍ୱୋୟା କ୍ୟାପିଟାଲ, ଆକସେ

ସୁହାଇଲା ଭଳି ନିର୍ବାଚନ କମିସନର ଆଉ ନୁହେଁ

ପଶ୍ଚିମବଙ୍ଗ ବିଧାନସଭା ପାଇଁ ୮ ଦଫାରେ ନିର୍ବାଚନ କରିବା, ଗୁଜରାଟ  ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାରେ ବିଳମ୍ୱ କରି ଶାସକ ଦଳକୁ ଲାଭ ପହଞ୍ଚାଇବା, ଲୋକ ଜନଶକ୍ତି ପାର୍ଟିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କମିସନଙ୍କ ନିକଟରେ ଥିବା ବିବାଦର ନିର୍ଣ୍ଣୟ ନ କରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ଶିବସେନାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦର ତରବରିଆ ଭାବେ ନିଷ୍ପତ୍ତି ନେବା, ଆଚରଣ ବିଧି ଉଲ୍ଲଂଘନ ମାମଲାଗୁଡ଼ିକରେ ପାତରଅନ୍ତର ପ୍ରଦର୍ଶନ କରିବା ଭଳି ଅଭିଯୋଗ ନିକଟ ଅତୀତରେ ନିର୍ବାଚନ କମିସନଙ୍କ ବିରୋଧରେ ହୋଇ ଏହି ଅନୁଷ୍ଠାନର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । କୋଭିଡ଼ ନିୟମ ଉଲ୍ଲଂଘନ କରି ନିର୍ବାଚନୀ ରାଲି କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ କମିସନ ମାନ୍ଦ୍ରାଜ ହାଇକୋର୍ଟଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ । ତେବେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏକ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନିର୍ବାଚନ କମିସନଙ୍କ  ସ୍ୱାଧୀନତା ଆଜି ସଙ୍କଟରେ । ଏହା ପଛର ଏକ ବଡ଼ କାରଣ ହେଉଛି ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟା, ଯେଉଁଥିରେ କିଏ କମିସନର ହେବେ ତାହା ବସ୍ତୁତଃ ପ୍ରଧାନମନ୍ତ୍ରୀ ହିଁ ସ୍ଥିର କରିଥାନ୍ତି । ସେହି ଦୃଷ୍ଟିରୁ ଗଲା ମାର୍ଚ୍ଚ ୨, ୨୦୨୩ରେ ‘ଅନୁପ ବରନଓୱାଲ ବନାମ ଭାରତ ସରକାର’