Skip to main content

Posts

Showing posts with the label Theatre

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ ଇବ୍ରାହିମ ଅଲକାଜି

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ଅନ୍ୟତମ ବିନ୍ଧାଣୀ ଇବ୍ରାହିମ ଅଲକାଜିଙ୍କର ଅଗଷ୍ଟ ୪, ୨୦୨୦ରେ ୯୫ ବର୍ଷ ବୟସରେ ନିଧନ ପରେ ଏକ ସୁଦୀର୍ଘ ଘଟଣା ବହୁଳ ନାଟ୍ୟଯୁଗର ଅବସାନ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ନାଟ୍ୟ ପୁରୁଷଙ୍କ ନାଟ୍ୟ ଯାତ୍ରା ସହ ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶର ଜୟଯାତ୍ରା ଅନେକାଂଶରେ ଜଡିତ । ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶ ପାଇଁ ତାଙ୍କ ଅବଦାନ ଏତେ ଅଧିକ ଯେ ତାହା ଚିର ଦିନ ଲାଗି ସବୁ ନାଟ୍ୟାନୁରାଗୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଇବ୍ରାହିମ ଅଲକାଜି ଅକ୍ଟୋବର ୧୮, ୧୯୨୫ରେ ପୁନେ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସାଉଦି ଆରବର ଜଣେ ବିତ୍ତଶାଳୀ ବେଦୁଇନ ବ୍ୟବସାୟୀ ହୋଇଥିବା ବେଳେ ମାଆ କୁଏତର ଥିଲେ । ତାଙ୍କର ପ୍ରାରମ୍ଭିକ ଶିକ୍ଷା ପୁନେରେ ହେବା ପରେ ସେ ବମ୍ୱେର ସେଣ୍ଟ ଜାଭିୟର କଲେଜରେ ଅଧ୍ୟୟନ କରିଥିଲେ । ଏହି ସମୟରେ ତାଙ୍କର ନାଟକ ପ୍ରତି ଆଗ୍ରହ ପ୍ରକାଶ ପାଇଲା ଓ ସେ ସୁଲତାନ ‘ବବି’ ପଦମସିଙ୍କ ଥିଏଟର ଗ୍ରୁପରେ ଯୋଗଦାନ କଲେ, ଯେଉଁଥିରେ ଇଂରାଜୀ ନାଟକ ମଞ୍ଚସ୍ଥ ହେଉଥିଲା । ତାଙ୍କର ଆଉ ୮ ଜଣ ଭାଇ ଭଉଣୀ ଥିଲେ ଓ ସ୍ୱାଧୀନତା ପରେ ତାଙ୍କ ପରିବାରର ଅଧିକାଂଶ ପାକିସ୍ତାନକୁ ଚାଲି ଯାଇଥିଲା ବେଳେ ସେ ଭାରତରେ ଅବସ୍ଥାନ କରିଥିଲେ ।  ସେ ୧୯୪୮  ମସିହାରେ ୨୩ ବର୍ଷ ବୟସରେ ‘ରୟାଲ ଆକାଡେମୀ ଅଫ ଡ୍ରାମାଟିକ ଆର୍ଟସ’ (ରାଡା)ରେ ନାଟକ ଉପରେ ଉଚ୍ଚତର ତାଲିମ ...