Skip to main content

Posts

Showing posts with the label Agriculture Infrastructure Fund

କୃଷି ଭିତ୍ତିଭୂମି ପାଣ୍ଠିର ନୂତନତା କ’ଣ ?

ବିଗତ ବର୍ଷମାନଙ୍କରେ ଘରୋଇ କ୍ଷେତ୍ର ଦ୍ୱାରା କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ସ୍ଥିର ରହିଛି, ଏପରିକି ସ୍ଥଳ ବିଶେଷରେ ହ୍ରାସ ପାଇଛି । ୨୦୧୪-୧୫ ଆର୍ଥକ ବର୍ଷରେ ଘରୋଇ ପୁଞ୍ଜିନିବେଶ ୨.୫ ଲକ୍ଷ କୋଟି ଟଙ୍କା ହୋଇ କୃଷି କ୍ଷେତ୍ରରେ ସମଗ୍ର ପୁଞ୍ଜି ନିବେଶର ୮୮ ପ୍ରତିଶତ ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ତାହା ହ୍ରାସ ପାଇ ୨.୧୯ ଲକ୍ଷ କୋଟି ଟଙ୍କା ବା ୮୩ ପ୍ରତିଶତରେ ପହଞ୍ଚିଛି, ଯାହା ଉଦବେଗଜନକ । କୃଷି ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇଁ କୃଷି ଭିତ୍ତିଭୂମି ବିକାଶ ହେବା ଆବଶ୍ୟକ । ସେହିପରି ଚାଷୀମାନେ ଉପଯୁକ୍ତ ବଜାର ବ୍ୟବସ୍ଥା ସହ ଉଚିତ ମୂଲ୍ୟରେ ଉତ୍ପାଦିତ ଖାଦ୍ୟଦ୍ରବ୍ୟ ବିକ୍ରି କରି ପାରୁ ନଥିବାରୁ ପ୍ରାୟ ୧୫-୨୦ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଉଛି, ଯଦ୍ଦ୍ୱାରା ସେମାନେ ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି । ବିକଶିତ ଦେଶମାନଙ୍କରେ ଏହି କ୍ଷତିର ହାର ମାତ୍ର ୫ରୁ ୧୫ ପ୍ରତିଶତ । ତେଣୁ କୃଷି ଭିତ୍ତିଭୂମି ବିକାଶରେ ଯଥେଷ୍ଟ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ଓ ଏ ନେଇ ଘରୋଇ କ୍ଷେତ୍ରର ଏକ ବଡ ଭୂମିକା ଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ସେମାନେ ଏଥି ପ୍ରତି ବୀତସ୍ପୃହ ହେବା କୃଷି ପାଇଁ ନିଶ୍ଚିତ ଭାବେ ଏକ ଶୁଭ ସୂଚନା ନୁହେଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ୧ ଲକ୍ଷ କୋଟି ଟଙ୍କାର ଏକ ‘କୃଷି ଭିତ୍ତିଭୂମି ପାଣ୍ଠି’ (ଆଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ)ର...

କୃଷି ଭିତ୍ତିଭୂମି ପାଣ୍ଠି - ଏକ ମାତ୍ର ବାଟ ସୁପରିଚାଳନା

କୃଷି ଭିତ୍ତିଭୂମି ବିକାଶରେ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ‘କୃଷି ଭିତ୍ତିଭୂମି ପାଣ୍ଠି’ ଘୋଷଣା ହେବା ପରେ ଚାଷୀମାନଙ୍କର ଆୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏତେ ପରିମାଣର ପୁଞ୍ଜି ନିବେଶ ନିଶ୍ଚିତ ଭାବେ ଉତ୍ସାହଜନକ ମନେ ହେଉଥିଲେ ବି ଏହି ପାଣ୍ଠିରୁ ଓଡିଶା ଭଳି ରାଜ୍ୟର ଚାଷୀମାନେ ଉପକୃତ ହେବାର ସମ୍ଭାବନା କେତେ, ତାହା ଆଲୋଚନାର ବିଷୟ । ଏହି ଯୋଜନା ଚଳିତ ଆର୍ଥିକ ବର୍ଷ, ଅର୍ଥାତ୍ ୨୦୨୦-୨୧ରୁ ଆରମ୍ଭ ହୋଇ ୧୦ ବର୍ଷ ଯାଏଁ ଅର୍ଥାତ୍ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ । ଯୋଜନା ମୁତାବକ ଆଗାମୀ ଚାରି ବର୍ଷ ମଧ୍ୟରେ କୃଷି ଭିତ୍ତିଭୂମିର ବିକାଶ ଲାଗି ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନମାନଙ୍କ ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ମଧ୍ୟମ ଓ ଦୀର୍ଘ ମିଆଦି ଋଣ ଯୋଗାଇ ଦିଆଯିବ । ଏହି ଋଣକୁ ପ୍ରାଥମିକ କୃଷି ସମବାୟ ସମିତି, ବାଣିଜ୍ୟ ସମବାୟ ସମିତି, କୃଷକ ଉତ୍ପାଦ ସଂଘ (ଏଫପିଓ), ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ଯୌଥ ଦାୟ ଗୋଷ୍ଠୀ (ଜେଏଲଜି), ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପସ, ଏକତ୍ରିକରଣ ଭିତ୍ତିଭୂମି ପ୍ରଦାନକାରୀ (ଆଗ୍ରିଗେଟିଂ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର) ଏବଂ ସରକାରୀ-ଘରୋଇ ଭାଗିଦାରୀ (ପିପିପି)ଗୁଡିକୁ ଯୋଗାଇ ଦିଆଯିବ । ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଶତକଡା ୩ ଭାଗ ସୁଧ ରିହାତି...