Skip to main content

Posts

Showing posts with the label Chemical Fertiliser Crisis Organic Farming India Odia

ଉତ୍କଟ ସାର ସଙ୍କଟର ଚିନ୍ତା

ଅଧିକ ଅମଳ ପାଇବା ଆଶାରେ ଚାଷୀ ଏବେ ତା ଫସଲରେ ଏତେ ଅଧିକ ରାସାୟନିକ ସାର ପ୍ରୟୋଗ କରୁଛି ଯେ ତାକୁ ବାଦ ଦେଇ ଚାଷ କରିବା କଥା ତା ମନକୁ ଆଣି ପାରିବ ନାହିଁ ।  ଏ ଭଳି ସମୟରେ ଦେଶରେ ରାସାୟନିକ ସାର ସଙ୍କଟର ଆଶଙ୍କା ଦେଖା ଦେବା ଚାଷୀଙ୍କ ଲାଗି ଆଦୌ ଶୁଭଙ୍କର ହୋଇ ନ ପାରେ । ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ଦର ହୁ ହୁ ହୋଇ ବଢିବା ଯୋଗୁଁ ଦେଶରେ ଉତ୍ପନ୍ନ ହୋଇଥିବା ସଙ୍କଟର ମୁକାବିଲା କରିବା ପାଇଁ ଉଭୟ ଚାଷୀ ଓ ସରକାରଙ୍କୁ ଗମ୍ଭୀରତାର ସହ ବିବେଚନା କରିବାକୁ ହେବ । ଗତ ଦୁଇ ବର୍ଷ ଧରି ବିଶ୍ୱ ବଜାରରେ ଯବକ୍ଷାରଜାନ, ଫସଫରସ ଓ ପଟାସିଅମ (ଏନପିକେ) ସାରର ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଛି । ଉଦାହରଣ ସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ୨୦୨୦ରେ ଡିଏପି ସାର ଦର ଟନ ପିଛା ୨୭୬ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ୯୫୪ ଡଲାରରେ ଆସି ପହଞ୍ଚିଛି । ସେହିପରି ଏପ୍ରିଲ ୨୦୨୦ରେ ୟୁରିଆର ଦର ଟନ ପିଛା ୨୫୫ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ଆସି ୯୨୫ ଡଲାର ହେଲାଣି ।  ରାସାୟନିକ ସାର ଦର ବୃଦ୍ଧି ପଛରେ ଥିବା ଅନେକ କାରଣ ମଧ୍ୟରୁ କଞ୍ଚାମାଲର ଦର ବୃଦ୍ଧି ଅନ୍ୟତମ ମୁଖ୍ୟ କାରଣ । ସାର ଉତ୍ପାଦନ ଓ ଦର ଅନେକାଂଶରେ ପ୍ରାକୃତିକ ଗ୍ୟାସର ସୁଲଭ ଉପଲବ୍ଧତା ଉପରେ ନିର୍ଭର କରିଥାଏ । ଉତ୍ତର ଆମେରିକାରେ ପ୍ରାକୃତିକ ଗ୍ୟାସ ଦର ଏମଏମବିଟିୟୁ ପିଛା ମାତ୍ର ୬ ଡଲାର ଥିବା ବେଳେ ଗତ କିଛି ଦିନ ମଧ୍ୟରେ ୟୁର...