Skip to main content

Posts

Showing posts with the label Covid

ସରକାରୀ ଭାବେ ଯେଉଁମାନେ କୋଭିଡରେ ମରିନାହାନ୍ତି !

କିଛି ମୃତ୍ୟୁର କାରଣ ମୃତ ବ୍ୟକ୍ତିଙ୍କ ପରିବାକୁ ଅସହଜ କରି ଦେଉଥିଲା ବେଳେ ଆଉ କିଛି ମୃତ୍ୟୁର କାରଣ ସରକାରଙ୍କୁ ଅସହଜ କରି ଦେଇଥାଏ । କାରଣ ସେଭଳି ମୃତ୍ୟୁସଂଖ୍ୟା ଅଧିକ ହେଲେ ତାହା ସରକାରଙ୍କ ପାରିବାପଣକୁ ଆଙ୍ଗୁଠି ଦେଖାଇବା ସହ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥାଏ । ମାତ୍ର କୋଭିଡଜନିତ ମୃତ୍ୟୁ ପରିବାର, ସମାଜ ଓ ସରକାର ସମସ୍ତଙ୍କୁ ଯେମିତି ଭିନ୍ନ ଭିନ୍ନ ସ୍ତରରେ ଅସହଜ କରି ପକାଇଛି । କୋଭିଡରେ ମରିଥିବା ଲୋକଙ୍କ ତଥ୍ୟ ସାମନାକୁ ଆସିଗଲେ କାଳେ ତାହା ସରକାରଗୁଡିକର କୋଭିଡ ମହାମାରୀ ମୁକାବିଲାରେ ବିଫଳତାକୁ ପଦାରେ ପକାଇ ଦେବ, ଆତଙ୍କ ସୃଷ୍ଟି କରି ଦେଶର ଅର୍ଥନୀତି ପ୍ରତି କ୍ଷତି ପହଞ୍ଚାଇବ, ସେଥିପାଇଁ ବିଶ୍ୱର ଅନେକ ଦେଶରେ କୋଭିଡଜନିତ ବାସ୍ତବ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବାର ଖବରମାନ ଏବେ ସାମନାକୁ ଆସୁଛି । ତେଣୁ କୋଭିଡ-୧୯ରେ କେଉଁ ଦେଶରେ କେତେ ଜଣ ଲୋକ ମଲେ ପ୍ରଶ୍ନରେ ଯେଉଁ ଉତ୍ତର ମିଳୁଛି ତାହା ଅନେକ କ୍ଷେତ୍ରରେ ସତ୍ୟଠାରୁ ବହୁ ଦୂରରେ ବୋଲି ଜଣା ପଡିଛି । ସରକାରୀ ଭାବେ ଦର୍ଶା ଯାଉଥିବା କୋଭିଡ ମୃତ୍ୟୁସଂଖ୍ୟାଠାରୁ ବିଭିନ୍ନ ଦେଶରେ କୋଭିଡଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଲଣ୍ଡନର ଇକୋନୋମିଷ୍ଟ ସଂସ୍ଥାର ଅଧ୍ୟୟନରୁ ଜଣାପଡୁଥିବାରୁ ତାହା ମହାମାରୀର ପ୍ରକୃତ ପ୍ରକୋପକୁ ବୁଝିବାରେ ସହାୟକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ‘କୋଭିଡ-୧୯ରେ ମୃତ୍ୟୁ’ର ସଂଜ୍ଞା ହେଉ...

ଶବ ମାଗୁଛି ମର୍ଯ୍ୟାଦା

ଗଙ୍ଗା ନଦୀରେ ଅନେକ ଶବ ଭାସୁଥିବାର ଦୃଶ୍ୟ ଅସଂଖ୍ୟଙ୍କୁ ବ୍ୟଥିତ କରିଛି । ନିଜକୁ କେତେ ଅସହାୟ ମଣିଲେ ଯାଇ ଜଣେ ପ୍ରିୟଜନଙ୍କ ମୃତ ଶରୀରକୁ ନଦୀରେ ଭସାଇବାର ଚରମ ନିଷ୍ପତ୍ତି ନେଇପାରେ ? ମୃତ୍ୟୁର ଆଘାତରୁ ବର୍ତ୍ତିବା ପୂର୍ବରୁ ସମ୍ଭବତଃ ମୃତକଙ୍କ ଆତ୍ମୀୟମାନେ ଆମ୍ୱୁଲାନ୍ସ, ପଣ୍ଡା, ଶ୍ମଶାନରେ ଏପରି ଶୋଷଣର ଶିକାର ହୋଇଥିବେ ଯେ ଆର୍ଥିକ ଅସ୍ୱଚ୍ଛଳତା କାରଣରୁ ମୃତଦେହକୁ ନଦୀରେ ଭସାଇବା ଭିନ୍ନ ସେମାନଙ୍କ ଆଗରେ ଅନ୍ୟ ବିକଳ୍ପ ନ ଥିବ । ଏପରି କ୍ଷେତ୍ରରେ ଶବ ପ୍ରତି ହେଉଥିବା ଅମର୍ଯ୍ୟାଦାକୁ ପ୍ରତିହତ କରିବାକୁ ସରକାର ବା ସମାଜକୁ ଆଗେଇ ଆସିବାର ଥିଲା । ମୃତଦେହଗୁଡିକ ପ୍ରତି ହେଉଥିବା ପାରିବାରିକ, ସାମାଜିକ ଓ ସରକାରୀ ସ୍ତରରେ ଅମର୍ଯ୍ୟାଦା ଚିନ୍ତାଜନକ ଓ ତାହା ସୁଧାରିବାର ଆବଶ୍ୟକତା ରହିଛି ।      କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କହିବାର ଥିଲା ଦୈହିକ ଦୂରତା ରକ୍ଷା କର । କୁହାଗଲା ସାମାଜିକ ଦୂରତା ରକ୍ଷା କର । ପାଶ୍ଚାତ୍ୟ ସମାଜରେ ସାମାଜିକ ଦୂରତାକୁ ଯେଉଁ ଅର୍ଥରେ ବୁଝାଯାଏ, ଭାରତରେ ତା’ର ଅର୍ଥ ଠିକ୍ ସେଇଆ ନୁହେଁ । ଅନେକେ ସାମାଜିକ ଦୂରତାକୁ ସାମାଜିକ ବାଛନ୍ଦ ବୋଲି ଧରି ନେଇ ତଦନୁଯାୟୀ ଆଚରଣ କରିବାକୁ ଲାଗିଲେ । ଲୋକେ ସମାଜଠାରୁ ଦୂରେଇ ରହିଲେ ଓ ସେମାନଙ୍କଠାରେ ନିଜର ଓ ନିଜ ପରିବାରର କୋଷା ଭିତରେ ରହିବାର ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା । ଏପରିକି ଘର ଭିତରେ କେହି ...