Skip to main content

Posts

Showing posts with the label Odia

ସଙ୍କଟରେ କୃଷି ଓ ଖାଦ୍ୟ ସୁରକ୍ଷା

ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ତା’ର ପ୍ରତିକୂଳ ପ୍ରଭାବ ତୁରନ୍ତ ଭାରତରେ ଅନଭୂତ ହେବାକୁ ଲାଗିଲା। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବାଧିତ ହେବାରୁ ଉପସାଗରୀୟ ଦେଶଗୁଡ଼ିକରୁ ଅଶୋଧିତ ତେଲ ଓ ଗ୍ୟାସ ମିଳିବାରେ ସଙ୍କଟ ଦେଖାଦେଲା। ‘ଏଲପିଜି’ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ସହ ସିଲିଣ୍ଡର ପାଇବା ଲାଗି ଲୋକଙ୍କୁ ଲମ୍ୱା ଲାଇନରେ ଠିଆ ହେବାକୁ ହେଲା। ବାଣିଜ୍ୟିକ ସିଲିଣ୍ଡରର ବିତରଣକୁ ବନ୍ଦ କରିଦିଆଯିବାରୁ ହୋଟେଲ, ରେସ୍ତୋରାଁ ଓ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ବାଧିତ ହେଲା। ଇତିମଧ୍ୟରେ ତୈଳ ବିତରଣ କମ୍ପାନୀଗୁଡ଼ିକ ପ୍ରିମିଅମ ପେଟ୍ରୋଲ ଓ ଔଦ୍ୟୋଗିକ ଡିଜେଲର ମୂଲ୍ୟ ବୃଦ୍ଧି କରିସାରିଲେଣି। ‘ବ୍ରେଣ୍ଟ' ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୧୦ ଡଲାରରୁ ଅଧିକ ରହୁଥିବାରୁ ଆଗାମୀ ଦିନରେ ଦେଶରେ ସାଧାରଣ ପେଟ୍ରୋଲ ଓ ଡିଜେଲର ମଧ୍ୟ ଦରବୃଦ୍ଧିର ଆଶଙ୍କା ଦେଖାଦେଲାଣି। ଦେଶରେ ତେଲର ଅଭାବ ନଥିବା ନେଇ ପେଟ୍ରୋଲିଅମ୍ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି କରାଯାଇଥିଲେ ମଧ୍ୟ ଦେଶ କ୍ରମଶଃ ଇନ୍ଧନ ସଙ୍କଟ ଭିତରକୁ ଠେଲି ହୋଇଯାଉଥିବାର ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଲେ ଆମଦାନି ରପ୍ତାନି ବାଧାପ୍ରାପ୍ତ ହୋଇ ଆଗାମୀ ଦିନରେ ଯେ ଦେଶରେ କୃଷି ଓ ଖାଦ୍ୟ ସୁରକ୍ଷା ମଧ୍ୟ ସଙ୍କଟଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ।  ଦେଶରେ କୃଷି ଏବେ ଅତ୍ୟଧିକ ରାସାୟନିକ ସାର ନିର୍ଭର...

‘ଏଚ-ୱ୍ୱାନ ବି’ ଭିସାର ଚଡ଼କ

ଦ୍ୱିତୀୟ ବାର ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଅଧିଷ୍ଠିତ ହେବା ପରେ ଏପରି କିଛି ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି ଯାହା ଭାରତ ଓ ଭାରତୀୟଙ୍କ ସ୍ୱାର୍ଥ ବିରୋଧୀ ହେଉଛି। ଆମେରିକାରେ ରହୁଥିବା ଅବୈଧ ପ୍ରବାସୀ ଭାରତୀୟଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପିନ୍ଧାଇ ଅତି ଅମାନୁଷିକ ଭାବେ ସେମାନଙ୍କୁ ବିତାଡ଼ିତ କରିବାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଭାରତୀୟ ରପ୍ତାନୀ ସାମଗ୍ରୀ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ୍ ଆକ୍ରମଣ ସହିତ ପାଦେ ଆଗକୁ ଯାଇଥିଲା । ଇରାନର ଚବାହାର ବନ୍ଦର ଦେଇ କାରବାର ଉପରେ ଆମେରିକା ପୁନଃ କଟକଣା ଲଗାଇଲାଣି ଯଦ୍ଦ୍ୱାରା ଆଫଗାନିସ୍ତାନ ଓ ମଧ୍ୟ ଏସୀୟ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟ ଅତ୍ୟଧିକ ବାଧାପ୍ରାପ୍ତ ହେବ। ତାପରେ ଆସିଛି ନୂଆ ଏଚ୍-ୱ୍ୱାନ ବି ଭିସାର ନିୟମ, ଯହିଁରେ  ଏଭଳି ଭିସାର ନୂତନ ଆବେଦନକାରୀଙ୍କ ଲାଗି ଲକ୍ଷେ ଡଲାର ଦେୟ ଦାଖଲ କରିବାକୁ ପଡ଼ିବ। ଫଳରେ ଆମେରିକାରେ ଚାକିରି କରିବାର ଭାରତୀୟଙ୍କ ସ୍ୱପ୍ନକୁ ଏକପ୍ରକାର ଧୂଳିସାତ୍ ହୋଇଛି। ଏହାର ସୁଦୂର ପ୍ରସାରୀ ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବାର ଭୟ ମଧ୍ୟ ସୃଷ୍ଟି ହୋଇଛି। ଜର୍ଜ ବୁଶ୍ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଇମିଗ୍ରେସନ୍ (ବହିରାଗତଙ୍କ ଦେଶ ପ୍ରବେଶ) ଆଇନ, ୧୯୯୦ ଜରିଆରେ ‘ଏଚ-ୱାନ୍ ବି’ ଭିସାର ପ୍ରଚଳନ କରାଯାଇଥିଲା। ଆମେରିକା ଶ୍ରମବଳରେ ବୈଷୟିକ, ଇଞ୍ଜିନିଅରିଂ ଓ ମେଡିକାଲ କ୍ଷେତ୍ରରେ ଥିବା ବିଶେଷ ଦକ୍ଷତା...

ହାତ କଡ଼ି, ବେଡ଼ି ଓ ଦେଶର ମର୍ଯ୍ୟାଦା

ଅମୃତସର ବିମାନବନ୍ଦରଠାରେ ୨୦୨୫ ମସିହା ଫେବୃଆରୀ ୫ ତାରିଖରେ ଆମେରିକା ବିମାନବାହିନୀର ଏକ ମାଲବୁହା ବିମାନ ଅବତରଣ କଲା । ସେଥିରୁ ଓହ୍ଲାଇଲେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟ । ୪୦ ଘଣ୍ଟାର ସୁଦୀର୍ଘ ବିମାନଯାତ୍ରାର ସମ୍ପୂର୍ଣ୍ଣ ସମୟ ତକ ସେମାନଙ୍କ ହାତରେ ପଡ଼ିଥିଲା କଡ଼ି ଓ ଗୋଡ଼ରେ ଥିଲା ବେଡ଼ି । ଏହା ଥିଲା ଭାରତରେ କୌଣସି ବିଦେଶୀ ସାମରିକ ମାଲବୁହା ବିମାନରେ ହାତକଡ଼ି ପିନ୍ଧା ଭାରତୀୟମାନେ ଲଦା ହୋଇଆସିବାର ପ୍ରଥମ ଘଟଣା । ଏହାଦ୍ୱାରା ମର୍ଯ୍ୟାଦାହାନି ଘଟି ଦେଶର ଛବି ମଳିନ ହୋଇଛି ବୋଲି ସଂସଦରେ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କଲେ । କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଥିପାଇଁ ଆମେରିକାର ସମାଲୋଚନା ନ କରି ଅବୈଧ ପ୍ରବାସୀଙ୍କୁ ବହିଷ୍କାର କଲାବେଳେ ହାତକଡ଼ି ପିନ୍ଧାଇ ଆଣିବା ସେହି ଦେଶର ଏସ.ଓ.ପି. ବା ସ୍ୱୀକୃତ ପ୍ରକ୍ରିୟା ବୋଲି ସଫେଇ ଦେଇଥିଲେ । ୨୦୦୯ ମସିହାରୁ ୧୫୭୫୬ ଜଣ ଅବୈଧ ପ୍ରବାସୀ ଭାରତୀୟ ଆମେରିକା ଦ୍ୱାରା ନିର୍ବାସିତ ହୋଇଛନ୍ତି । ହେଲେ କେବେ ବି ଏଭଳି ଘଟି ନାହିଁ । ପୂର୍ବରୁ ସେମାନଙ୍କୁ ଯାତ୍ରୀବାହୀ ବିମାନ ଯୋଗେ ପଠାଯାଇ ଆସୁଥିଲା । ଏବେ ସେମାନଙ୍କୁ ଆମେରିକୀୟ ସାମରିକ ମାଲବୁହା ବିମାନରେ ଅତି ଦୟନୀୟ ଭାବେ ପଠାହେବା ସହ ସେମାନଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପକାଇ ନିର୍ବାସନ କରାଯାଉଥିବାର ଭିଡିଓ ଭାଇରାଲ ହେବା ଲଜ୍ଜାଜନକ । ପ୍ରଶ୍ନ ଉଠୁଛି କଲମ୍ୱିଆ, ପରି ଛୋଟ ଦେଶ ଯଦି ଆମେରି...

ଭଲ ଛୁଆଁ, ଖରାପ ଛୁଆଁ

ନିକଟରେ ଜଣେ ସିନେମା ପ୍ରଯୋଜକ ସର୍ବସମକ୍ଷରେ ଜଣେ କାର୍ଯ୍ୟରତ ସାମ୍ୱାଦିକାଙ୍କୁ ପିଠି ଓ ଗାଲରେ ଆଘାତ ଦେଇଥିବା ଅଭିଯୋଗ ପରେ ସାମ୍ୱାଦିକାଙ୍କ ଏତଲା କ୍ରମେ ତାଙ୍କୁ ହାଜତ ଯିବାକୁ ପଡ଼ିଥିଲା । ତେବେ ଉପଲବ୍ଧ ସିସିଟିଭି ଫୁଟେଜ ଆଧାରରେ କେହି କେହି ଯୁକ୍ତି ବାଢ଼ିଲେ ଯେ ସେ ସାମ୍ୱାଦିକାଙ୍କୁ ଆକ୍ରମଣ କରି ନଥିଲେ ବରଂ ଉଭୟ ପୂର୍ବରୁ ପରିଚିତ ହୋଇଥିବାରୁ ସେ ସ୍ନେହରେ ତାଙ୍କ ପିଠି ଓ ଗାଲକୁ ଥାପୁଡ଼ାଇ ଦେଇଥିଲେ, ଯାହା ଜେଲ୍ ଗଲା ଭଳି ଏକ ଅପରାଧ ନୁହେଁ କି ସେ ଜଣେ ଅପରାଧୀ ନୁହନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନିନ୍ଦା କରୁଥିବା କିଛି ବ୍ୟକ୍ତିଙ୍କର ଯୁକ୍ତି ଥିଲା, କର୍ମଜୀବୀ ମହିଳାମାନଙ୍କ ପ୍ରତି ସର୍ବସମକ୍ଷରେ ଏ ଭଳି ଅପରାଧ ସଂଘଟିତ ହେଲେ ସେମାନେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଜକୁ ସୁରକ୍ଷିତ ମଣିବେ କିପରି ? ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ଛୁଇଁବା ଗ୍ରହଣୀୟ କି ନୁହେଁ ଓ ଛୁଇଁବାର ଲକ୍ଷ୍ମଣରେଖା କ'ଣ ସେ ନେଇ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି । ମହିଳା ଜଣଙ୍କୁ ଚାପୁଡ଼ା ମରାଯାଇଥାଉ କି ଗେହ୍ଲାରେ ଥାପୁଡ଼ାଇ ଦିଆଯାଇଥାଉ, ସେ କର୍ମଜୀବୀ ମହିଳା ହୋଇଥାଆନ୍ତୁ କି ଜଣେ ସାଧାରଣ ଗୃହିଣୀ, ପ୍ରତ୍ୟେକ ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ତାଙ୍କ ସମ୍ମତି ବିନା ଅନ୍ୟ କେହି ତାଙ୍କ ଶରୀରକୁ ସ୍ପର୍ଶ କରିବା ତାଙ୍କର ସେହି ଅଧିକାରର ଉଲ୍ଲଂଘନ ଭାବେ ଗ୍ରହଣ କରାଯାଇପାରେ । ତେବେ...

ନିର୍ବାଚନୀ ବଣ୍ଡ୍ ମାମଲା - ସୁପ୍ରିମ କୋର୍ଟଙ୍କ ରାୟ: ଏକ ଆଲୋଚନା

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ୍ ଅବୈଧ ବୋଲି ରାୟ ପ୍ରକାଶ ପାଇଛି । ତେଣୁ ଏହି ଅସ୍ୱଚ୍ଛ ବଣ୍ଡର ପ୍ରଚଳନ ଉପରେ ରୋକ ଲାଗିଛି । ତା’ ଛଡ଼ା ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦା ସଂକ୍ରାନ୍ତରେ ନାଗରିକଙ୍କର ଜାଣିବାର ଅଧିକାର ନାହିଁ ବୋଲି ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏହି ବଣ୍ଡ୍ ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଅସାମ୍ୱିଧାନିକ ବୋଲି ଘୋଷଣା କରିଛନ୍ତି । ଅନେକେ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରୁଛନ୍ତି । ଭାରତୀୟ ରାଜନୀତି ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବା ସୁନିଶ୍ଚିତ । ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ଆଳ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାନୁଆରୀ ୨, ୨୦୧୮ରେ ‘ନିର୍ବାଚନୀ ବଣ୍ଡ୍ ସ୍କିମ’ର ପ୍ରଚଳନ ହୋଇଥିଲା । ଟଙ୍କା ପରି ନିର୍ବାଚନୀ ବଣ୍ଡ ଏକ ପ୍ରମିଶରି ନୋଟ ଯହିଁରେ କ୍ରେତାଙ୍କ ପରିଚୟ ଗୋପନୀୟ ରଖାଯାଇଥାଏ । ଷ୍ଟେଟ ବ୍ୟାଙ୍କର ଅଧିକୃତ କେତେକ ଶାଖାରେ ବର୍ଷର ନିର୍ଦ୍ଦିଷ୍ଟ କିଛି ଦିନ ଲାଗି ୧୦୦୦ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ମୂଲ୍ୟର ୫ ପ୍ରକାରର ନିର୍ବାଚନୀ ବଣ୍ଡ୍ ଉପଲବ୍ଧ ହୋଇଥାଏ । ତାହ।କୁ ଯେ କେହି କିଣି ଯେ କୌଣସି ଦଳକୁ ଚାନ୍ଦା ଆକାରରେ ଦେଇପାରେ ଓ ଏ ସମସ୍ତ ପ୍ରକରଣ ଗୋପନୀୟ ରହିଥାଏ ।   ...

ଲୋହିତ ସାଗର ସଙ୍କଟର ପ୍ରଭାବ

ହମାସ ବିରୋଧରେ ଗାଜା ଭୂଖଣ୍ଡ ଉପରେ ଇସ୍ରାଏଲର ଅମାନବୀୟ ଆକ୍ରମଣ ବୃଦ୍ଧି ପାଇବା ପରେ ନଭେମ୍ୱର ୧୯, ୨୦୨୩ରେ ଲୋହିତ ସାଗର ପ୍ରଥମ କରି ସଂଘର୍ଷର ନୂଆ କ୍ଷେତ୍ର ପାଲଟିଲା ଯେତେବେଳେ ୟେମେନସ୍ଥିତ ‘ହୁଥି’ ସଶସ୍ତ୍ର ସଂଗଠନ ଦ୍ୱାରା ଇସ୍ରାଏଲର ଏକ ମାଲବାହୀ ଜାହାଜକୁ ଅପହରଣ କରି ନିଆଗଲା । ଇସ୍ରାଏଲ ମାଲିକାନାରେ ଥିବା, ଇସ୍ରାଏଲ ଦ୍ୱାରା ପରିଚାଳିତ ହେଉଥିବା ଓ ଇସ୍ରାଏଲୀ ବନ୍ଦରଗୁଡ଼ିକ ଉଦ୍ଦେଶ୍ୟରେ ଯାଉଥିବା ଜାହାଜଗୁଡ଼ିକ ଆକ୍ରମଣର ଶିକାର ହେଉଥିବା କଥା ‘ହୁଥି’ ତରଫରୁ କୁହାଯାଉଥିଲେ ବି ଇତିମଧ୍ୟରେ ଇସ୍ରାଏଲ ସହ କୌଣସି ସମ୍ପର୍କ ନଥିବା ଅନେକ ଜାହାଜ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇସାରିଲେଣି । ଡିସେମ୍ୱର ୯ ଠାରୁ ଲଗାତର ଭାବେ ଏହି ଧରଣର ଆକ୍ରମଣ ବୃଦ୍ଧି ପାଇଥିବାରୁ ଲୋହିତ ସାଗର ଏକ ସଙ୍କଟଗ୍ରସ୍ତ ଅଞ୍ଚଳରେ ପରିଣତ ହୋଇଛି । ଆମେରିକା ଓ ବ୍ରିଟେନ ତରଫରୁ ହୁଥି ଆଡ଼୍ଡାଗୁଡ଼ିକ ଉପରେ ସଂଖ୍ୟାଧିକ ପ୍ରତ୍ୟାକ୍ରମଣ ହୋଇଥିଲେ ହେଁ 'ହୁଥି'ର ସଦସ୍ୟମାନଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ିନାହିଁ କି ସେମାନେ ଆକ୍ରମଣରୁ ନିବୃତ୍ତ ହୋଇନାହାନ୍ତି । ଏହା ସାରା ବିଶ୍ୱର ବିଭିନ୍ନ ଦେଶର ଚିନ୍ତାକୁ ଯଥେଷ୍ଟ ବଢାଇଛି; କାରଣ ଲୋହିତ ସାଗର ବିଶ୍ୱର ଅନ୍ୟତମ ବ୍ୟସ୍ତ ଜଳପଥ ହୋଇଥିବାରୁ ସେଠାରେ ସଙ୍କଟ ଲାଗି ରହିଲେ ସାରା ପୃଥିବୀର ବାଣିଜ୍ୟ ପ୍ରତିକୂଳ ଭାବେ ପ୍ରଭାବିତ ହେବ । ଏହା ଦ୍ୱାରା ଯୋଗାଣ ଶୃଙ୍ଖଳ ବାଧାପ...

ଜମି ଅଧିଗ୍ରହଣ ଆଇନ ସଂଶୋଧନ - ଏହାର ଆବଶ୍ୟକତା ଥିଲା କି ?

ଗଲା ସେପ୍ଟେମ୍ୱର ୨୭, ୨୦୨୩ରେ ଓଡିଶା ବିଧାନସଭାରେ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରାଯାଇ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା’ ବିଲ୍ ପାରିତ ହୋଇଛି । ଏଥିରେ ୫୦୦ ଏକର ପର୍ଯ୍ୟନ୍ତ ଜମି ଅଧିଗ୍ରହଣରେ ‘ସାମାଜିକ ପ୍ରଭାବ ଆକଳନ’ ଓ ଖାଦ୍ୟ ସୁରକ୍ଷା କଟକଣାରୁ ଅବ୍ୟାହତି ମିଳିଛି ; ଯାହା ଫଳରେ ଜନଶୁଣାଣି ଅନାବଶ୍ୟକ ହୋଇପଡ଼ିଛି । ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ନିବେଶକଙ୍କୁ ଅବାଧ ଜମି ହସ୍ତାନ୍ତରର ବ୍ୟବସ୍ଥା କରି ପୁଞ୍ଜି ଆକୃଷ୍ଟ କରିବା ପାଇଁ ଏ ଭଳି ସଂଶୋଧନର ଆବଶ୍ୟକତା ଥିଲା ବୋଲି କୁହାଯାଉଛି । ତେବେ ଆଇନରେ ପରିଣତ ହେଲେ ଏହାର କି ପ୍ରଭାବ ପଡ଼ିପାରେ ସେ ସମ୍ପର୍କରେ ଜନସାଧାରଣ ଜାଣିବାର ଆବଶ୍ୟକତା ରହିଛି ।    ୟୁପିଏ ସରକାର ଅମଳରେ ୨୦୧୩ରେ ପାରିତ ହୋଇଥିବା ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ରେ ଜମି ଅଧିଗ୍ରହଣ ଅପେକ୍ଷାକୃତ କଠିନ ହେଉଥିଲା ବୋଲି ବିଭିନ୍ନ ରାଜ୍ୟରୁ ଅଭିଯୋଗ ମିଳୁଥିଲା । ତେଣୁ ଏହାର ସଂଶୋଧନ ପାଇଁ ସଂସଦ ଦ୍ୱାରା ଏକ ଜେପିସି ଗଠିତ ହୋଇଥିଲା, ଯାହାର ସୁପାରିଶ କ୍ରମେ ଏନଡିଏ ସରକାର ୨୦୧୫ରେ ଉପରୋକ୍ତ ଆଇନରେ ସଂଶୋଧନ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅଧିକ ସରଳ ଓ କୋହଳ କରିବାର ପ୍ରୟାସ କଲେ । ଉଲ୍ଲେଖଯୋଗ୍ୟ ଯେ ସଂସଦୀୟ କମିଟିକୁ ମିଳିଥିବା ତଥ୍ୟ ଅନୁଯାୟ...

ଶିକ୍ଷାନୁଷ୍ଠାନର ଉତ୍କର୍ଷ ଲାଗି ଆମେ ଆଗ୍ରହୀ ତ !

ହରିଆଣାର ସୋନିପତ ଜିଲ୍ଲାରେ ଅବସ୍ଥିତ ଏକ ସମ୍ଭ୍ରାନ୍ତ ଘରୋଇ ବିଶ୍ୱବିଦ୍ୟାଳୟ ‘ଅଶୋକା ୟୁନିଭର୍ସିଟି’ର ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀ ଦାସଙ୍କ ଜୁଲାଇ ୨୫ରେ ଏକ ଗବେଷଣା ପତ୍ର ପ୍ରକାଶ ପାଇବା ପରେ ତାକୁ ନେଇ ଏବେ ବିଶ୍ୱବିଦ୍ୟାଳୟ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଛି । ଫଳସ୍ୱରୂପ ସବ୍ୟସାଚୀ ଇସ୍ତଫା ପ୍ରଦାନ କରିବାକୁ ଏକ ପ୍ରକାର ବାଧ୍ୟ ହେବା ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାଳବିଳମ୍ୱ ନ କରି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବା ଯୋଗୁଁ ଛାତ୍ର ଓ ଶିକ୍ଷକଙ୍କ ଅସନ୍ତୋଷ ବୃଦ୍ଧି ପାଇ ସମସ୍ୟାକୁ ଅଧିକ ଜଟିଳ କରିଛି । କିଛି ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ଅଶ୍ୱସ୍ତିକର ବାତାବରଣ ସମ୍ପର୍କରେ ଉପରୋକ୍ତ ଘଟଣାଟି ଇଙ୍ଗିତ କରୁଥିବା ବେଳେ ଗବେଷଣାଲବ୍ଧ ଫଳାଫଳକୁ ଗ୍ରହଣ କରିବାରେ ପ୍ରକାଶ ପାଉଥିବା ଅସହିଷ୍ଣୁତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଯାହା ଗବେଷକମାନଙ୍କୁ ବିବଦମାନ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରିବାରୁ ବିମୁଖ କରିପାରେ । ଆମେରିକାର ୟାଲେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡ଼ି କରିଥିବା ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀଙ୍କ ୫୦ ପୃଷ୍ଠା ବିଶିଷ୍ଟ ଗବେଷଣା ପତ୍ରର ଶୀର୍ଷକ ଥିଲା ‘ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ଗଣତାନ୍ତ୍ରିକ ସ୍ଖଳନ’ (ଡେମୋକ୍ରାଟିକ ବ୍ୟାକସ୍ଲାଇଡ଼ିଂ ଇନ ଦ ୱାର୍ଲଡସ ଲାର୍ଜେଷ୍ଟ ଡେମୋକ୍ରାସି) ।  ଗଣତାନ୍ତ୍ରିକ ସ୍ଖଳନ ଏବେ ସ...

କାହିଁ ଗଲେ ‘ବଳରାମ’ ଏ ଘନ କାଳରେ !

ଜୁଲାଇ ୭ ତାରିଖ ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଟୁଇଟ୍ ମାଧ୍ୟମରେ ଲେଖିଲେ, “ବଳରାମ ଯୋଜନାରେ ଋଣ ମଞ୍ଜୁରିରେ ଅବହେଳା ଯୋଗୁଁ ଆମେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମପୁର ମୌଜାସ୍ଥିତ ଶାଖାକୁ ସିଲ୍ କରିଦେଇଛୁ” । ଏହି ଟୁଇଟ ଅଚିରେ ଭାଇରାଲ୍ ହୋଇଗଲା ଓ ତାକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟାମାନ ପ୍ରକାଶ ପାଇବାକୁ ଲାଗିଲା । ବ୍ୟାଙ୍କ ଶାଖାକୁ ସିଲ୍ କରିବା ତାଙ୍କର କ୍ଷମତା ପରିସରଭୁକ୍ତ କି ନୁହେଁ ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ, ତେବେ ବ୍ୟାଙ୍କ ଶାଖାକୁ ସିଲ୍ କରି ‘ବଳରାମ’ ଯୋଜନାରେ ବ୍ୟାଙ୍କ ଋଣ ପ୍ରଦାନକୁ ଗତି  ପ୍ରଦାନ କରିବା ଯେ ଅସମ୍ଭବ ତାହା ସୁନିଶ୍ଚିତ । ତେବେ ରାଜ୍ୟରେ ବଳରାମ ଯୋଜନାରେ ଋଣ ପ୍ରଦାନ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ କୁଣ୍ଠିତ ହେବାର କାରଣଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରାଗଲେ ହୁଏତ ଯୋଜନାର ଆଶାନୁରୂପ ଅଗ୍ରଗତି ହୋଇପାରନ୍ତା । ରାଜ୍ୟ ସରକାରଙ୍କ କୃଷି ଗଣନା ୨୦୧୫-୧୬ର ଆକଳନ ଅନୁଯାୟୀ ରାଜ୍ୟରେ ୪୮.୬୬ ଲକ୍ଷ କାର୍ଯ୍ୟକାରୀ ଚାଷଜୋତ (ଆଗ୍ରିକଲଚରାଲ ହୋଲଡିଂ) ଅଛି । ସେଥିମଧ୍ୟରୁ ୯.୦୫ ଲକ୍ଷ ଚାଷଜୋତକୁ ଭାଗଚାଷୀଙ୍କୁ ଭାଗ, ବଖରା ବା ସଞ୍ଜା (ଲିଜ୍) ଆକାରରେ ଦିଆଯାଇଛି । ଏଥିମଧ୍ୟରୁ ୨.୮୩ ଲକ୍ଷ ଚାଷଜୋତକୁ ସମ୍ପୂର୍ଣ୍ଣ ଭାବେ ବଖରା ଦିଆଯାଇଥିବା ବେଳେ ୬.୨୨ ଲକ୍ଷ ଚାଷଜୋତକୁ ଆଂଶିକ ଭାବେ ବଖରା ଦିଆଯାଇଛି । ଅର୍ଥା...

ଜନସଂଖ୍ୟା ବୃଦ୍ଧି ଓ ସାମ୍ପ୍ରଦାୟିକ ସନ୍ତୁଳନ

ଜାତିସଂଘ ତରଫରୁ ପ୍ରକାଶିତ ‘ୱାର୍ଲଡ଼ ପପୁଲେସନ ପ୍ରୋସପେକ୍ଟସ ୨୦୨୨’ ଅନୁଯାୟୀ ଆଜି ଅର୍ଥାତ୍ ନଭେମ୍ୱର ୧୫, ୨୦୨୨ରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ । ବିଶ୍ୱ ଜନସଂଖ୍ୟା ୨୦୮୦ରେ ୧୦୪୦ କୋଟିର ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ୨୧୦୦ ଯାଏଁ ଅପରିବର୍ତ୍ତିତ ରହିବ । ଅନ୍ୟପକ୍ଷରେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଟପି ଏହା ବିଶ୍ୱର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବ । ଜନସଂଖ୍ୟାରେ ସାମ୍ପ୍ରଦାୟିକ ଅସନ୍ତୁଳନ ଭୌଗୋଳିକ ସୀମାର ପରିବର୍ତ୍ତନର କାରଣ ହେଉଥିବାରୁ ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଦେଶରେ ବିଭିନ୍ନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଏକ ଜନସଂଖ୍ୟା ନୀତି ପ୍ରଣୟନ ସପକ୍ଷରେ ମତ ଦେଇଆସୁଛନ୍ତି । ତେଣୁ ଭାରତରେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ହୋଇ ନ ପାରିବାର କାରଣଗୁଡ଼ିକ ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି ।      ୧୮୦୪ରେ ପ୍ରଥମ ଥର ପାଇଁ ୧୦୦ କୋଟି ଛୁଇଁଥିବା ବିଶ୍ୱ ଜନସଂଖ୍ୟା ୨୦୦ କୋଟିରେ ପହଞ୍ଚିବାକୁ ଆଉ ୧୨୩ ବର୍ଷ ଲାଗିଗଲା । ୧୯୬୦ରେ ଜନସଂଖ୍ୟା ୩୦୦ କୋଟିରେ ପହଞ୍ଚିବା ପରେ ପ୍ରତି ୧୨ରୁ ୧୪ ବର୍ଷ ବ୍ୟବଧାନରେ ଏହା ୧୦୦ କୋଟି ଲେଖାଏଁ ବଢି ଚାଲିଲା । ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବୃଦ୍ଧି ହାର ୨୦୨୦ରେ ପ୍ରଥ...

ବାବାସାହେବଙ୍କ ‘ଭୀମ ପ୍ରତିଜ୍ଞା’

ଅକ୍ଟୋବର ୫, ୨୦୨୨ରେ ବୌଦ୍ଧ ଧର୍ମକୁ ଧର୍ମାନ୍ତରିତ ହେଉଥିବା କିଛି ଦଳିତଙ୍କ ଏକ ଦୀକ୍ଷା ଗ୍ରହଣ ସମାରୋହରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଞ୍ଚରେ ଉପସ୍ଥିତ ଥିଲା ବେଳେ ସେମାନଙ୍କୁ ଯେଉଁ ୨୨ଟି ପ୍ରତିଜ୍ଞା ପ୍ରଦାନ କରାଯାଇଥିଲା ସେଥିରେ ହିନ୍ଦୁ ବିରୋଧୀ ମନ୍ତବ୍ୟମାନ ଥିବାରୁ ତାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରୁଛି ବୋଲି କୁହାଗଲା । ବିଜେପି ସମେତ କିଛି ହିନ୍ଦୁ ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ । ମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବାରୁ ଏହା ଏକ ସୁଚିନ୍ତିଚ ଷଡଯନ୍ତ୍ର ବୋଲି ଦର୍ଶାଇ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଗଲା । କ୍ଷୋଭର ବିଷୟ ଯେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ମଧ୍ୟ ୨୨ଟି ପ୍ରତିଜ୍ଞା ମଧ୍ୟରୁ କେବଳ ପ୍ରଥମ ୩ଟିକୁ ବାରମ୍ୱାର ପ୍ରସାରିତ କରି ତାହା ହିନ୍ଦୁ ବିରୋଧୀ ବୋଲି ଜନମାନସରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରାଗଲା । ରାଜେନ୍ଦ୍ର ଗୌତମ ନିଜେ ଜଣେ ବୌଦ୍ଧ ଧର୍ମାବଲମ୍ୱୀ ହୋଇଥିବାରୁ ସେହି ମଞ୍ଚରେ ସେ ଉପସ୍ଥିତ ରହିବା କିଛି ଅବାଞ୍ଛିତ ବା ଅନୈତିକ କାର୍ଯ୍ୟ ନୁହେଁ । ତେବେ ଚାପର ବଶବର୍ତ୍ତୀ ହୋଇ ଶେଷରେ ତାଙ୍କୁ ଅକ୍ଟୋବର ୯, ୨୦୨୨ରେ ଇସ୍ତଫା ପ୍ରଦାନ କରିବାକୁ ହେଲା । ଆଗାମୀ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ହିନ୍ଦୁ ମତଦାତାଙ୍କ ଉପରେ ଏହାର ସମ୍ଭାବ୍ୟ କୁପ୍ରଭାବର ଆଶଙ୍କାରେ ରାଜେନ୍ଦ୍ର ଗୌତମଙ୍କ ସପକ୍ଷରେ ଆମ ଆଦମୀ ପାର୍ଟି ଯେଉଁଭଳି ବାହ...