Skip to main content

Posts

Showing posts from November, 2018

କନରାଡୋ ବେନିତେଜ ବ୍ରିଗେଡ ଓ ବିଜୁ ଯୁବ ବାହିନୀ

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଗଠିତ ଗୋଟିଏ ଉତ୍ସର୍ଗୀକୃତ ବାହିନୀ କିପରି  ଚମତ୍କାରିତା  ପ୍ରଦର୍ଶନ କରିପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କ୍ୟୁବାର କନରାଡୋ ବେନିତେଜ ବ୍ରିଗେଡ । କ୍ୟୁବା ବିପ୍ଳବ ପରେ ୧୯୫୯ରେ ଫିଡେଲ କାଷ୍ଟ୍ରୋ କ୍ଷମତା ଦଖଲ କଲା ବେଳକୁ ଦେଶରେ ସାକ୍ଷରତା ହାର ୬୦-୭୦ ପ୍ରତିଶତ ଥିଲା । ଯେ ପର୍ଯ୍ୟନ୍ତ ଦେଶର ସବୁ ଲୋକ ସାକ୍ଷର ଓ ଶିକ୍ଷିତ ହୋଇନାହାନ୍ତି, ସେ ଯାଏଁ ସେମାନଙ୍କ ନିକଟରେ ସରକାରଙ୍କ  ବାର୍ତ୍ତା  ଓ କାର୍ଯ୍ୟକ୍ରମ ସଠିକ ଭାବେ  ପହଞ୍ଚାଇ  ହେବ ନାହିଁ କି ସେମାନେ ସେଥିରୁ ଲାଭ ପାଇପାରିବେ ନାହିଁ ବୋଲି କାଷ୍ଟ୍ରୋଙ୍କର ଦୃଢ ଧାରଣା ଥିଲା । ତେବେ ସେଥିପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା କିପରି  ଅପହଞ୍ଚ   ଅଞ୍ଚଳ ରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ଓ ସେଠାରେ ଥିବା ନିରକ୍ଷରଙ୍କୁ ସାକ୍ଷର କରାଯିବ । ଯୁଦ୍ଧକାଳୀନ ଭିତ୍ତିିରେ ଏହା ହାସଲ କରିବାର ଲକ୍ଷ୍ୟ ରଖି ୧୯୬୧ ମସିହାକୁ ‘ଶିକ୍ଷା ବର୍ଷ’ ଭାବେ ଘୋଷଣା କରାଗଲା ଓ ଏହା ‘ଜାତୀୟ ସାକ୍ଷରତା ଅଭିଯାନ’ ନାମରେ ସେହି ବର୍ଷ ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ୨୨ ଡିସେମ୍ବର ଯାଏଁ ଚାଲିଥିଲା । ଗାଁ ଗଣ୍ଡାରେ ସ୍କୁଲ ତିଆରି କରିବା, ନୂଆ ଶିକ୍ଷକମାନଙ୍କୁ ତାଲିମ ଦେବା ଓ ନିରକ୍ଷର ଚାଷୀଙ୍କୁ ସାକ୍ଷର କରିବାର ଲକ୍ଷ୍ୟ ରଖି କାଷ୍ଟ୍ରୋ ସାକ୍ଷରତା ବାହିନୀମାନ ଗଠନ କରି ସେଠାକୁ ପଠାଇଲେ । ଏହି ବା