Skip to main content

Posts

Showing posts from August, 2026

ଓଡ଼ିଶାର ଲକ୍ଷେ କୋଟି ଟଙ୍କା ସ୍ୱାହା!

ସଂସଦର ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଛି। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ମାତ୍ର ଗୋଟିଏ ବିଲ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅନ୍ୟ ବିଲଗୁଡ଼ିକ ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ଗୁରୁତ୍ୱପୂର୍ଣ୍ଣ ‘ଖଣି ଓ ଖଣିଜ ( ବିକାଶ ଓ ନିୟାମକ) ସଂଶୋଧନ ବିଲ’ ବା ଏମ.ଏମ.ଡି.ଆର୍. ଆମେଣ୍ଡମେଣ୍ଟ ବିଲ’ ଯାହା ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କା ସ୍ୱାହା ହେବାର ଆଶଙ୍କା ସୃଷ୍ଟି ହୋଇଛି।    ଗତ ଅଗଷ୍ଟ ୧୩ ତାରିଖ ଦିନ ଏମ.ଏମ.ଡି.ଆର୍. ସଂଶୋଧନ ବିଲ ସଂସଦର ଉଭୟ ସଦନରେ ପାରିତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ। ଏମଏମଡିଆର୍ ଆଇନ, ୧୯୫୭ର ରୟାଲଟି ସଂକ୍ରାନ୍ତୀୟ ଧାରା ୯ରେ ଆଉ ଏକ ଉପଧାରା ‘ଘ’ ଯୋଗ କରାଗଲା, ଯଦ୍ଦ୍ୱାରା ଖଣି ସମ୍ପର୍କୀୟ ଟିକସ ନିର୍ଦ୍ଧାରଣରେ ଆଉ ରାଜ୍ୟଗୁଡ଼ିକର ସ୍ୱାଧୀନତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ କଟକଣା ବାହାରକୁ ଯାଇ ରାଜ୍ୟଗୁଡ଼ିକ ଆଉ ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ଲେଭି ଇତ୍ୟାଦି ଲଗାଇପାରିବେ ନାହିଁ। କେବଳ ସେତିକି ନୁହେଁ ଅନ୍ୟ କୌଣସି ଆଇନ ବା ଅଦାଲତଙ୍କ ରାୟ ବଳରେ ଆଦାୟ ହେବାକୁ ଥିବା ବକେୟା ଦେୟ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଆଉ ଆଦାୟ କରିହେବନ...

ଇଏ ପରା ‘ଜେନ୍-ଜି’

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରତିବାଦରେ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)ର ଆହ୍ୱାନ କ୍ରମେ ହୋଇଥିବା ଆନ୍ଦୋଳନ ମୁଖ୍ୟତଃ ଏକ ‘ଜେନ୍-ଜି’ ଆନ୍ଦୋଳନ ଥିଲା, ଯାହାର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା। ପ୍ରଥମେ ସେମାନଙ୍କ ଦାବିକୁ କେହି ଗୁରୁତ୍ୱ ନେଇ ନଥିଲେ, କାରଣ ମୋଦୀଙ୍କ ଦୀର୍ଘ ଶାସନ କାଳରେ କୌଣସି ଜଣେ ହେଲେ ମନ୍ତ୍ରୀଙ୍କୁ ଜନସାଧାରଣଙ୍କ ଚାପରେ ଇସ୍ତଫା ଦେବାକୁ ପଡ଼ି ନଥିଲା। କିନ୍ତୁ ଏଥର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଯାହା ସମସ୍ତଙ୍କୁ ଚକିତ କଲା ତାହା ହେଲା ମାତ୍ର ଦୁଇମାସ ତଳେ ଥଟ୍ଟାମଜାରେ ଆରମ୍ଭ ହୋଇଥିବା ‘ଜେନ୍-ଜି’ଙ୍କ ଏହି ଆନ୍ଦୋଳନ ଏତେ ବଡ଼ ସଫଳତା ହାସଲ କରିବା। ତେଣୁ ଏହା ପଛର କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଉ।      ୧୯୯୭ରୁ ୨୦୧୨ ମସିହା ମଧ୍ୟରେ ଜନ୍ମ ହୋଇଥିବା ସମସ୍ତଙ୍କୁ ‘ଜେନ-ଜି’ (ଜେନେରେସନ୍-ଜେଡ) କୁହାଯାଇଥାଏ। ୨୦୧୩ ପରେ ଜନ୍ମ ହୋଇଥିବା ପିଢ଼ିକୁ ‘ଜେନ୍-ଆଲଫା’ କୁହାଯାଉଛି। ତେବେ ‘ଜେନ-ଜି’ଙ୍କ ପୂର୍ବର ପିଢ଼ିଗୁଡ଼ିକ ହେଲେ ‘ମିଲେନିଆଲ’ ବା ‘ଜେନ-ୱାଇ’ (୧୯୮୧-୧୯୯୬), ‘ଜେନ-ଏକସ୍’ (୧୯୬୫-୧୯୮୦), ‘ବେବି ବୁମର୍ସ’ (୧୯୪୬-୧୯୬୪), ‘ସାଇଲେଣ୍ଟ ଜେନେରେସନ୍’ (୧୯୨୮-୧୯୪୫), ‘ଗ୍ରେଟେଷ୍ଟ ଜେନେରେସନ୍’ (୧୯୦୧-୧୯୨୭)।  ଏବେ ‘ଜେନ-ଜି’ ପିଢ଼ିର ହାରାହାରି ବୟସ ମାତ୍ର ୨୨ ବର୍ଷ। ସେମାନେ ଦୁନିଆକୁ ଦେଖିଲା ଦିନୁଁ ଇଣ...