Skip to main content

Posts

Showing posts with the label Central Vista Project India Odia

ଗୋଆରେ ବାଜି ଛଡେଇ ନେଲା ବିରୋଧୀଙ୍କ ଭୁଲ ରଣନୀତି

ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଅନ୍ୟ ଚାରୋଟି ରାଜ୍ୟରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି । ତେବେ ଜାତୀୟ ଗଣମାଧ୍ୟମରେ ଅନେକ ନିର୍ବାଚନ ବିଶ୍ଳେଷକ ଏହାକୁ ବିଜେପି ସପକ୍ଷରେ ‘ପ୍ରଚଣ୍ଡ ଜନମତ’ ବୋଲି ଅଭିହିତ କରିଛନ୍ତି । ନିର୍ବାଚନ ଜିତିବା ଓ ଜନମତ ହାସଲ କରିବା ଦୁଇଟି ଭିନ୍ନ କଥା ହୋଇପାରେ । ତା’ ଛଡା ବ୍ୟବସ୍ଥା ବିରୋଧୀ ଜନମତ ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି କିପରି ଛଡାଇ ନେଇପାରେ ଜିତୁଥିବା ବାଜି, ତାହା ସମ୍ପ୍ରତି ଗୋଆ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ଜଣାପଡେ । ଗୋଆ ଏକ ଛୋଟ ରାଜ୍ୟ ଯାହାର ବିଧାନସଭାରେ ମାତ୍ର ୪୦ଚି ଆସନ ରହିଛି । ଚଳିତ ନିର୍ବାଚନରେ ସେଠାରେ ୭୯ ପ୍ରତିଶତ ମତଦାତା ଭୋଟ ଅଧିକାର ସାବ୍ୟସ୍ତ କରିବା ସତ୍ତ୍ୱେ ସେମାନଙ୍କ ସଂଖ୍ୟା ମାତ୍ର ୯.୩୦ ଲକ୍ଷରେ ସୀମିତ ଥିଲା । ନିର୍ବାଚନ ମଣ୍ଡଳୀଗୁଡିକର ଆକାର ଛୋଟ ହୋଇଥିବାରୁ ସେଗୁଡିକରେ ସର୍ବନିମ୍ନ ପ୍ରାୟ ୧୬ ହଜାରରୁ ସର୍ବୋଚ୍ଚ ୩୦ ହଜାର ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ । ଫଳରେ ନବେଲିମ ଆସନରେ ବିଜୟୀ ପ୍ରାର୍ଥୀ ମାତ୍ର ୫୧୬୮ ଭୋଟ ପାଇଥିବା ବେଳେ ପୋରିଏମ ଆସନରୁ ବିଜୟୀ ପ୍ରାର୍ଥୀ ସର୍ବାଧିକ ୧୭୮୧୬ ଭୋଟ ପାଇଥିଲେ । ସ୍ୱାଭାବିକ ଭାବେ ଅନେକ ଆସନରେ ହାରଜିତର ଫଇସଲା ଅତି କମ ଭୋଟ...

ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପର ଔଚିତ୍ୟ

ଦେଶବାସୀଙ୍କ ଧ୍ୟାନ କରୋନା ମହାମାରୀ ଉପରେ କେନ୍ଦ୍ରିତ ଥିଲା ବେଳେ ଏହି ବିପ ତ୍ତି  ସମୟରେ ଦିଲ୍ଲୀରେ ପ୍ରସ୍ତାବିତ ସେ ଣ୍ଟ୍ରା ଲ ଭିସ୍‌ଟା ପ୍ରକଳ୍ପକୁ ଆଗେଇ ନେବା ପାଇଁ ସମ୍ପୃକ୍ତ ଅ ଞ୍ଚ ଳରେ ଜମି ବ୍ୟବହାରର କିସମ ପରିବ ର୍ତ୍ତ ନ ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ତତ୍ପରତା ପ୍ରଦର୍ଶିତ ହେଲା, ତାହା ଅନେକଙ୍କୁ ବିସ୍ମିତ କଲା । ଦେଶ ଏକ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଏ ଭଳି ଏକ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ଔଚିତ୍ୟକୁ ନେଇ ବିରୋଧୀ ଦଳ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ଆବଶ୍ୟକ । ନୂଆଦିଲ୍ଲୀର ପ୍ରସିଦ୍ଧ ରାଜପଥ ସଂଲଗ୍ନ ଉଭୟ ପା ର୍ଶ୍ଵ  ତଥା ଆଖପାଖ ଅ ଞ୍ଚ ଳରେ ପ୍ରସ୍ତାବିତ ସେ ଣ୍ଟ୍ରା ଲ ଭିସ୍‌ଟା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଯେଉଁ ସବୁ ନିର୍ମାଣ କାର୍ଯ୍ୟର ପରିକଳ୍ପନା କରାଯାଇଛି ସେଗୁଡିକ ମଧ୍ୟରେ ପ୍ରମୁଖ ହେଉଛି ଏବର ସଂସଦ ଭବନକୁ ଲାଗି ଏକ ନୂଆ ତିନିକୋଣିଆ ସଂସଦ ଭବନର ନିର୍ମାଣ । ଏଥିରେ ଲୋକସଭା ପାଇଁ ୯୦୦ରୁ ୧୦୦୦ ସଦସ୍ୟ ବସି ପାରିବା ଭଳି ଏକ କକ୍ଷ ନିର୍ମାଣ ହେବ । ଆବଶ୍ୟକ ସ୍ଥଳେ ଲୋକସଭା ଓ ରାଜ୍ୟସଭାର ଯୌଥ ଅଧିବେଶନ ଏହି କକ୍ଷରେ ଆୟୋଜନ କରାଯାଇ ପାରିବ, ଯାହା ବ ର୍ତ୍ତ ମାନ ସଂସଦ...