Skip to main content

Posts

Showing posts from September, 2018

ନ ଥାଉ ପଛେ ମୋର ବିହଙ୍ଗ ପକ୍ଷ

ପକ୍ଷୀଟିଏ ଭଳି ଆକାଶ ମାର୍ଗରେ ଉଡି ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥାଏ, ଆଉ ସେହି ଇଚ୍ଛା ଯଦି ସରକାରୀ ତହବିଲରୁ ଖର୍ଚ୍ଚ ହୋଇ ପୂରଣ ହୋଇପାରେ, ତାହାହେଲେ ତାଠାରୁ ଭଲ ଆଉ କଣ l ନିକଟରେ ଓଡିଶାର ରାଜ୍ୟପାଳ ହେଲିକପ୍ଟର ଯୋଗେ ହରିଆଣାର ସୀର୍ସାକୁ ଯାଇ ଗସ୍ତ ଖର୍ଚ୍ଚ ୪୬ ଲକ୍ଷ ୧୮ ହଜାର ଟଙ୍କା ହେବା ଓ ତାପରେ ରାଜ୍ୟ ସରକାରଙ୍କ ଦ୍ଵାରା ସେ ନେଇ ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହ ପତ୍ରାଳାପ ହେବା ପରେ ଗଣମାଧ୍ୟମରେ ଚର୍ଚ୍ଚା ହେବାକୁ ଲାଗିଲା l ତେବେ ମୁଖ୍ୟ ଶାସନ ସଚିବଙ୍କ ଦୁଃଖ ପ୍ରକାଶ ପରେ ଚର୍ଚ୍ଚାରେ ବିରାମ ଲାଗିଲା l ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧିକୁ ଏଡାଇବା ପାଇଁ ସରକାର ହୁଏତ ଚୁପ ରହିବା ସ୍ଵାଭାବିକ l କିନ୍ତୁ ରାଜକୋଷରୁ କରଦାତାଙ୍କ ଅର୍ଥର ଅପଚୟ ହୋଇଥିବାରୁ ଜନସାଧାରଣ ପ୍ରଶ୍ନ ଉଠାଇବା ଉଚିତ ନୁହେଁ କି ? ଓଡିଶାର ନବନିଯୁକ୍ତ ରାଜ୍ୟପାଳ ଜୁନ ୧୦ ତାରିଖ ଦିନ ତାଙ୍କ ବାସସ୍ଥାନ ହରିଆଣାର ସୀର୍ସା ଗସ୍ତରେ ଯାଇଥିବା ବେଳେ ଦୁଇଟି ହେଲିକପ୍ଟର ବ୍ୟବହାର ହୋଇଥିଲା l ସେ ଦିଲ୍ଲୀ ପର୍ଯ୍ୟନ୍ତ ଲିଗେସୀ-୬୫୦ ଜେଟ ଏୟାରକ୍ରାଫ୍ଟରେ ଓ ସେଠାରୁ ସୀର୍ସା ଯାଏଁ ଅନ୍ୟ ଏକ ହେଲିକପ୍ଟରରେ ଯାଇଥିଲେ l ସେହିପରି ୧୩ ଜୁନରେ ସୀର୍ସାରୁ ଦିଲ୍ଲୀ ଯାଏଁ ହେଲିକପ୍ଟରରେ ଆସି ଦିଲ୍ଲୀରୁ ଭୁବନେଶ୍ଵର ପୂର୍ବୋକ୍ତ ଲିଗେସୀ-୬୫୦ ଜେଟରେ ଫେରିଥିଲେ l ଏହି ଯାତ୍ରା ପାଇଁ ଭୁବନେଶ୍ଵରରୁ ଦିଲ୍ଲୀ ଯିବା ଆସ