Skip to main content

Posts

Showing posts from May, 2023

ଗୋଲାପି ଟଙ୍କାର ଅପମୃତ୍ୟୁ

ଆଖି ଆଗରେ ଗୋଲାପି ଟଙ୍କା ଜନ୍ମ ନେଲା । ଅନେକଙ୍କ ଆଖିରେ ଧନୀ ହେବାର ଗୋଲାପି ସ୍ୱପ୍ନ ବୋଳିଲା । ଗରିବଟିଏ ବି ସେଇଟିକୁ ହାତରେ ଧରି କ୍ଷଣିକ ଲାଗି ହେଲେ ବି ନିଜକୁ ଧନୀ ଧନୀ ମଣିଲା । କ୍ରମେ ଗୋଲାପି ଟଙ୍କା କୁଆଡ଼େ ତା’ ରଙ୍ଗ ଏମିତି ବଦଲାଇଲା ଯେ ତା’ର ପରିଚୟ ‘ନୂଆ କଳା’ ଟଙ୍କାରେ ପରିଣତ ହୋଇଗଲା । ବୋଧେ ତାହା ହିଁ ପାଲଟିଲା ତା’ର ଅକାଳ ମୃତ୍ୟୁର କାରଣ । ଦୁଇ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଲାଗି ରିଜର୍ଭ ବ୍ୟାଙ୍କର ଘୋଷଣା ସହିତ ସେହି ଗୋଲାପି ଟଙ୍କାର ଅପମୃତ୍ୟୁ ହୋଇଛି କହିଲେ କିଛି ଭୁଲ ହେବନାହିଁ । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଟଙ୍କାର ବର୍ଦ୍ଧିତ ଚାହିଦାକୁ ତତକ୍ଷଣାତ୍ ପୂରଣ କରିବା ଲାଗି ତା’ର ଜନ୍ମ ହୋଇଥିଲା । ସେହି ଲକ୍ଷ୍ୟ ପୂରଣ କରି ସାରିଥିବାରୁ ତା’ର ମୃତ୍ୟୁ ଅନିବାର୍ୟ୍ୟ ଥିଲା ବୋଲି କୁଆଡ଼େ ତା’ ଜନ୍ମ ସମୟରୁ ନିଧାର୍ୟ୍ୟ ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୨୭ ଅନୁଯାୟୀ ଚିରି ଯାଇଥିବା, ବିକୃତ ହୋଇଥିବା ବା ନଷ୍ଟ ହୋଇଥିବା ନୋଟଗୁଡ଼ିକୁ ବ୍ୟାଙ୍କ ପୁନର୍ବାର ବଜାରକୁ ଛାଡ଼ିପାରିବେ ନାହିଁ । ତଦନୁଯାୟୀ ରିଜର୍ଭ ବ୍ୟାଙ୍କ ୧୯୯୯ରୁ ‘ସ୍ୱଚ୍ଛ ମୁଦ୍ରା ନୀତି’ (କ୍ଲିନ୍ ନୋଟ ପଲିସି)ର ଅନୁପାଳନ କରି ନାଗରିକମାନଙ୍କୁ ଉଚ୍ଚ ମାନର ନୋଟ ଓ ମୁଦ୍ରା ଯୋଗାଇ ଆସୁଛି । ମାର୍ଚ୍ଚ ୨୦୧୭ ପୂର୍ବରୁ ସର୍ବାଧିକ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ ଛପା ହୋଇ ସେଗୁଡ଼ିକର ଆୟୁଷ ଅତିକ୍ରାନ୍ତ ହୋଇସାରିଥିବା

ମହାରାଷ୍ଟ୍ର ବିଭ୍ରାଟ ଓ ଏକ ଅନୈତିକ ସରକାର

ଜୁନ ୨୦୨୨ରେ ଭାରତୀୟ ରାଜନୈତିକ ରଙ୍ଗମଞ୍ଚରେ ଏକ ରୋମାଞ୍ଚକର ନାଟକ ଅଭିନୀତ ହୋଇଥିଲା । ସେଥିରେ ଦେଖିବାକୁ ମିଳିଲା ଯେ ଶିବସେନାର କିଛି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରଥମେ ମୁମ୍ୱାଇରୁ ଗୁଜରାଟର ସୁରାଟକୁ ଓ ତା’ପରେ ଆଉ କିଛି ବିଦ୍ରୋହୀ ବିଧାୟକଙ୍କ ସହ ମିଶି ଏକ ଟାର୍ଟାର୍ଡ଼ ବିମାନରେ ଆସାମର ରାଜଧାନୀ ଗୁଆହାଟୀକୁ ଗଲେ, ଗୁଆହାଟୀରୁ ଗୋଆ ହୋଇ ମୁମ୍ୱାଇକୁ ଫେରିଲେ । ଦଳୀୟ ହ୍ୱିପର ଅବମାନନା ଆଭିୟୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦ୍ୱାରା ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତିଙ୍କ ନିକଟରେ ଆବେଦନ ହେଲା । ଏ ସବୁ ଘଟଣାର ଘନଘଟା ଭିତରେ ରାଜ୍ୟପାଳ ମହୋଦୟ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଧାରିତ ଦିନରେ ବିଧାନସଭାରେ ଆସ୍ଥା ଭୋଟ ହାସଲ ପାଇଁ ନିର୍ଦ୍ଦେଶ ଦେଲେ । ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ଫଇସଲା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ସେହି ଆବେଦନ ଖାରଜ ହେଲା । ତା’ପରେ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ତା’ପରେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କଲେ । ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ଓ ଉଦ୍ଧବଙ୍କ ସରକାରର ପୁନଃସ୍ଥାପନା ଲାଗି ଆଗତ ରିଟ କରାଗଲା, ଯାହାର ବିଚାର କରି ସୁପ୍ରିମ

‘ମୋ ମଣିପୁର ଜଳୁଛି’

‘ମୋ ରାଜ୍ୟ ଜଳୁଛି । ଦୟାକରି ସାହାଯ୍ୟ କର’ । କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଟ୍ୱିଟ ମାଧ୍ୟମରେ ଏପରି ଆକୁଳ ନିବେଦନଟିଏ କରିଥିଲେ ମଣିପୁରର ଖ୍ୟାତନାମା ମୁଷ୍ଟିଯୋଦ୍ଧା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ମେରି କମ୍ । ମଣିପୁରର ଇମ୍ଫାଲ, ଚୁରାଚାନ୍ଦପୁର ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଘଟି ଆଧିକାରିକ ଭାବେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଜଣାପଡ଼ୁଛି । ହଜାର ହଜାର ଲୋକ ନିଜ ଘର ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଛନ୍ତି । ଯେଉଁ ଭଳି ବିଜୁଳି ବେଗରେ ହିଂସା ବ୍ୟାପିଗଲା ତା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ନଥିବାରୁ ସଂଘଟିତ ହିଂସାର ସେମାନେ କେବଳ ମୂକଦର୍ଶକ ସାଜିଲେ ଯାହା । ଘଟଣାକ୍ରମ ଥିଲା କିଛିଟା ଏହିପରି । ଏପ୍ରିଲ ୩୦, ୨୦୨୩ରେ ମେତିମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରିବାଲାଗି କେନ୍ଦ୍ର ସରକାରଙ୍କୁ ଅନୁମୋଦନ କରି ପ୍ରସ୍ତାବ ପଠାଇବା ପାଇଁ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶିତ କରିଥିଲେ । ଏବେ ମେତିମାନେ  ଅନୁସୂଚିତ ଜାତି ଓ ପଛୁଆ ବର୍ଗରେ ସ୍ଥାନ ପାଇଛନ୍ତି । ହାଇକୋର୍ଟଙ୍କ ଆଦେଶ ଯୋଗୁଁ ଆଦିବାସୀମାନଙ୍କର ସମ୍ୱିଧାନ ପ୍ରଦତ୍ତ ସୁରକ୍ଷା ଓ ଅଧିକାର ବାଧିତ ହେବାର ଆଶଙ୍କା କରି ସେମାନେ ଏ

ବିଜ୍ଞାପନ, ନୈତିକତା ଓ ସେଲିବ୍ରିଟି

ଥରେ ଜଣେ ସ୍କୁଲ ଛାତ୍ରୀ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଶ୍ନଟିଏ ପଚାରିଲା, “ଆମ ମିସ୍ ମୃଦୁ ପାନୀୟକୁ ବିଷ ବୋଲି କହୁଥିବା ବେଳେ ଆପଣ ସେଭଳି ଦ୍ରବ୍ୟର ବିଜ୍ଞାପନ କରୁଛନ୍ତି କାହିଁକି?” ପ୍ରଶ୍ନଟି ତାଙ୍କୁ ଏପରି ବିଚଳିତ କରିଥିଲା ଯେ ସେ ସେହି ବିଜ୍ଞାପନରୁ ଓହରି ଆସିଲେ । କେବଳ ସେତିକି ନୁହେଁ ସେ ଅନ୍ୟ ସେଲିବ୍ରିଟିମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଜ୍ଞାପନରେ କୌଣସି ଉତ୍ପାଦର ଅନୁମୋଦନ କରିବା ପୂର୍ବରୁ ଉତ୍ପାଦଟିର ପ୍ରତିଟି ଦିଗ ସମ୍ପର୍କରେ ଯଥୋଚିତ ଅନୁସନ୍ଧାନ କରିବା ଦରକାର । ଏକ ସାମ୍ୱାଦିକ ସମ୍ମିଳନୀରେ ଫୁଟବଲ୍ ତାରକା ରୋନାଲଡୋ ତାଙ୍କ ଆଗରେ ଥୁଆ ହୋଇଥିବା କୋଲା ବୋତଲକୁ ହଟାଇ ତା’ ସ୍ଥାନରେ ପାଣି ବୋତଲ ରଖିବା ଘଟଣା ବିଶେଷ ଚର୍ଚ୍ଚାର କାରଣ ହୋଇଥିଲା । ଏହା ପରେ ସମ୍ପୃକ୍ତ କମ୍ପାନୀର ପ୍ରାୟ ୪୦୦ କୋଟି ଡଲାର କ୍ଷତି ହୋଇଥିବା କଥା କୁହାଯାଏ । ସେଲିବ୍ରିଟିମାନେ ସାଧାରଣତଃ ଆଦର୍ଶ ସ୍ଥାନୀୟ ଭାବେ ପରିଗଣିତ ହୋଇ ଅନେକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖୁଥିବାରୁ ସେମାନଙ୍କ ପସନ୍ଦ ବା ନାପସନ୍ଦର ପ୍ରଭାବ କିଭଳି ବ୍ୟାପକ ଓ ଗଭୀର ହୋଇଥାଏ, ଉପରୋକ୍ତ ଘଟଣା ହେଉଛି ତା’ର ପ୍ରମାଣ । ଏହାସତ୍ତ୍ୱେ ଅର୍ଥଲୋଭରେ କିଛି ସେଲିବ୍ରିଟିଙ୍କଠାରେ ସମାଜ ପ୍ରତି କ୍ଷତିକାରକ କା’ (ସରୋଗେଟ) ବିଜ୍ଞାପନ ସହ ଯୋଡ଼ି ହେବାର ପ୍ରବଣତା ବୃଦ୍ଧିପାଉଛି । ଏଗୁଡ଼ିକର ସମାଜ ଉପରେ ଅତ୍ୟଧିକ କୁପ୍ରଭାବ ପଡ଼ୁଥିବାରୁ ସେ ନେଇ ସାମାଜିକ ବ