Skip to main content

Posts

Showing posts from December, 2023

ଭାରତର ଋଣ ଭାର ନେଇ ସତର୍କ ଘଣ୍ଟି

ଗତ କିଛି ବର୍ଷ ଧରି ଭାରତର ଋଣ ଭାର ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପ୍ରତି ବର୍ଷ ପ୍ରକାଶ କରୁଥିବା ଆର୍ଟିକଲ୍- ୪ ସମୀକ୍ଷା ପତ୍ରରେ ଡିସେମ୍ୱର ୨୦୨୩ରେ ସତର୍କ ବାଣୀ ଶୁଣାଇ ପୂର୍ବାନୁମାନ କରିଛି ଯେ ପ୍ରତିକୂଳ ପରିସ୍ଥିତି ହେଲେ ଭାରତର ଋଣ-ଜିଡିପି ଅନୁପାତ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ ପ୍ରତିଶତ ଟପିଯାଇପାରେ, ଅର୍ଥାତ୍ ଦେଶର ମୋଟ ଘରୋଇ ଉତ୍ପାଦର ମୂଲ୍ୟ ଯାହା ମୋଟ ଋଣର ପରିମାଣ ତାଠାରୁ ଅଧିକ ହେବ । ଆଇଏମଏଫର ଏହି ପୂର୍ବାନୁମାନକୁ ‘ଭୁଲ୍’ ବୋଲି ଅଭିହିତ କରି ଅର୍ଥ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ସବୁଠାରୁ ଖରାପ ପରିସ୍ଥିତି ଉପୁଜିଲେ ଋଣ-ଜିଡ଼ିପି ଅନୁପାତ ୧୦୦ ପ୍ରତିଶତ ଟପିଯିବାର ପୂର୍ବାନୁମାନକୁ ‘ଭବିତବ୍ୟ’ ବୋଲି ଧରି ନେଇ ହେବନାହିଁ ବା ସ୍ଥିତିରେ ସୁଧାର ଆଣି  ହେବନାହିଁ ବୋଲି ଭାବିବା ଭୁଲ ହେବ । ବରଂ ସବୁ କିଛି ଠିକଠାକ୍ ଚାଲିଲେ ଏହି ଅନୁପାତ ୭୦ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଯାହା ରିପୋର୍ଟରେ ଲେଖାଯାଇଛି ତାହା ଅଧିକ ଗ୍ରହଣୀୟ । ତେବେ ଆଇଏମଏଫର ସତର୍କ ବାଣୀ ଆଧାରରେ ଭାରତର ଋଣଭାରର ବାସ୍ତବ ପ୍ରଭାବକୁ ବୁଝିବାର ଆବଶ୍ୟକତା ରହିଛି ।  ସାରା ବିଶ୍ୱରେ ବିଭିନ୍ନ ଦେଶର ସରକାରୀ ଋଣର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ‘ବିଶ୍ୱ ଅର୍ଥନୀତି ମଞ୍ଚ' ତରଫରୁ ୨୦୨୩ର ବର୍ଷ ଆରମ୍ଭରେ ସତର୍କବାଣୀ ଶୁଣାଇ ଦିଆଯାଇଥିଲା । ଦେଶଗୁଡ଼ିକ ହଠାତ୍ ଅଧି

ଘାଆ ଶୀଘ୍ର ଶୁଖିବା ଜରୁରି

ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ବୈଧତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟରେ ସଂଖ୍ୟାଧିକ ରିଟ ଆବେଦନ ଦାଖଲ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀର ଉପତ୍ୟକାଞ୍ଚଳରେ କିପରି ପଥର ଫିଙ୍ଗା ଘଟଣା ୯୨ ପ୍ରତିଶତ କମିଛି, ଆତଙ୍କବାଦୀ ଘଟଣା ୪୫ ପ୍ରତିଶତ କମିଛି, ଉଭୟ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କ ଜୀବନ ହାନି ସଂଖ୍ୟା ହ୍ରାସ ପାଇଛି, ସିନେମା ହଲଗୁଡ଼ିକ ପୁଣି ଥରେ ଖୋଲା ହେଉଛି, ପର୍ଯ୍ୟଟନରେ ଆଶାତୀତ ବୃଦ୍ଧି ଘଟିଛି ଆଦି ଦର୍ଶାଇ ଶାନ୍ତି ଫେରାଇ ଆଣିବାରେ ସେହି ପଦକ୍ଷେପ ସଫଳତା ହାସଲ କରିଛି ବୋଲି ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଯୁକ୍ତି ଉପସ୍ଥାପିତ ହୋଇଆସିଛି । ତେବେ ସେଥିରୁ କି ସୁଫଳ ମିଳିଛି ବା ମିଳିନାହିଁ; ସେଥି ପ୍ରତି ଧ୍ୟାନ ନ ଦେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଉଚ୍ଛେଦ ପ୍ରକ୍ରିୟାର ବୈଧତା ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ଶେଷରେ ମୋଟାମୋଟି ଭାବେ ଧାରା ୩୭୦ ଉଚ୍ଛେଦର ବୈଧତା ଉପରେ ମୋହର ମାରିଛନ୍ତି, ଯାହା ସ୍ୱାଗତଯୋଗ୍ୟ । ତେବେ ୪୮୬ ପୃଷ୍ଠା ସମ୍ୱଳିତ ଏହି ରାୟରେ ସରକାରଙ୍କ କେତେକ ପଦକ୍ଷେପ ଅବୈଧ ବୋଲି ଦର୍ଶାଯାଇଛି, ଯାହା ମଧ୍ୟ ପ୍ରଣିଧାନଯୋଗ୍ୟ  । ସାମ୍ୱିଧାନିକ ଖଣ୍ଡପୀଠ ଆଗରେ ଯେଉଁ ସବୁ ମୁଖ୍ୟ ପ୍ରସଙ୍ଗ ଥିଲା ତନ୍ମଧ୍ୟରୁ ଅଧିକାଂଶର ସ୍ପଷ୍ଟ ଉତ୍ତର ମିଳିପାରିଛି । ଧାରା ୩୭୦ ଏକ ଅସ୍ଥାୟୀ

ବିସ୍ଥାପିତଙ୍କ ପ୍ରତି ଅକୃତଜ୍ଞ କାହିଁକି ?

ପ୍ରତ୍ୟେକ ସରକାର ଅର୍ଥନୈତିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଲାଗି ଚାହାନ୍ତି । କିନ୍ତୁ, ଏଣେ ବିକାଶର ବେଗ ଯେତିକି ବୃଦ୍ଧି ପାଏ. ତା’ ସହିତ ତାଳ ଦେଇ ବିସ୍ଥାପନ ଓ ପୁନର୍ବାସନର ସମସ୍ୟା ସେତିକି ଉତ୍କଟ ହୋଇଥାଏ । ଏଭଳି ବିକାଶ-ପ୍ରେରିତ ବିସ୍ଥାପନ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି ଆଦିବାସୀ, ଦଳିତ ଓ ଗ୍ରାମାଞ୍ଚଳର ଗରିବ ଲୋକେ; ଏବଂ ଏହି କ୍ଷତି କେବଳ ଆର୍ଥିକ ସ୍ତରରେ ସୀମିତ ନ ରହି ଏହା ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ସଂପ୍ରସାରିତ ହୋଇଥାଏ । ଭାରତ ସମ୍ୱନ୍ଧରେ ସୃଷ୍ଟ ଉଚ୍ଚ ଜିଡିପି ହାର, ପଞ୍ଚମ ବୃହତ୍ ଅର୍ଥବ୍ୟବସ୍ଥା ଭଳି ଅର୍ଥନୈତିକ ବିକାଶର ବଖାଣ ଭିତରେ କେଉଁଠି ହଜିଯାଏ ଲକ୍ଷ ଲକ୍ଷ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ଗାଥାମାନ । ବିକାଶର ଜୟଯାତ୍ରାରେ ସତେ ଯେମିତି ବଳି ପଡ଼ିଯାଆନ୍ତି ସେହି ନିରୀହ ଆଦିବାସୀ, ଦଳିତ ଓ ଗରିବ ଲୋକମାନେ । ସୁତରାଂ, ଏହି ଗୁରୁତର ସମସ୍ୟାକୁ ଅଣଦେଖା ନ କରି ସେହି ‘ବିକାଶ-ପ୍ରେରିତ ବିସ୍ଥାପନ’ର ସହିଦମାନଙ୍କ ଦୁର୍ଦ୍ଦଶାକୁ ଲାଘବ କରିବା ଲାଗି ଉଚିତ ବିମର୍ଶର ଯେ ଆବଶ୍ୟକତା ରହିଛି, ଏଥିରେ ଦ୍ୱିରୁକ୍ତି ନାହିଁ ।  ବିସ୍ଥାପନର କଥା ପଡ଼ିଲେ ତାହା ‘ପବ୍ଲିକ ଗୁଡ୍’ ବା ‘ଜନସାଧାରଣଙ୍କ ହିତ’ ଉଦ୍ଦେଶ୍ୟରେ କରାଯାଉଛି ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥାଏ; ପ୍ରଶ୍ନ ଉଠେ ଯେ ଏଭଳି ବିକାଶ ଲାଗି ସର୍ବସ୍ୱ ହରାଇବା ବା ତ୍ୟାଗ କରିବାର ଦାୟିତ୍ୱ କ’ଣ କେବଳ ଆଦିବା