Skip to main content

Posts

Showing posts with the label APMC

କେରଳର ବିକଳ୍ପ କୃଷି ବଜାର ବ୍ୟବସ୍ଥା

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନକୁ ଆଲୋଚନା କରି ବିରୋଧ ପ୍ରସ୍ତାବ ପାରିତ କରିବା ପାଇଁ ଆହୂତ କେରଳ ବିଧାନ ସଭାର ବିଶେଷ ଜରୁରୀକାଳୀନ ଅଧିବେଶନକୁ ରାଜ୍ୟପାଳ ଅନୁମତି ପ୍ରଦାନ ନ କରିବା ପରେ ଏକ ନୂତନ ବିବାଦର ସୂତ୍ରପାତ ହେଲା । ଠିକ ଏତିକିବେଳେ ଡିସେମ୍ୱର ୨୫ରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦବୋଧନ ଦେବା ଅବସରରେ କେରଳରେ କୌଣସି ଏପିଏମସି ବ୍ୟବସ୍ଥା ନ ଥିଲେ ବି ରାଜ୍ୟ ସରକାର ନୂତନ କୃଷି ଆଇନକୁ ବିରୋଧ କରିବା ଦୁଃଖଦାୟକ ବୋଲି କହିଥିଲେ । ଶାସକ ବିଜେପି ଦଳ ତରଫରୁ ବାରମ୍ୱାର ଆକ୍ଷେପ କରାଯାଉଛି ଯେ କେରଳରେ ଏପିଏମସି ବ୍ୟବସ୍ଥା ନ ଥିବାରୁ ସେଠାକାର ଚାଷୀ ଏମଏସପି ପାଇବାରୁ ବଞ୍ଚିତ ହେଉଥିବା ବେଳେ ନିଜ ଶାସିତ ରାଜ୍ୟରେ ତାହା କାର୍ଯ୍ୟକାରି ନ କରାଇ ବାମପନ୍ଥୀ ଦଳମାନେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସେମାନଙ୍କ ଦୋହରା ଚରିତ୍ରକୁ ଦର୍ଶାଉଛି । ଏହି ପରିପ୍ରେକ୍ଷୀରେ ସେଠାକାର ବାସ୍ତବ ସ୍ଥିତିକୁ ଜାଣିବାକୁ ହେଲେ କେରଳର କୃଷି ପରିଦୃଶ୍ୟ ଓ ବିକଳ୍ପ ବଜାର ବ୍ୟବସ୍ଥାକୁ ବୁଝିବା ଆବଶ୍ୟକ । ବର୍ତ୍ତମାନ ଦେଶରେ ବିହାର, କେରଳ, ମଣିପୁର, ଆଣ୍ଡାମାନ ଓ ନିକୋବର, ଦାମନ ଓ ଦିଉ, ଲାକ୍ଷାଦ୍ୱୀପ ଭଳି ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପିଏମସି ଆଇନ କାର୍ଯ୍ୟ କରୁନାହିଁ । ଏଥି ମଧ୍ୟରୁ ବିହାରରେ ଏପିଏମସିର ମଣ୍ଡି ବ୍ୟବସ୍ଥାକୁ ୨୦୦୬ ମସିହାରେ ଉଠାଇ ଦିଆ ଯାଇଥିବା ବେଳେ କେରଳରେ ତାହ...

ଚାଷ ହିତରେ ଜାରି ଅର୍ଡିନାନ୍ସ ଚାଷୀଙ୍କ ହିତରେ କେତେ ?

କୃଷି କ୍ଷେତ୍ରରେ ବୈପ୍ଳବିକ ସଂସ୍କାରର ଲକ୍ଷ୍ୟ ନେଇ ଗତ ଜୁନ ୫, ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ତିନିଟି ଅର୍ଡିନାନ୍ସ ଜାରି ହୋଇ ଗୋଟିଏ ପୁରୁଣା ଆଇନର ସଂଶୋଧନ ସହ ଦୁଇଟି ନୂଆ ଆଇନ ପ୍ରଣୟନ କରାଗଲା । ଏଥି ମଧ୍ୟରୁ ପ୍ରଥମଟି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ (ଏସେନ୍ସିଆଲ କମୋଡିଟିଜ ଆମେଣ୍ଡମେଣ୍ଟ ଆକ୍ଟ), ଯାହା ଏ ସଂକ୍ରାନ୍ତରେ ଥିବା ୧୯୫୫ ଆଇନର ସଂଶୋଧନ । ନୂଆ ପ୍ରଣୀତ ଦୁଇଟି ଆଇନ ମଧ୍ୟରୁ ଗୋଟିଏ କୃଷକଙ୍କ ଉତ୍ପାଦ ବେପାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଅର୍ଡିନାନ୍ସ (ଏଫପିଟିସି) ହୋଇଥିବା ବେଳେ ଆରଟି କୃଷକ (ସଶକ୍ତିକରଣ ଓ ସୁରକ୍ଷା) ପାଇଁ ମୂଲ୍ୟ ଆଶ୍ୱାସନା ଓ କୃଷି ସେବାର ଚୁକ୍ତି ଅର୍ଡିନାନ୍ସ (ଏଫଏପିଏଏଫଏସ) ଅଟେ । କରୋନା ବିପଦ ବେଳେ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ଏହି ଅର୍ଡିନାନ୍ସ ଜାରି କରାଯାଇଛି, ଯାହା ଆଗାମୀ ଦିନରେ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ସରକାରଙ୍କ ତରଫରୁ ଦାବି କରା ଯାଉଥିଲେ ବି ଇତିମଧ୍ୟରେ ବିରୋଧୀ ଦଳଙ୍କଠାରୁ ଆରମ୍ଭ କରି ଚାଷୀ ସଂଗଠନଗୁଡିକ ଏହି ଅର୍ଡିନାନ୍ସଗୁଡିକର ବିରୋଧ କରିବା ଆରମ୍ଭ କଲେଣି । ତେଣୁ ଏହି ଅର୍ଡିନାନ୍ସଗୁଡିକ ଚାଷ ହିତରେ ଜାରି ହୋଇଥିବା କଥା କୁହା ଯାଉଥିଲେ ବି ପ୍ରକୃତରେ ଚାଷୀଙ୍କ ହିତ ସାଧନ କରିବାରେ ଏଗୁଡିକ କେତେ ଦୂର ଫଳପ୍ରଦ ହୋଇପାରନ୍ତି, ତାହା ତର୍ଜମାର ବିଷୟ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ହୋଇଥିବା ସଂଶୋଧନରେ ...