Skip to main content

Posts

Showing posts with the label Hunger

କ୍ଷୁଧା ମୁକାବିଲାରେ ପାକିସ୍ତାନ ପଛରେ ଭାରତ !

ବିଶ୍ୱ କ୍ଷୁଧା ସୂଚକାଙ୍କର ୨୦୨୦ ମସିହା ରିପୋର୍ଟରେ ଯେଉଁ ୧୦୭ ଟି ଦେଶର କ୍ଷୁଧାର ସ୍ତର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଭାରତର ସ୍ଥାନ ୯୪ରେ ରହିବା କେବଳ ଉଦବେଗଜନକ ନୁହେଁ, ବରଂ ବର୍ଷ ବର୍ଷ ଧରି ଦେଶରେ କ୍ଷୁଧା ବିରୁଦ୍ଧରେ ଚାଲୁଥିବା ଲଢେଇର ଦିଗ ଓ ଗତିକୁ ନେଇ ତାହା ପ୍ରଶ୍ନ ଉଠାଉଛି । ଭାରତର ଅର୍ଥନୀତିର ଆକାର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିବା ନେଇ ଗର୍ବ କରୁଥିବା ବେଳେ ଓ ଏହାକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଦେଖା ଯାଉଥିବା ବେଳେ ଦେଶର ଲୋକଙ୍କୁ ଦୁଇ ମୁଠା ଖାଦ୍ୟ ନ ମିଳି ସେମାନେ ଭୋକରେ ରହିବା ଓ ଭାରତ ବିଶ୍ୱର ସର୍ବାଧିକ ସଂଖ୍ୟକ କ୍ଷୁଧାର୍ତ୍ତଙ୍କ ବାସସ୍ଥଳୀ ହୋଇ ରହିବା ବାସ୍ତବିକ ସମସ୍ତଙ୍କ ପାଇଁ ଲଜ୍ଜାର କାରଣ ହେବା ଉଚିତ । ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ କ୍ଷୁଧାମୁକ୍ତ (ଜିରୋ ହଙ୍ଗର) କରିବା ଜାତିସଂଘ ଦ୍ୱାରା ଘୋଷିତ ସତତ ବିକାଶ ଲକ୍ଷ୍ୟ (ଏସଡିଜି)ର ୧୭ଟି ଲକ୍ଷ୍ୟ ମଧ୍ୟରୁ ଦ୍ୱିତୀୟ ଲକ୍ଷ୍ୟ ହୋଇଥିଲେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ହାସଲ ହୋଇପାରିବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ ହୋଇଛି । ଓପାସରେ ରହୁଥିବା ଲୋକଟିକୁ କ୍ଷୁଧାର୍ତ୍ତ ବୋଲି କୁହା ଯାଉଥିଲେ ବି କ୍ଷୁଧାର ପରିଭାଷା କେବଳ ଭୋକ ନୁହେଁ । ସାଧାରଣ ଭାବେ ଏହା ଆବଶ୍ୟକ ପରିମାଣର କ୍ୟାଲୋରି ଅନୁପଲବ୍ଧତା ଜନିତ ଉତ୍ପନ୍ନ ସଙ୍କଟକୁ ହିଁ ବୁଝାଇଥାଏ । ତେବେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା...