ତୃଣମୂଳ କଂଗ୍ରେସ ଦଳର ନବ ନିର୍ବାଚିତ ସାଂସଦ ମହୁଆ ମୈତ୍ର ସଂସଦରେ ତାଙ୍କର ପ୍ରଥମ ଭାଷଣ ପାଇଁ ବେଶ ପ୍ରଶଂସିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏକଦା ନିଉୟର୍କ ଓ ଲଣ୍ଡନଠାରେ ଉଚ୍ଚ ପଦବୀରେ ଅଧିଷ୍ଠିିତ ଏହି ପ୍ରାକ୍ତନ ଇନଭେଷ୍ଟମେ ଣ୍ଟ ବ୍ୟାଙ୍କର ତାଙ୍କ ଦଶ ମିନିଟର ଓଜସ୍ୱିନୀ ଭାଷଣରେ ପ୍ରଖ୍ୟାତ ହିନ୍ଦୀ କବି ଦିନକରଙ୍କୁ ଉଦ୍ଧାର କରି କହିଥିଲେ ଯେ ଅସହମତି ହେଉଛି ଏହି ଦେଶର ରାଷ୍ଟ୍ରୀୟ ଚରିତ୍ର ଓ କେହି ଏହାକୁ ବଦଳାଇ ପାରିବେ ନାହିଁ । ସରକାର ଫାସିବାଦ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ସତର୍କ ବାଣୀ ଶୁଣାଇ ସେ ଯେଉଁ ସାତୋଟି ବିନ୍ଦୁ ଉପରେ ଆକ୍ରମଣ କରିଥିଲେ ସେଗୁଡିକ ହୋଲୋକଷ୍ଟ ମ୍ୟୁଜିୟମରେ ସ୍ଥାନିତ ଏକ ପୋଷ୍ଟରରେ ଉଲ୍ଲିଖିତ ଫାସିବାଦ ପୂର୍ବ ସୂଚନାର ଅଂଶ ବିଶେଷ ବୋଲି ସେ ଉଲ୍ଲେଖ କରିଥିଲେ । ୟୁରୋପରେ ନାଜୀ ଗଣସଂହାରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ନୃତିରେ ଆମେରିକାରେ ସ୍ଥାପିିତ ହୋଲୋକଷ୍ଟ ମେମୋରିଆଲ ମ୍ୟୁଜିୟମର ଏକ ଉପହାର ଦୋକାନରେ ୨୦୧୭ ମସିହା ଜାନୁଆରୀ ମାସରେ ଏକ ପୋଷ୍ଟର ବିକ୍ରି ପାଇଁ ସ୍ଥାନିତ ହୋଇଥିବା ଲକ୍ଷ୍ୟ କରାଗଲା, ଯେଉଁଥିରେ ଫାସିବାଦର ଚଉଦଟି ଲକ୍ଷଣର ସତର୍କ ସୂଚନା ଉଲ୍ଲିଖିତ ଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ ଫାସିବାଦୀ ଲକ୍ଷଣ ଦେଖୁଥିବା କିଛି ଲୋକ ଏହି ପୋଷ୍ଟରର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିବାକୁ ଲାଗିଲେ । ତେବେ ଏହି ତାଲିକାରେ ଥିବା ଲକ୍ଷଣଗୁଡ...