Skip to main content

Posts

Showing posts with the label BJD BJP INC Odisha Assembly Election 2024 Odia

ଓଡ଼ିଶା ରାଜନୀତିରେ ଆଉ ଏକ ମଧ୍ୟାନ୍ତର

ଓଡ଼ିଶା ବିଧାନସଭା ପାଇଁ ୨୦୨୪ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି କ୍ଷମତାସୀନ ହୋଇଛି। ହେଲେ ମତଦାତାମାନେ ଦଳକୁ ଲୋକସଭା ଆସନଗୁଡ଼ିକରେ ଯେଉଁଭଳି ଅକୁଣ୍ଠ ସମର୍ଥନ ଦେଇ ୨୧ଟିରୁ ୨୦ଟି ଆସନରେ ବିଜୟୀ କରାଇଛନ୍ତି, ରାଜ୍ୟରେ ସରକାର ଗଠନ ଲାଗି ସେଭଳି ଅକୁଣ୍ଠ ସମର୍ଥନ ଦେଇନାହାନ୍ତି । ସେଭଳି ହୋଇଥିଲେ ଦଳ ଅନ୍ତତଃ ୧୦୦ରୁ ଅଧିକ ଆସନରେ ବିଜୟୀ ହୋଇଥାନ୍ତା। ଦଳ ମାତ୍ର ୭୮ଟି ସ୍ଥାନରେ ବିଜୟୀ ହେବାର ଅର୍ଥ ଲୋକମାନେ ବିଜେଡ଼ି ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଅଧିକ ତତ୍ପରତା ପ୍ରଦର୍ଶନ କରିଥିବାରୁ ଏହାକୁ ବିଜେପି ସରକାର ଗଠନ ସପକ୍ଷରେ ଏକ ସକାରାତ୍ମକ ଭୋଟ ବୋଲି କୁହାଯାଇ ନପାରେ । ଫଳାଫଳ ଘୋଷଣା ପରେ ରାଜ୍ୟ ରାଜନୀତି ଆଉ ଏକ ମଧ୍ୟାନ୍ତରରେ ଉପନୀତ ହୋଇଛି ବୋଲି କୁହାଯାଇପାରେ। ବିଜେପି ଅପେକ୍ଷାକୃତ ଶକ୍ତିଶାଳୀ ଓ ବିଜେଡି ଦୁର୍ବଳ ହୋଇ ଉଭୟ ଦଳ ପ୍ରାୟ ସମାନ ସ୍ଥିତିରେ ପହଞ୍ଚି ଯାଇଥିଲାବେଳେ କଂଗ୍ରେସ ତା’ର ପ୍ରଦର୍ଶନକୁ ପୂର୍ବାପେକ୍ଷା ଭଲ କରିବାକୁ ସମର୍ଥ ହୋଇଛି। ଅର୍ଥାତ୍ ପ୍ରତିଟି ଦଳ ପାଇଁ ଆଗାମୀ ଦିନରେ ବିସ୍ତାର ଲାଗି ସମ୍ଭାବନା ସୃଷ୍ଟି ହୋଇଥିବାରୁ ପ୍ରତିଟି ଦଳ ନିଜ ନିଜ ରଣନୀତିକୁ ଅତି ସୂକ୍ଷ୍ମ ଭାବେ ଓ ସତର୍କତାର ସହିତ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବିଜେପିର ପ୍ରସାର ଯଥେଷ୍ଟ ଅଧିକ ହୋଇଥିବାରୁ ଦଳ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିବା ସହ ୭୮ଟି ବିଧାନସଭା ଆସନ ଜ...