Skip to main content

Posts

Showing posts with the label Odisha

ଭଲ ଛୁଆଁ, ଖରାପ ଛୁଆଁ

ନିକଟରେ ଜଣେ ସିନେମା ପ୍ରଯୋଜକ ସର୍ବସମକ୍ଷରେ ଜଣେ କାର୍ଯ୍ୟରତ ସାମ୍ୱାଦିକାଙ୍କୁ ପିଠି ଓ ଗାଲରେ ଆଘାତ ଦେଇଥିବା ଅଭିଯୋଗ ପରେ ସାମ୍ୱାଦିକାଙ୍କ ଏତଲା କ୍ରମେ ତାଙ୍କୁ ହାଜତ ଯିବାକୁ ପଡ଼ିଥିଲା । ତେବେ ଉପଲବ୍ଧ ସିସିଟିଭି ଫୁଟେଜ ଆଧାରରେ କେହି କେହି ଯୁକ୍ତି ବାଢ଼ିଲେ ଯେ ସେ ସାମ୍ୱାଦିକାଙ୍କୁ ଆକ୍ରମଣ କରି ନଥିଲେ ବରଂ ଉଭୟ ପୂର୍ବରୁ ପରିଚିତ ହୋଇଥିବାରୁ ସେ ସ୍ନେହରେ ତାଙ୍କ ପିଠି ଓ ଗାଲକୁ ଥାପୁଡ଼ାଇ ଦେଇଥିଲେ, ଯାହା ଜେଲ୍ ଗଲା ଭଳି ଏକ ଅପରାଧ ନୁହେଁ କି ସେ ଜଣେ ଅପରାଧୀ ନୁହନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନିନ୍ଦା କରୁଥିବା କିଛି ବ୍ୟକ୍ତିଙ୍କର ଯୁକ୍ତି ଥିଲା, କର୍ମଜୀବୀ ମହିଳାମାନଙ୍କ ପ୍ରତି ସର୍ବସମକ୍ଷରେ ଏ ଭଳି ଅପରାଧ ସଂଘଟିତ ହେଲେ ସେମାନେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଜକୁ ସୁରକ୍ଷିତ ମଣିବେ କିପରି ? ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ଛୁଇଁବା ଗ୍ରହଣୀୟ କି ନୁହେଁ ଓ ଛୁଇଁବାର ଲକ୍ଷ୍ମଣରେଖା କ'ଣ ସେ ନେଇ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି । ମହିଳା ଜଣଙ୍କୁ ଚାପୁଡ଼ା ମରାଯାଇଥାଉ କି ଗେହ୍ଲାରେ ଥାପୁଡ଼ାଇ ଦିଆଯାଇଥାଉ, ସେ କର୍ମଜୀବୀ ମହିଳା ହୋଇଥାଆନ୍ତୁ କି ଜଣେ ସାଧାରଣ ଗୃହିଣୀ, ପ୍ରତ୍ୟେକ ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ତାଙ୍କ ସମ୍ମତି ବିନା ଅନ୍ୟ କେହି ତାଙ୍କ ଶରୀରକୁ ସ୍ପର୍ଶ କରିବା ତାଙ୍କର ସେହି ଅଧିକାରର ଉଲ୍ଲଂଘନ ଭାବେ ଗ୍ରହଣ କରାଯାଇପାରେ । ତେବେ...

କାହିଁ ଗଲେ ‘ବଳରାମ’ ଏ ଘନ କାଳରେ !

ଜୁଲାଇ ୭ ତାରିଖ ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଟୁଇଟ୍ ମାଧ୍ୟମରେ ଲେଖିଲେ, “ବଳରାମ ଯୋଜନାରେ ଋଣ ମଞ୍ଜୁରିରେ ଅବହେଳା ଯୋଗୁଁ ଆମେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମପୁର ମୌଜାସ୍ଥିତ ଶାଖାକୁ ସିଲ୍ କରିଦେଇଛୁ” । ଏହି ଟୁଇଟ ଅଚିରେ ଭାଇରାଲ୍ ହୋଇଗଲା ଓ ତାକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟାମାନ ପ୍ରକାଶ ପାଇବାକୁ ଲାଗିଲା । ବ୍ୟାଙ୍କ ଶାଖାକୁ ସିଲ୍ କରିବା ତାଙ୍କର କ୍ଷମତା ପରିସରଭୁକ୍ତ କି ନୁହେଁ ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ, ତେବେ ବ୍ୟାଙ୍କ ଶାଖାକୁ ସିଲ୍ କରି ‘ବଳରାମ’ ଯୋଜନାରେ ବ୍ୟାଙ୍କ ଋଣ ପ୍ରଦାନକୁ ଗତି  ପ୍ରଦାନ କରିବା ଯେ ଅସମ୍ଭବ ତାହା ସୁନିଶ୍ଚିତ । ତେବେ ରାଜ୍ୟରେ ବଳରାମ ଯୋଜନାରେ ଋଣ ପ୍ରଦାନ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ କୁଣ୍ଠିତ ହେବାର କାରଣଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରାଗଲେ ହୁଏତ ଯୋଜନାର ଆଶାନୁରୂପ ଅଗ୍ରଗତି ହୋଇପାରନ୍ତା । ରାଜ୍ୟ ସରକାରଙ୍କ କୃଷି ଗଣନା ୨୦୧୫-୧୬ର ଆକଳନ ଅନୁଯାୟୀ ରାଜ୍ୟରେ ୪୮.୬୬ ଲକ୍ଷ କାର୍ଯ୍ୟକାରୀ ଚାଷଜୋତ (ଆଗ୍ରିକଲଚରାଲ ହୋଲଡିଂ) ଅଛି । ସେଥିମଧ୍ୟରୁ ୯.୦୫ ଲକ୍ଷ ଚାଷଜୋତକୁ ଭାଗଚାଷୀଙ୍କୁ ଭାଗ, ବଖରା ବା ସଞ୍ଜା (ଲିଜ୍) ଆକାରରେ ଦିଆଯାଇଛି । ଏଥିମଧ୍ୟରୁ ୨.୮୩ ଲକ୍ଷ ଚାଷଜୋତକୁ ସମ୍ପୂର୍ଣ୍ଣ ଭାବେ ବଖରା ଦିଆଯାଇଥିବା ବେଳେ ୬.୨୨ ଲକ୍ଷ ଚାଷଜୋତକୁ ଆଂଶିକ ଭାବେ ବଖରା ଦିଆଯାଇଛି । ଅର୍ଥା...

ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କରେ ତଳେ କାହିଁକି ଓଡିଶା ?

ନୀତି ଆୟୋଗ ଦ୍ୱାରା ୨୦୧୮-୧୯କୁ ମୂଳ ବର୍ଷ ବୋଲି ଧରି ୨୦୧୯-୨୦ ପାଇଁ ଡିସେମ୍ୱର ୨୭, ୨୦୨୧ରେ ପ୍ରକାଶିତ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କର ଚତୁର୍ଥ ସଂସ୍କରଣରେ ୧୯ଟି ବଡ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ୧୪ରେ ରହିବା ଉଦବେଗର କାରଣ ହୋଇଛି । ଏହି ସୂଚକାଙ୍କ ପ୍ରାକ୍ କୋଭିଡ କାଳର ସ୍ୱାସ୍ଥ୍ୟସେବା ସ୍ଥିତି ଆଧାରରେ ପ୍ରସ୍ତୁତ । ଓଡିଶା ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କର ପ୍ରଥମ ସଂସ୍କରଣ (୨୦୧୫-୧୬ )ରେ ୩୯.୪୩ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୮ଶ, ଦ୍ୱିତୀୟ ସଂସ୍କରଣ (୨୦୧୭-୧୮)ରେ ୩୫.୯୭ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୯ଶ, ତୃତୀୟ ସଂସ୍କରଣ (୨୦୧୮-୧୯)ରେ ୪୬.୧୮ ଅଙ୍କ ସହ ୨୦ଟି ବଡ ରାଜ୍ୟ ମଧ୍ୟରେ ୧୨ଶ ସ୍ଥାନରେ ଥିଲା । ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୁହା ଯାଉଥିଲେ ମଧ୍ୟ ଓଡିଶାର ସ୍ଥାନ କ୍ରମାଗତ ଭାବେ ତଳେ ରହିବାର କାରଣଗୁଡିକୁ ପର୍ଯ୍ୟାଲୋଚନା କରାଯିବା ଆବଶ୍ୟକ । ଅବଶ୍ୟ ଏ ଥର ପ୍ରଥମ ୫ଟି ସ୍ଥାନରେ ଥିବା କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ତାଲିକାର ସବା ତଳେ ବିଜେପି ଶାସିତ ମଧ୍ୟ ପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଥିବାରୁ ତାହା ବିଜେପି ଶାସିତ ରାଜ୍ୟଗୁଡିକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁଃସ୍ଥିତିକୁ ରେଖାଙ୍କିତ କରୁଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ...

ଅଶାନ୍ତ ମାଳି ପର୍ବତ

ହଠାତ୍ ଅଶାନ୍ତ ହୋଇପଡିଲା ମାଳିପର୍ବତ । କୋରାପୁଟ ଜିଲ୍ଲାର ଅନ୍ୟତମ ବକ୍ସାଇଟ ଖଣି ମାଳିପର୍ବତକୁ ହିନ୍ଦାଲକୋ କମ୍ପାନିକୁ ପଟ୍ଟା ଦେବା ଉଦ୍ଦେଶ୍ୟରେ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କଙ୍କଡାଆମ୍ୱଠାରେ ସେପ୍ଟେମ୍ୱର ୨୨, ୨୦୨୧ ରେ ଜନଶୁଣାଣି ହେଉଥିଲା । ତେବେ କମ୍ପାନି ଚାପରେ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇ ନ ଥିବାର ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଅଧିବାସୀଙ୍କ ପ୍ରବଳ ବିରୋଧ ଯୋଗୁ ଅଳ୍ପ ସମୟ ମଧ୍ୟରେ ତାହା ରଣକ୍ଷେତ୍ରରେ ପରିଣତ ହୋଇ ଜନଶୁଣାଣି ବନ୍ଦ ହୋଇଗଲା । ଏହା ପରେ ପୁଲିସ ଦ୍ୱାରା ବ୍ୟାପକ ଗିରଫଦାରି ହୋଇ ସମଗ୍ର ଅଞ୍ଚଳଟି ଅଶାନ୍ତ ହୋଇ ପଡିଛି । ତେଣୁ ଏହାର କାରଣ ବୁଝି ଉତ୍ତେଜନା ହ୍ରାସ ଲାଗି ପ୍ରୟାସର ଆବଶ୍ୟକତା ରହିଛି । ଭାରତର ଅଧାରୁ ବେଶି ବକ୍ସାଇଟ ଓଡିଶାରେ ଗଚ୍ଛିତ । କୋରାପୁଟ ଜିଲ୍ଲାର ପଞ୍ଚପୁଟମାଳି, ପଟ୍ଟାଙ୍ଗୀ, ମାଳିପର୍ବତ, ବଳଦା, କୋଡିଙ୍ଗାମାଳି, ହାତୀମାଳି, କାକରିମାଳି, ଚିନ୍ତମଗୁଣ୍ଡି, କର୍ନାପାଡିକୋଣ୍ଡା, ମେଦାମଗୁଣ୍ଡି ଆଦି ସ୍ଥାନମାନଙ୍କରେ ବକ୍ସାଇଟ ଖଣି ରହିଛି । ଏଥିମଧ୍ୟରୁ ଭାରତର ସର୍ବବୃହତ୍ ଖଣି ପଞ୍ଚପୁଟମାଳିରୁ ନାଲକୋ ଗତ ଚାରି ଦଶନ୍ଧି ଧରି ବକ୍ସାଇଟ ଉତ୍ତୋଳନ କରି ଆସୁଛି । ପ୍ରାୟ ୧୮ ବର୍ଷ ତଳେ ହିନ୍ଦାଲକୋକୁ ଆନୁମାନିକ ୯୮ ଲକ୍ଷ ଟନ ବକ୍ସାଇଟ ଥିବା ମାଳିପର୍ବତକୁ ଲିଜ୍ ଦେବା ପାଇଁ ସ୍ଥିର ହେବା ପ...

ଓଡିଶା ଚାଷୀଙ୍କ ଦୟନୀୟ ସ୍ଥିତି

ଭାରତ ସରକାରଙ୍କ ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନଏସଓ) ଦ୍ୱାରା ଦେଶରେ କୃଷକ ପରିବାରଙ୍କ ସ୍ଥିତିକୁ ଜାଣିବା ପାଇଁ ଜୁଲାଇ ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ହୋଇଥିବା ୭୭ତମ ସର୍ଭେର ୪୨୬୪ ପୃଷ୍ଠା ବିଶିଷ୍ଟ ରିପୋର୍ଟଟି ସେପ୍ଟେମ୍ୱର ୨୦୨୧ରେ ପ୍ରକାଶିତ ହୋଇଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ୨୦୧୬ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତେଣୁ, ଇତିମଧ୍ୟରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ବଢିଛି ତାହା ଜାଣିବା ଲାଗି ଏହି ରିପୋର୍ଟଟିର ଗୁରୁତ୍ୱ ଯଥେଷ୍ଟ ଅଧିକ । ଓଡିଶାର ଚାଷୀ ଜାତୀୟ ସ୍ତରର ଚାଷୀଙ୍କ ସହ ତାଳ ଦେଇ ଚାଲିଛନ୍ତି କି ନାହିଁ ; ତାହା ଜାଣିବା ପାଇଁ ଏହା ସହାୟକ ହେବ । ସର୍ଭେ ଅନୁଯାୟୀ ଭାରତରେ ପ୍ରାୟ ୯.୩୦ କୋଟି କୃଷକ ପରିବାର ବସବାସ କରନ୍ତି, ଯାହା ଗ୍ରାମାଞ୍ଚଳର ପରିବାର ସଂଖ୍ୟାର ପ୍ରାୟ ୫୪ ପ୍ରତିଶତ । ସେହି ପରିବାରକୁ କୃଷକ ପରିବାର ରୂପେ ଗ୍ରହଣ କରାଯାଇଛି ଯେଉଁମାନେ ଫସଲ ଚାଷ, ଉଦ୍ୟାନ ଚାଷ, ଘାସ ଚାଷ, ବୃକ୍ଷରୋପଣ, ପଶୁପାଳନ, କୁକୁଡା, ମତ୍ସ୍ୟ, ଘୁଷୁରି, ମହୁମାଛି, ଜିଆଚାଷ, ରେଶମ ଚାଷ ଭଳି ଯେ କୌଣସି କୃଷି କର୍ମ କରି ଉତ୍ପାଦିତ ସାମଗ୍ରୀରୁ ଅନ୍ତତଃ ୪୦୦୦ ଟଙ୍କା ପାଇଥିଲେ ଓ ସେହି ପରିବାରର ଅନ୍ତତଃ ଜଣେ ସଦସ୍ୟ ପୂର୍ବ ବର୍ଷକ ମଧ୍ୟରେ ମୁଖ୍ୟ ବା ସହାୟକ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ । ପୂରାପୂରି କୃଷି ଶ୍ରମ ନିର୍ଭର, ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ, ଗ୍ରାମ୍ୟ କାରିଗର ଓ କୃ...

ସୁପ୍ତ ଆଗ୍ନେୟଗିରି ଉପରେ ଆନ୍ତଃରାଜ୍ୟ ସୀମା ବିବାଦ

ଗତ ଜୁଲାଇ ୨୬, ୨୦୨୧ରେ ମିଜୋରାମର ଭାରିଙ୍ଗତେ ଗାଁ ନିକଟରେ ଆସାମ ଓ ମିଜୋରାମ ରାଜ୍ୟ ଦୁଇଟିର ପୁଲିସଙ୍କ ମଧ୍ୟରେ କଦର୍ଯ୍ୟ ରକ୍ତାକ୍ତ ସଂଘର୍ଷର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଲା । ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଏପରି ଭୟଙ୍କର ରୂପ ନେଲା ଯେ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆସାମର ୬ ଜଣ ପୁଲିସ କର୍ମୀଙ୍କ ସମେତ ଜଣେ ସାଧାରଣ ନାଗରିକର ପ୍ରାଣହାନି ହେଲା । କିଛି ଦିନ ତଳେ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ମଧ୍ୟ ଅଶୋଭନୀୟ ସ୍ତରକୁ ଯାଇଥିଲା । କେବଳ ଆସାମ-ମିଜୋରାମ ବା ଓଡିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ନୁହେଁ ; ବରଂ ବିଭିନ୍ନ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ବର୍ଷ ବର୍ଷ ଧରି ଅସମାହିତ ଅବସ୍ଥାରେ ଲାଗି ରହିଥିବାରୁ ସେଗୁଡିକର ତୁରନ୍ତ ସମାଧାନ ହେବା ବାଞ୍ଛନୀୟ । ଇତି ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଲୋକସଭାରେ ସୂଚିତ କରାଯାଇଛି ଯେ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ କେବଳ ୭ଟି ସୀମା ବିବାଦ ରହିଛି । ସେଗୁଡିକ ହେଲା, ହରିଆଣା-ହିମାଚଳ ପ୍ରଦେଶ, ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମିଜୋରାମ ଓ ଆସାମ-ମେଘାଳୟ । ଅର୍ଥାତ୍, ଉପରୋକ୍ତ ସୀମା ବିବାଦଗୁଡିକ ମଧ୍ୟରୁ ସର୍ବାଧିକ ୪ଟି ବିବାଦ ସହ ଆସାମ ରାଜ୍ୟ ସଂଶ୍ଳିଷ୍ଟ । ପାହାଡ ପର୍ବତ ଘେରା ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଦଶକ-ଦଶକ ଧରି ବ...

ଭାରତରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବତା କ’ଣ ?

ଜନସଂଖ୍ୟା ନୀତି ସମ୍ପର୍କିତ ସମ୍ୱାଦପତ୍ରରେ ପ୍ରକାଶିତ ମୋର ଏକ ଆଲେଖ୍ୟ ପଢି ଜଣେ ପାଠକ ମୋତେ ଫୋନ କରି ଜଣାଇଲେ ଯେ ତାଙ୍କ ମନରେ ଭୟ ସୃଷ୍ଟି ହୋଇ ସାରିଥିଲା ଯେ ଆଗାମୀ କିଛି ବର୍ଷ ଭିତରେ ବୋଧେ ଭାରତ ଏକ ମୁସଲମାନ ଦେଶରେ ପରିଣତ ହୋଇ ସାରିଥିବ । ଯାହାହେଉ ଆଲେଖ୍ୟରେ ପ୍ରଦତ୍ତ ତଥ୍ୟ ପଢିଲା ପରେ ତାଙ୍କର ସେ ଭୟ ଓ ସନ୍ଦେହ ମନରୁ ଦୂର ହେଲା । ପଦ୍ମପୁରରୁ ଆଉ ଜଣେ ପାଠକ ତ ସିଧା ସଳଖ ପଚାରିଲେ, “ଆଜ୍ଞା ଶୁଣିଲୁ ଭଦ୍ରକ ଜିଲ୍ଲାରେ ୬୦ ପ୍ରତିଶତ ମୁସଲମାନ ହୋଇ ଯାଇଥିବାରୁ କାଳେ ସରକାର ଭଦ୍ରକକୁ ମୁସଲମାନ ଜିଲ୍ଲା ବୋଲି ଘୋଷଣା କରିଛନ୍ତି । ଏହା କ’ଣ ସତ ?” ସୂଚନାର ଉତ୍ସ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସେ ହ୍ୱାଟସଆପରେ ପଢିଛନ୍ତି ବୋଲି କହିଲେ । କିଛି ଦିନ ପୂର୍ବେ କେନ୍ଦ୍ରାପଡା ସହର ସମ୍ପର୍କରେ ବି ସେହି ଧରଣର ଗୁଜବଟିଏ ପ୍ରସାରିତ ହୋଇଥିଲା । ସାଧାରଣ ଲୋକଟିଏକୁ ତ ମିଛ କଥାଟିଏ କହି ତା’ ମନରେ ଭ୍ରମ ସୃଷ୍ଟି କରିବା ସହଜ, ହେଲେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ କୌଣସି ଧର୍ମ ଭିତ୍ତିରେ ଅଞ୍ଚଳର ଘୋଷଣା କରାଯିବାର ବ୍ୟବସ୍ଥା ନାହିଁ ବୋଲି କଥାଟିକୁ ବୁଝାଇବା ସତରେ କେତେ କଷ୍ଟକର । ଅସତ୍ୟ ଆଧାରରେ ଦେଶରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମନରେ କିଛି ଲୋକ ଯେଉଁ ଭଳି ଭୀତି ସଞ୍ଚାରର ଉଦ୍ୟମ କରୁଛନ୍ତି ତାହା କେବଳ ନିନ୍ଦନୀୟ କହି ଦେଲେ ଚଳିବ ନାହିଁ, ମାତ୍ର ତଥ୍ୟ ଆଧାରରେ ଦେଶରେ ମୁସଲମାନ...

ଓଡିଶାରେ ବ୍ୟାଙ୍କ ଋଣ-ଜମା ଅନୁପାତ ବଢାଇ ହେବ କି ?

କୌଣସି ରାଜ୍ୟରେ ବ୍ୟାଙ୍କ ପ୍ରଦାନ କରୁଥିବା ଋଣ ବ୍ୟାଙ୍କଗୁଡିକ ନିକଟରେ ଗଚ୍ଛିତ ଜମା ପରିମାଣର ଅନ୍ତତଃ ପକ୍ଷେ ୬୦ ପ୍ରତିଶତ ହେବା ବିଧେୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କଏକ ମାନବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି । ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଜମା ତୁଳନାରେ ଅଧିକ ଋଣ ପ୍ରଦାନ କରୁଥିବାରୁ ଓ କେତେକ ବ୍ୟାଙ୍କ ନାବାର୍ଡ, ଏନଏଚବି ଆଦି ସଂସ୍ଥାଙ୍କ ନିକଟରୁ ପୁନର୍ବିତ୍ତ ସହାୟତା ନେଇ ଋଣ ପ୍ରଦାନ କରୁଥିବାରୁ କେତେକ ରାଜ୍ୟରେ ଏହା ୬୦ ପ୍ରତିଶତରୁ ବି ଅଧିକ ହୋଇଥାଏ । ତେବେ ଓଡିଶାରେ ୨୦୧୯-୨୦ ବର୍ଷରେ ଏହା ୬୦ ପ୍ରତିଶତରେ ପହଞ୍ଚିଥିଲେ ବି  ୨୦୨୦-୨୧ ବର୍ଷରେ ଏହା ୫୬ ପ୍ରତିଶତକୁ ଖସି ଆସିବା ବାସ୍ତବିକ ଉଦବେଗଜନକ । ରାଜ୍ୟରେ ଆନୁପାତିକ ଭାବେ ଋଣ ଲଗାଣ ପରିମାଣ ବୃଦ୍ଧି ନ ପାଇଲେ ଏହି ଅନୁପାତ ବଢିବାର ସମ୍ଭାବନା ନାହିଁ । ତେବେ ଓଡିଶାରେ ଋଣ ଗ୍ରହଣ କ୍ଷମତା (କ୍ରେଡିଟ ଆବଜର୍ପସନ କାପାସିଟି) କମ ଥିବା ଦର୍ଶାଇ ଅନେକେ ଏହି ଅନୁପାତ କମ ରହିବା ସ୍ୱାଭାବିକ ବୋଲି ଧରି ନେଇ ବୃଦ୍ଧି କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରି ନ ଥାଆନ୍ତି । କେହି କେହି ତ ଓଡିଶାରେ ଉଦ୍ୟମୀ ଅଭାବରୁ ଋଣ ଲଗାଣ ବୃଦ୍ଧି ପାଉନାହିଁ ବୋଲି ବୁଝାଇ ଦେଇଥାଆନ୍ତି । ଏହା ଆଂଶିକ ସତ୍ୟ ହେଲେ ବି ସବୁ ପ୍ରକାର ଋଣ ପାଇଁ ଋଣଗ୍ରହୀତାଙ୍କୁ ଜଣେ ଉଦ୍ୟମୀ ହେବା ନିହାତି ଆବଶ୍ୟକ ହୋଇ ନ ଥିବାରୁ, ସେହି ଯୁକ୍ତିକୁ ପୂର...

ଏସଡିଜି ସୂଚକାଙ୍କ ତାଲିକାରେ ଓଡିଶା ପଛରେ କାହିଁକି ?

ନୀତି ଆୟୋଗ ଦ୍ୱାରା ଗତ ତିନି ବର୍ଷ ଧରି ଦେଶରେ ଏକ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)  ସୂଚକାଙ୍କ ତାଲିକା ପ୍ରସ୍ତୁତ ହୋଇ ଆସୁଛି ଓ ସେହି ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କର ପ୍ରଦର୍ଶନକୁ ଭିତ୍ତି କରି ସେମାନଙ୍କର ରାଙ୍କିଙ୍ଗ ପ୍ରସ୍ତୁତ ହେଉଛି । ୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ସୂଚକାଙ୍କ ତାଲିକାରେ ୨୮ଟି ରାଜ୍ୟ ମଧ୍ୟରେ ଓଡିଶା ୬୧ ନମ୍ୱର ପାଇ ୨୧ତମ ସ୍ଥାନରେ ରହିବା ପରେ ଓଡିଶାର ଏହି ନିମ୍ନ ପ୍ରଦର୍ଶନ ପାଇଁ ଆଲୋଚନା ହେଉଛି । ଏହି ତାଲିକାରେ ଓଡିଶା ତଳକୁ ଯେଉଁ ୭ଟି ରାଜ୍ୟ ରହିଛନ୍ତି ସେଗୁଡିକ ହେଲେ ବିହାର, ଝାରଖଣ୍ଡ, ଆସାମ, ଉତ୍ତରପ୍ରଦେଶ, ରାଜସ୍ଥାନ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ । ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ତାଲିକାରେ ଓଡିଶା ତଳକୁ ଥିବା ୧୦ଟି ରାଜ୍ୟ ମଧ୍ୟରୁ ଏ ବର୍ଷ ତାଲିକାରେ ଛତିଶଗଡ, ହରିଆଣା ଓ ନାଗାଲାଣ୍ଡ ରାଜ୍ୟ ଓଡିଶା ଉପରକୁ ଉଠି ଯାଇଥିବାରୁ ଓଡିଶାର ସ୍ଥାନ ତଳକୁ ଖସି ଆସିଛି । ତେବେ ଏହି ତାଲିକାଟିର ପ୍ରସ୍ତୁତି ପ୍ରକ୍ରିୟା ସହ  ଓଡିଶାର ପ୍ରଦର୍ଶନ କାହିଁକି ଆଶାନୁରୂପ ହୋଇ ପାରୁନାହିଁ ତାହା ବୁଝିବାର ଆବଶ୍ୟକତା ରହିଛି । ଜାତିସଙ୍ଘର ୧୯୩ଟି ସଭ୍ୟ ଦେଶଙ୍କ ଅନୁମୋଦନ କ୍ରମେ ଜାନୁଆରୀ ୧, ୨୦୧୬ଠାରୁ ଆଗାମୀ ୧୫ ବର୍ଷ ମଧ୍ୟରେ ୧୭ଟି ଲକ୍ଷ୍ୟ ଓ ୧୬୯ଟି ଉଦ୍ଦେଶ୍ୟ ହାସଲ କରିବା ଲାଗି ଏକ ନିରନ୍ତର ବିକାଶ ଲକ୍ଷ୍ୟ (ସସଟେନେବଲ ଡେଭଲପମେଣ୍ଟ ଗୋଲ) ଘୋଷିତ ହେଲା । ଭାରତ ମଧ...

ହେଇଥାଉ ପଛେ ଚାଇନା ମାଲ !

“ଆମକୁ ଦେଶପ୍ରେମର ପାଠ ପଢେଇ ଚାଇନା ମାଲ ବର୍ଜନ କରିବାକୁ କହି ସରକାର ତ ନିଜେ ଭଲ ଚାଇନା ମାଲ ଆଣୁଛନ୍ତି ।“ “ଆମେ ଚାଇନା ମାଲ କିଣିଲେ ସେଥିରୁ ଲାଭ କରି ଚୀନ ଆମ ଉପରେ ବମ ପକାଉଛି ବୋଲି ଆମକୁ ବୁଝାଇ ଦିଆ ଯାଇଥିବାରୁ ଆମେ ଘର ପାଖରେ ମିଳୁଥିବା ୪୦ ଟଙ୍କିଆ ଚାଇନା ଟର୍ଚ୍ଚ ନ କିଣି ଏଭାରେଡିକୁ ୧୧୦ରେ କିଣିଲା ବେଳକୁ ସରକାର କାହିଁକି ଡବଲ ଦାମ ଦେଇ ଅକ୍ସିଜେନ ସିଲିଣ୍ଡର ଚାଇନାରୁ ମଗାଉଛନ୍ତି । ଏତେ ବେଳକୁ ଆଉ ଚୀନ ବମ ପକାଉନି ।” “ଦିଲ୍ଲୀକୁ ଅକ୍ସିଜେନ ଦେଇ ତ ଭାରି ବାହାଦୁରି ମାରୁଥିଲେ, ଏବେ ପୁଣି ଚାଇନାରୁ ସିଲିଣ୍ଡର ଆଣିବାକୁ ପଡୁଛି କାହିଁକି ?” “ଯେଉଁ ଚୀନ ସାରା ପୃଥିବୀରେ କରୋନା ଭାଇରସ ବାଣ୍ଟିଲା ସେ ପୁଣି ସିଲିଣ୍ଡରରେ କ’ଣ ଛାଡିଥିବ କିଏ ଜାଣେ ! ସିଲିଣ୍ଡର ମଗାଇବାକୁ କ’ଣ ଆଉ ଅନ୍ୟ ଦେଶ ମିଳିଲା ନାହିଁ କି?” “ଆମ ଟାଟା କି ଜିନ୍ଦଲଙ୍କୁ କହିଥିଲେ ପରା ଯେତେ ଦରକାର ସିଲିଣ୍ଡର ବାଡେଇ ଦେଇଥାଆନ୍ତେ, ସେଥିଲାଗି ପୁଣି ଚୀନ ଆଗରେ ହାତ ପାତିବାକୁ ହେଲା । ଆଗକୁ ପଞ୍ଚାୟତ ଇଲେକସନ ଅଛି । ମାଲ ଦରକାର । ସେଥିପାଇଁ ସବୁ ଫିସାଦି ।” ଏହିପରି କିଛି ଉକ୍ତି ଓ ପ୍ରଶ୍ନ ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କ ମନରେ ଉଙ୍କି ମାରି ଆଲୋଚନାର ବିଷୟ ପାଲଟିଥିବାର ଦେଖାଗଲା ମଇ ୩୧, ୨୦୨୧ରେ ଚୀନରୁ ଓଡିଶାକୁ ଅକ୍ସିଜେନ ସିଲିଣ୍ଡରର ପ୍ରଥମ ଖେପ ପହଞ୍ଚିବାର ଖବର ଜଣା ପଡିବା ପରେ । ଏଥିରୁ କିଛି ପ୍ରଶ୍ନ ସେମାନଙ...

ରାଜ୍ୟ ଉପରେ ଟିକାକରଣ ବୋଝ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶର ଅଗ୍ରାଧିକାର ଜନସଂଖ୍ୟା କୁହାଯାଉଥିବା ୪୫ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟ କର୍ମୀ, କୋଭିଡର ସମ୍ମୁଖ ଯୋଦ୍ଧାଙ୍କ ସରକାରୀ ହସପିଟାଲରେ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ନିଃଶୁଳ୍କ ବହନ କରୁଥିବା ବେଳେ ୧୮ ବର୍ଷରୁ ୪୫ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ ଟିକାକରଣ ଦାୟିତ୍ୱ ରାଜ୍ୟଗୁଡିକ ଉପରେ ନ୍ୟସ୍ତ କରାଯାଇଛି । ଓଡିଶା ସମେତ କେତେକ ରାଜ୍ୟ ଏହି ବୟସ ବର୍ଗର ସରକାରୀ ହସପିଟାଲରେ ଟିକାକରଣକୁ ନିଃଶୁଳ୍କ ଘୋଷଣା କରି ସାରିଛନ୍ତି । ଦେଶର ସମୁଦାୟ ଜନସଂଖ୍ୟା ୧୩୩ କୋଟିରୁ ଟିକା ନେବା ପାଇଁ ଯୋଗ୍ୟ (୧୮ ବର୍ଷରୁ ଅଧିକ) ଲୋକଙ୍କ ସଂଖ୍ୟା ପ୍ରାୟ ୮୪ କୋଟି । ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କର ଟିକାକରଣ ପାଇଁ ୬୭୧୯୩ କୋଟି ଟଙ୍କା ବା ସମୁଦାୟ ଘରୋଇ ଉତ୍ପାଦର ୦.୩୬ ପ୍ରତିଶତ ବ୍ୟୟ ହୋଇପାରେ ବୋଲି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ (ଇଣ୍ଡ-ରା) ସଂସ୍ଥା ଅପ୍ରେଲ ମାସର ଶେଷ ଆଡକୁ ଆକଳନ କରିଥିଲେ । ସେହି ଆକଳନ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୨୦୮୭୦ କୋଟି ଟଙ୍କା (ଜିଡିପିର ୦.୧୨ ପ୍ରତିଶତ) ଓ ରାଜ୍ୟଗୁଡିକ ଉପରେ ୪୬୩୨୩ କୋଟି ଟଙ୍କା (ଜିଡିପିର ୦.୨୪ ପ୍ରତିଶତ) ବୋଝ ପଡିପାରେ । ତେବେ ଏହା ଦ୍ୱାରା ଯେଉଁ ରାଜ୍ୟଗୁଡିକ ଉପରେ ସର୍ବାଧିକ ପ୍ରଭାବ ପଡିବ ସେଗୁଡିକ ହେଲା ବିହାର (ଜିଡିପିର ୦.୬୦ ପ୍ରତିଶତ), ଉତ୍ତରପ୍ରଦେଶ (୦.୪୭), ଝାରଖଣ୍ଡ (୦....