Skip to main content

Posts

Showing posts with the label Biju Gan Gadi Yjojana

ଲକ୍ଷ୍ୟଠାରୁ ଦୂରରେ ବିଜୁ ଗାଁ ଗାଡି ଯୋଜନା

ରାଜ୍ୟର ଅନେକ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ପୂର୍ବାପେକ୍ଷା ଭଲ ହୋଇଥିଲେ ବି ଏବେ ମଧ୍ୟ ଅନେକ ଅପହଞ୍ଚ ଅଞ୍ଚଳକୁ ପରିବହନ ସଂଯୋଗର ସୁବିଧା ନ ଥିବାରୁ ସେଠାକାର ଅଧିବାସୀମାନେ ଏହି ମୌଳିକ ସେବା ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ପରିବହନ ଭିତ୍ତିଭୂମି ତଥା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅନୁସୂଚୀତ ବ୍ଲକ ଓ ଅନ୍ୟାନ୍ୟ ପଛୁଆ ଅଞ୍ଚଳର ପାହାଡିଆ, ଆଭ୍ୟନ୍ତରୀଣ ଓ ଅପହଞ୍ଚ ଗାଁମାନଙ୍କରେ ରହୁଥିବା ଅଧିବାସୀମାନଙ୍କୁ ପରିବହନ ସଂଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଓଡିଶା ସରକାର ୨୦୧୩ ମସିହାରେ ଏକ ଯୋଜନା ଆରମ୍ଭ କରିଥିଲେ, ଯାହାର ନାମ ୨୦୧୪ରେ ବଦଳା ଯାଇ ‘ବିଜୁ ଗାଁ ଗାଡି ଯୋଜନା’ (ବିଜିଜିୱାଇ) ରଖା ଯାଇଥିଲା । ଇତିମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ବି ଏହି ଯୋଜନା ତା’ର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ପାରି ନାହିଁ ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ‘ବିଜୁ ଗାଁ ଗାଡି ଯୋଜନା’ ମୁତାବକ ବ୍ଲକ ମୁଖ୍ୟାଳୟକୁ ପରିବହନ ସଂଯୋଗର ସୁବିଧା ନ ଥିବା ଗ୍ରାମ ପଞ୍ଚାୟତ ଓ ସ୍ଥଳ ବିଶେଷରେ ଜିଲ୍ଲା ମୁଖ୍ୟାଳୟ ଓ ପଡୋଶୀ ବ୍ଲକ ମୁଖ୍ୟାଳୟ ସହ ସଂଯୋଗ ନ ଥିବା ଗ୍ରାମ ପଞ୍ଚାୟତଗୁଡିକୁ ତିନିଟି ପର୍ଯ୍ୟାୟରେ ପରିବହନ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତଦନୁସାରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୧୮ଟି ଅନୁସୂଚୀତ ଓ ଆଇଟିଡିଏ ବ୍ଲକର ଗ୍ରାମ ପଞ୍ଚାୟତକୁ ଓ ଦ୍...