Skip to main content

Posts

Showing posts with the label Public Debt

ଦେଶର ଋଣ ବୋଝ ଚିନ୍ତା ବଢାଇବ କି

ଭାରତର ଋଣ ବୋଝ ଯଥେଷ୍ଟ ବୃଦ୍ଧି ପାଇ ଏବେ ଉଦବେଗଜନକ ସ୍ତରରେ ଆସି ପହଞ୍ଚିଲାଣି ବୋଲି କିଛି ଅର୍ଥନୀତିଜ୍ଞ ଓ ବିଦେଶୀ କ୍ରେଡିଟ ରେଟିଙ୍ଗ ସଂସ୍ଥା ମନେ କରନ୍ତି । ଦେଶର ଋଣ ବୋଝର ସୁଦୂର ପ୍ରସାରୀ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଥିବାରୁ ଏ ନେଇ ବାସ୍ତବ ସ୍ଥିତି କେତେ ଦୂର ଚିନ୍ତାଜନକ ସେ ସମ୍ପର୍କରେ ସେମାନେ ଜାଣିବା ନିହାତି ଆବଶ୍ୟକ । ସରକାରୀ ଦେୟ ଦୁଇ ପ୍ରକାର - ଭାରତର କନସୋଲିଡେଟେଡ ଫଣ୍ଡକୁ ଦର୍ଶାଇ କରାଯାଉଥିବା ଋଣକୁ ସାର୍ବଜନିକ ଋଣ (ପବ୍ଲିକ ଡେଟ) ଓ ପବ୍ଲିକ ଆକାଉଣ୍ଟରେ ଥିବା ଦେୟକୁ ‘ଅନ୍ୟ ଦେୟ’ (ଅଦର ଲାଏବିଲିଟିଜ) କୁହା ଯାଇଥାଏ । ସାର୍ବଜନିକ ଋଣ ପୁଣି ଦୁଇ ଭାଗରେ ବିଭକ୍ତ – ବିଦେଶରୁ ନିଆ ଯାଉଥିବା ବାହ୍ୟ ଋଣ (ଏକସଟର୍ନାଲ ଡେଟ) ଓ ଦେଶ ଭିତରୁ ନିଆ ଯାଉଥିବା ଆଭ୍ୟନ୍ତରୀଣ ଋଣ (ଇଣ୍ଟର୍ନାଲ ଡେଟ) । ଭବିଷ୍ୟନିଧି ପାଣ୍ଠି, ରିଜର୍ଭ ପାଣ୍ଠି, ଜମା ଓ ଅନ୍ୟ ଆକାଉଣ୍ଟଗୁଡିକ ବାବଦରେ ଥିବା ସରକାରୀ ଦେୟ ‘ଅନ୍ୟ ଦେୟ’ ପର୍ଯ୍ୟାୟଭୁକ୍ତ ।  ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସମୁଦାୟ ଋଣ ୧୨୧.୨୨ ଲକ୍ଷ କୋଟି ଟଙ୍କାରେ (ଆଭ୍ୟନ୍ତରୀଣ ଋଣ ଓ ଅନ୍ୟ ଦେୟ ୧୧୭.୩୯ ଲକ୍ଷ କୋଟି ଟଙ୍କା, ବାହ୍ୟ ଋଣ ୩.୮୩ ଲକ୍ଷ କୋଟି ଟଙ୍କା) ପହଞ୍ଚିଲା । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୧୪ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମୁଦାୟ ଋଣର ପରିମାଣ ଥିଲା ୫୦.୬୯ ଲକ୍ଷ କୋଟି ଟଙ୍କା । ଅର୍ଥାତ୍ ଏହି ୭ ବର୍ଷ ଭିତରେ କେନ୍ଦ୍ର ସର...

ରାଜ୍ୟ ଋଣ ଭାରର ବାସ୍ତବତା

ଗତ  ପାଞ୍ଚ  ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ଋଣ ପ୍ରାୟ ଦୁଇଗୁଣ ବଢି ୯୧,୯୪୩ କୋଟି ଟଙ୍କା ହେବା ଓ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇ ୨୦୧୮-୧୯ରେ ୨୧,୮୯୧ ଟଙ୍କା ହୋଇଥିବାରୁ ସରକାର ତୀବ୍ର ସମାଲୋଚନାର ଶରବ୍ୟ ହେଉଥିବା ବେଳେ ଏନଡିଏ ସରକାର ଅମଳରେ ଭାରତ ସରକାରଙ୍କ ଋଣ ଭାର ୫୪.୯୦ ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଦେଢ ଗୁଣ ବଢି  ୮୩.୦୩ ଲକ୍ଷ କୋଟି ଟଙ୍କା ହୋଇଥିଲେ ମଧ୍ୟ, ତାହା ସେହିପରି ଆଲୋଚନା ହେଉନାହିିଁ । ଉଭୟଙ୍କ କ୍ଷେତ୍ରରେ ଋଣ ଭାର ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ପରି ଜଣା ପଡୁଥିଲେ ମଧ୍ୟ ତାହା ମୋଟ ଘରୋଇ ଉତ୍ପାଦ(ଜିଡିପି)ର କେତେ ପ୍ରତିଶତ, ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅର୍ଥନୀତି ଅଭିବୃଦ୍ଧି ହାର ତୁଳନାରେ ଯଦି ଋଣ ବୃଦ୍ଧି ହାର ଅଧିକ ହେଉଥାଏ, ତେବେ ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଦେଶର ମୋଟ ଘରୋଇ ଉତ୍ପାଦରେ ଏହି ଋଣ ଭାରର ପ୍ରତିଶତ ଜୁନ ୨୦୧୪ରେ ୪୭.୪ ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୧.୩ ପ୍ରତିଶତ କମ ହୋଇ ୪୬.୧ରେ  ପହ ଞ୍ଚି ଥିବାରୁ ତାହା ଦେଶ ସ୍ତରରେ ନିୟନ୍ତ୍ରଣ ଭିତରେ ରହିଛି ବୋଲି ବୁଝିବାକୁ ହେବ । ସମାନ ଯୁକ୍ତିରେ ଓଡିଶା ସରକାରଙ୍କ ଋଣ ଭାର ମୋଟ ଘରୋଇ ଉତ୍ପାଦର ୨୦.୭୩ ପ୍ରତିଶତରେ ସୀମିତ ଥିବାରୁ ଏହା ନିୟନ୍ତ୍ରଣ ଭିତରେ ରହିଛି ବୋଲି ସ୍ୱୀକାର କରିବାକୁ ହେବ । ତେବେ ଋଣର ପରିମାଣ ଅପେକ୍ଷା ଋଣର ଉତ୍ସ, ସୁଧ ହାର ଓ ଅନ୍ୟ  ସର୍ତ୍ତାବଳୀ  ସ...