Skip to main content

Posts

Showing posts with the label School Closure Adibasi NITI Ayog India Odisha Odia

ଦିନେ ଏଇଠି ଆମ ସ୍କୁଲ ଥିଲା

ଦୀର୍ଘ ଦଶ ବର୍ଷ ଧରି ଓଡ଼ିଶାରେ ପ୍ରାୟ ୮ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଲୋକେ ତା’ର କବାଟ ଝରକା ପର୍ଯ୍ୟନ୍ତ ଖୋଲି ନେବାକୁ ପଛାଇନାହାନ୍ତି । ଫଳରେ କେତେକ ସ୍ଥାନରେ ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲାଣି । କେଉଁଠି ପୁଣି ତାହା ଅସାମାଜିକ କାର‌୍ୟ୍ୟକଳାପର ଆଡ୍ଡା ପାଲଟିଲାଣି । ‘ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା’ର ସ୍ମୃତି ରୋମନ୍ଥନ କରିବା ଓ  ‘ଦିନେ ଏଇଠି ଆମ ସ୍କୁଲ ଥିଲା’ ବୋଲି ବିଳାପ କରିବା ଭିନ୍ନ ଅସହାୟ ପୁରାତନ ଛାତ୍ର ଏବଂ ସ୍କୁଲ ସହ ଆବେଗିକ ସ୍ତରରେ ସଂଶ୍ଲିଷ୍ଟ କିଛି ଲୋକଙ୍କର ସେମାନଙ୍କ ସ୍କୁଲ ଫେରି ପାଇବା ଲାଗି କରଣୀୟ କ'ଣ ତାହା ଯେମିତି ସେମାନେ ବୁଝିପାରୁନାହାନ୍ତି । କାରଣ ମାମଲା ଏବେ ବିଚାରାଧୀନ ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତି ଅପେକ୍ଷାରେ ସମସ୍ତେ । ତଥାପି ରାଜ୍ୟରେ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନଃସମୀକ୍ଷା ହେବା କଥା ବାରମ୍ୱାର ଶୁଣିବାକୁ ମିଳୁଛି । ଏହା ଦ୍ୱାରା ବନ୍ଦ ସ୍କୁଲଗୁଡ଼ିକ ଖୋଲିବାର ବାଟ ସୁଗମ ହୋଇପାରେ । ଏ କଥା ସତ ଯେ ପୂର୍ବ ସରକାରଙ୍କ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଆସୁଥିଲେ । ତେବେ ଉଭୟ 'ନିତି ଆୟୋଗ' ଓ କେନ୍ଦ୍ର ସରକାର ଯୌକ୍ତିକତା ଆଧାରରେ ସ୍କୁଲ ବନ୍ଦ ନିଷ୍ପତ୍ତିର ସପକ୍ଷରେ ଥିବାରୁ ଓଡ଼ିଶାରେ ବନ୍ଦ ସ୍କୁଲଗୁଡ...