Skip to main content

Posts

Showing posts from May, 2019

ନିର୍ବାଚନ ଆୟୋଗ କେତେ ନିରପେକ୍ଷ ?

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ବିଭିନ୍ନ ଅଭିଯୋଗରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା କ୍ଲିନ୍ ଚିଟ୍ ପ୍ରଦାନ କରାଯିବାର ପ୍ରତିବାଦରେ ତିନି ଜଣିଆ ନିର୍ବାଚନ ଆୟୋଗର ଅନ୍ୟତମ ବରିଷ୍ଠ ସଦସ୍ୟ ଅଶୋକ ଲାଭାସା ନିଜ ଅସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ବିଚାର ପାଇଁ ବସୁଥିବା ମିଟିଂରେ ଆଉ ଅଂଶଗ୍ରହଣ କରିବାକୁ ମନା କରିଦେବା ଘଟଣା ଆୟୋଗର ନିରପେକ୍ଷତା ଉପରେ ପୂର୍ବରୁ ଉଠି ଆସୁଥିବା ଅଭିଯୋଗକୁ ଆହୁରି ସୁଦୃଢ କରିଛି । ଏହା ପରେ ଏ ସଂକ୍ରାନ୍ତରେ ତାଙ୍କର ଭିନ୍ନ ମତକୁ ସାର୍ବଜନୀନ କରିବା ନେଇ ଲାଭାସାଙ୍କ ଦାବିକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଖାରଜ କରିବା ଘଟଣା ଆୟୋଗରେ ଥିବା ଫାଟକୁ ପଦାରେ ପକାଇ ଦେଇଛି, ଯାହା ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଶୁଭଙ୍କର ନୁହେଁ । ଏଥି ପୂର୍ବରୁ ‘ନାନାବିଧ ଅସୁବିଧା ଓ ବାଧାବିଘ୍ନ ସ ତ୍ତ୍ଵେ  ଭାରତରେ ସୁଦୀର୍ଘ ସମୟ ଧରି ମୁକ୍ତ ଓ ଅବାଧ ନିର୍ବାଚନ କରାଇବାର ସମ୍ମାନ ଓ ଶ୍ରେୟର ହକଦାର ନିର୍ବାଚନ ଆୟୋଗ ହୋଇଥିବା ବେଳେ ଏବେ କିନ୍ତୁ ଏହାର ସ୍ୱାଧୀନତା, ସ୍ୱଚ୍ଛତା ଓ ନିରପେକ୍ଷତାରେ ସାଲିଶ ହୋଇଥିଲା ଭଳି ମନେ ହେଉଛି । ତଦ୍ଦ୍ୱାରା ଭାରତୀୟ ଗଣତନ୍ତ୍ରର ମୂଳଦୁଆ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାର ସଂହତି ବିପଦଗ୍ରସ୍ତ ହୋଇଛି ଓ ନିର୍ବାଚନ ଆୟୋଗ ବିଶ୍ୱସନୀୟତା-ସଙ୍କଟର ସମ୍ମୁଖୀନ ହୋଇଛନ୍ତି’ - ଏହି ମର୍ମରେ ୬୬ ଜଣ ଭାରତୀୟ ପ୍ରଶାସନି

ବାଇଶରେ ଚାଷୀଙ୍କ ଆୟ ଦୁଇ ଗୁଣ ହେବ ?

ଫେବୃଆରି ୨୦୧୬ରେ ପ୍ରଧାନମନ୍ତ୍ରୀ ଚାଷୀର ଆୟ ୨୦୨୨ ସୁଦ୍ଧା ଡବଲ ହେବାର ଘୋଷଣା କରିବା ପରେ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ କମିଟିମାନ ବସି ବିଶେଷଜ୍ଞଙ୍କୁ ନେଇ ରଣନୀତି ପ୍ରସ୍ତୁତ ହେବାକୁ ଲାଗିଲା । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଗଲା । ଏ ସବୁରେ ଚାଷୀଙ୍କ ଆୟ କେତେ ବଢିଲା ତାହା ତ ଜଣା ନାହିଁ, ବରଂ କୃଷି ସଙ୍କଟ ଗମ୍ଭୀର ହୋଇ ସାରା ଦେଶରୁ ନିୟମିତ ଭାବେ ଚାଷୀ ଆତ୍ମହତ୍ୟାର ଖବରମାନ ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ପୁଣି ଥରେ ବିଜେପିର ନିର୍ବାଚନୀ ଘୋଷଣା ପତ୍ରରେ ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଡବଲ କରାଯିବ ବୋଲି ଦୋହରାଯିବା ପରେ ଏହି ସମୟ ମଧ୍ୟରେ ଚାଷୀଙ୍କ ଆୟ ଡବଲ ହେବାର ସମ୍ଭାବନା କେତେ ଅଧିକ ବା କ୍ଷୀଣ ତାହା ତର୍ଜମା ହେବାର ଆବଶ୍ୟକତା ରହିଛି । ଚାଷୀଙ୍କ ଆୟ ଡବଲ ହେବା ଘୋଷଣା ପରେ ଏ ଯାଏଁ ସ୍ପଷ୍ଟ କରାଯାଇ ନାହିିଁଁ ଏହି ଆୟ ବୃଦ୍ଧି ନାମମାତ୍ର (ନୋମିନାଲ ଟର୍ମ) ଭାବେ ହେବ ନା ବାସ୍ତବ (ରିଅଲ ଟର୍ମ) ଭାବେ ହେବ । ଉଭୟଙ୍କ ମଧ୍ୟରେ ଫରକ ହେଲା ନାମମାତ୍ର ବୃଦ୍ଧିରେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଇ ନଥାଏ । ଫଳରେ ପରିମାଣ ଦୃଷ୍ଟିରୁ ଆୟ ବୃଦ୍ଧି ପାଇଲେ ମଧ୍ୟ ମୁଦ୍ରାସ୍ଫୀତି ଯୋଗୁ ସେହି ଟଙ୍କାର କ୍ରୟ ଶକ୍ତି କମ ହୋଇଥିବାରୁ ଚାଷୀ ପ୍ରକୃତରେ ସେତେଟା ଲାଭାନ୍ୱିତ ହୋଇ ପାରି ନଥାଏ । ବ ର୍ତ୍ତ ମାନ ୨୦୧୧-୧୨ର ସ୍ଥିର ମୂଲ୍ୟ ଆଧାରରେ ରିଅଲ ଟର୍ମରେ ଅଭିବୃଦ୍ଧିକୁ ଆକଳନ କରାଯାଉଥିବାରୁ ଏ