Skip to main content

Posts

Showing posts from February, 2024

ନିର୍ବାଚନୀ ବଣ୍ଡ୍ ମାମଲା - ସୁପ୍ରିମ କୋର୍ଟଙ୍କ ରାୟ: ଏକ ଆଲୋଚନା

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ୍ ଅବୈଧ ବୋଲି ରାୟ ପ୍ରକାଶ ପାଇଛି । ତେଣୁ ଏହି ଅସ୍ୱଚ୍ଛ ବଣ୍ଡର ପ୍ରଚଳନ ଉପରେ ରୋକ ଲାଗିଛି । ତା’ ଛଡ଼ା ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦା ସଂକ୍ରାନ୍ତରେ ନାଗରିକଙ୍କର ଜାଣିବାର ଅଧିକାର ନାହିଁ ବୋଲି ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏହି ବଣ୍ଡ୍ ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଅସାମ୍ୱିଧାନିକ ବୋଲି ଘୋଷଣା କରିଛନ୍ତି । ଅନେକେ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରୁଛନ୍ତି । ଭାରତୀୟ ରାଜନୀତି ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବା ସୁନିଶ୍ଚିତ । ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ଆଳ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାନୁଆରୀ ୨, ୨୦୧୮ରେ ‘ନିର୍ବାଚନୀ ବଣ୍ଡ୍ ସ୍କିମ’ର ପ୍ରଚଳନ ହୋଇଥିଲା । ଟଙ୍କା ପରି ନିର୍ବାଚନୀ ବଣ୍ଡ ଏକ ପ୍ରମିଶରି ନୋଟ ଯହିଁରେ କ୍ରେତାଙ୍କ ପରିଚୟ ଗୋପନୀୟ ରଖାଯାଇଥାଏ । ଷ୍ଟେଟ ବ୍ୟାଙ୍କର ଅଧିକୃତ କେତେକ ଶାଖାରେ ବର୍ଷର ନିର୍ଦ୍ଦିଷ୍ଟ କିଛି ଦିନ ଲାଗି ୧୦୦୦ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ମୂଲ୍ୟର ୫ ପ୍ରକାରର ନିର୍ବାଚନୀ ବଣ୍ଡ୍ ଉପଲବ୍ଧ ହୋଇଥାଏ । ତାହ।କୁ ଯେ କେହି କିଣି ଯେ କୌଣସି ଦଳକୁ ଚାନ୍ଦା ଆକାରରେ ଦେଇପାରେ ଓ ଏ ସମସ୍ତ ପ୍ରକରଣ ଗୋପନୀୟ ରହିଥାଏ ।      ‘ନିର୍ବ

ଲୋହିତ ସାଗର ସଙ୍କଟର ପ୍ରଭାବ

ହମାସ ବିରୋଧରେ ଗାଜା ଭୂଖଣ୍ଡ ଉପରେ ଇସ୍ରାଏଲର ଅମାନବୀୟ ଆକ୍ରମଣ ବୃଦ୍ଧି ପାଇବା ପରେ ନଭେମ୍ୱର ୧୯, ୨୦୨୩ରେ ଲୋହିତ ସାଗର ପ୍ରଥମ କରି ସଂଘର୍ଷର ନୂଆ କ୍ଷେତ୍ର ପାଲଟିଲା ଯେତେବେଳେ ୟେମେନସ୍ଥିତ ‘ହୁଥି’ ସଶସ୍ତ୍ର ସଂଗଠନ ଦ୍ୱାରା ଇସ୍ରାଏଲର ଏକ ମାଲବାହୀ ଜାହାଜକୁ ଅପହରଣ କରି ନିଆଗଲା । ଇସ୍ରାଏଲ ମାଲିକାନାରେ ଥିବା, ଇସ୍ରାଏଲ ଦ୍ୱାରା ପରିଚାଳିତ ହେଉଥିବା ଓ ଇସ୍ରାଏଲୀ ବନ୍ଦରଗୁଡ଼ିକ ଉଦ୍ଦେଶ୍ୟରେ ଯାଉଥିବା ଜାହାଜଗୁଡ଼ିକ ଆକ୍ରମଣର ଶିକାର ହେଉଥିବା କଥା ‘ହୁଥି’ ତରଫରୁ କୁହାଯାଉଥିଲେ ବି ଇତିମଧ୍ୟରେ ଇସ୍ରାଏଲ ସହ କୌଣସି ସମ୍ପର୍କ ନଥିବା ଅନେକ ଜାହାଜ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇସାରିଲେଣି । ଡିସେମ୍ୱର ୯ ଠାରୁ ଲଗାତର ଭାବେ ଏହି ଧରଣର ଆକ୍ରମଣ ବୃଦ୍ଧି ପାଇଥିବାରୁ ଲୋହିତ ସାଗର ଏକ ସଙ୍କଟଗ୍ରସ୍ତ ଅଞ୍ଚଳରେ ପରିଣତ ହୋଇଛି । ଆମେରିକା ଓ ବ୍ରିଟେନ ତରଫରୁ ହୁଥି ଆଡ଼୍ଡାଗୁଡ଼ିକ ଉପରେ ସଂଖ୍ୟାଧିକ ପ୍ରତ୍ୟାକ୍ରମଣ ହୋଇଥିଲେ ହେଁ 'ହୁଥି'ର ସଦସ୍ୟମାନଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ିନାହିଁ କି ସେମାନେ ଆକ୍ରମଣରୁ ନିବୃତ୍ତ ହୋଇନାହାନ୍ତି । ଏହା ସାରା ବିଶ୍ୱର ବିଭିନ୍ନ ଦେଶର ଚିନ୍ତାକୁ ଯଥେଷ୍ଟ ବଢାଇଛି; କାରଣ ଲୋହିତ ସାଗର ବିଶ୍ୱର ଅନ୍ୟତମ ବ୍ୟସ୍ତ ଜଳପଥ ହୋଇଥିବାରୁ ସେଠାରେ ସଙ୍କଟ ଲାଗି ରହିଲେ ସାରା ପୃଥିବୀର ବାଣିଜ୍ୟ ପ୍ରତିକୂଳ ଭାବେ ପ୍ରଭାବିତ ହେବ । ଏହା ଦ୍ୱାରା ଯୋଗାଣ ଶୃଙ୍ଖଳ ବାଧାପ