Skip to main content

Posts

Showing posts with the label Communal Balance in Population

ଜନସଂଖ୍ୟା ବୃଦ୍ଧି ଓ ସାମ୍ପ୍ରଦାୟିକ ସନ୍ତୁଳନ

ଜାତିସଂଘ ତରଫରୁ ପ୍ରକାଶିତ ‘ୱାର୍ଲଡ଼ ପପୁଲେସନ ପ୍ରୋସପେକ୍ଟସ ୨୦୨୨’ ଅନୁଯାୟୀ ଆଜି ଅର୍ଥାତ୍ ନଭେମ୍ୱର ୧୫, ୨୦୨୨ରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ । ବିଶ୍ୱ ଜନସଂଖ୍ୟା ୨୦୮୦ରେ ୧୦୪୦ କୋଟିର ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ୨୧୦୦ ଯାଏଁ ଅପରିବର୍ତ୍ତିତ ରହିବ । ଅନ୍ୟପକ୍ଷରେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଟପି ଏହା ବିଶ୍ୱର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବ । ଜନସଂଖ୍ୟାରେ ସାମ୍ପ୍ରଦାୟିକ ଅସନ୍ତୁଳନ ଭୌଗୋଳିକ ସୀମାର ପରିବର୍ତ୍ତନର କାରଣ ହେଉଥିବାରୁ ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଦେଶରେ ବିଭିନ୍ନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଏକ ଜନସଂଖ୍ୟା ନୀତି ପ୍ରଣୟନ ସପକ୍ଷରେ ମତ ଦେଇଆସୁଛନ୍ତି । ତେଣୁ ଭାରତରେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ହୋଇ ନ ପାରିବାର କାରଣଗୁଡ଼ିକ ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି ।      ୧୮୦୪ରେ ପ୍ରଥମ ଥର ପାଇଁ ୧୦୦ କୋଟି ଛୁଇଁଥିବା ବିଶ୍ୱ ଜନସଂଖ୍ୟା ୨୦୦ କୋଟିରେ ପହଞ୍ଚିବାକୁ ଆଉ ୧୨୩ ବର୍ଷ ଲାଗିଗଲା । ୧୯୬୦ରେ ଜନସଂଖ୍ୟା ୩୦୦ କୋଟିରେ ପହଞ୍ଚିବା ପରେ ପ୍ରତି ୧୨ରୁ ୧୪ ବର୍ଷ ବ୍ୟବଧାନରେ ଏହା ୧୦୦ କୋଟି ଲେଖାଏଁ ବଢି ଚାଲିଲା । ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବୃଦ୍ଧି ହାର ୨୦୨୦ରେ ପ୍ରଥ...