Skip to main content

Posts

Showing posts with the label Ostentatious wedding India Odia

ଆଖି ଝଲସା ବାହାଘର

“କିଣୁବାବୁଙ୍କ ପୁଅ ବାହାଘର ଧୁମଧାମରେ ହେଉଥାଏ । ସେତେବେଳକୁ ଏଠିକି ଆହୁରି ବିଜୁଳି ବତି ଆସି ନଥାଏ । ତଥାପି ବାହାଘର ପାଇଁ ସେ ସ୍ୱତନ୍ତ୍ର ଭାବେ କଲିକତାରୁ ବିଜୁଳିବତି ମଗେଇଥିଲେ । ସମସ୍ତଙ୍କ ଆଖି ଝଲସି ହେଇ ଯାଇଥିଲା ନା !  ଯେତେ ଲୋକ! ଯୋଉଁ ଖାଇବା ! ଯାହା ତ ଖାଇଲେ ଖାଇଲେ, ଯେତିକି ରସଗୋଲା, ମାଛ, ମାଂସ ବାହାଳିରେ ଫୋପଡ଼ା ହୋଇଥିଲା, ତା’ ପର ଦିନ ତାକୁ ଦେଖି ଆଖି ତାଟକା ହୋଇଯାଉଥିଲା ପରା!” ପ୍ରାୟ ପଚାଶ ବର୍ଷ ତଳେ ଗୋଟେ ଛୋଟ ସହରରେ ଜଣେ ବୃଦ୍ଧ ତାଙ୍କର ଯୁବାବସ୍ଥାରେ ଦେଖିଥିବା ଏକ ଆଖି ଝଲସା ବାହାଘରକୁ ଏହିଭଳି ବର୍ଣ୍ଣନା କରିଥିଲେ । ଅମୁକ ବାବୁଙ୍କ ପୁଅ ବା ସମୁକ ବାବୁଙ୍କ ଝିଅ ବାହାଘର କହି ଏଭଳି କୌଣସି ବାହାଘରର ଭବ୍ୟତା ସମ୍ପର୍କରେ ସାଧାରଣ ଲୋକେ ଯେଉଁଭଳି ଆଖି ତରାଟି ଆଲୋଚନାମାନ କରିଥାନ୍ତି, ତାହା ନିଶ୍ଚିତ ଭାବେ ଧନାଢ଼୍ୟମାନଙ୍କୁ ପ୍ରୀତ କରୁଥିବ, ଯେଉଁଥି ଲାଗି ନବ୍ୟ ଧନାଢ଼୍ୟମାନେ ଆଖିଝଲସା ବିବାହୋତ୍ସବର ଆୟୋଜନ କରିବାରେ ପାଇଁ ପ୍ରେରିତ ହୋଇଥାନ୍ତି । ତେବେ କଥା ହେଲା ଏବେ ଏଭଳି ବିବାହର ଆୟୋଜନ କେବଳ ଧନିକଙ୍କ ଭିତରେ ସୀମିତ ନାହିଁ, ସାଧାରଣ ମଧ୍ୟବିତ୍ତ ପରିବାରର ଲୋକେ ମଧ୍ୟ ଏଭଳି ଆୟୋଜନରେ ପ୍ରବୃତ୍ତ ହେଲେଣି । ନିକଟରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ସାନପୁଅ ଅନନ୍ତଙ୍କ ବିବାହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଭବ୍ୟତା ସମ୍ପର୍କରେ ଜାତୀୟ ଗଣମାଧ୍ୟମଗୁଡ଼ିକର ବର୍ମ୍ଣନାରେ ...