Skip to main content

Posts

Showing posts with the label Demacracy Index

ଗଣତନ୍ତ୍ରର ଓଲଟପାଦ

ଅଳ୍ପ କିଛି ଦେଶକୁ ବାଦ ଦେଲେ ସାରା ବିଶ୍ୱରେ ଗଣତନ୍ତ୍ରର ଅବକ୍ଷୟ ହୋଇ ଚାଲିଛି ଏବଂ ଏବେ ତାହା ଓଲଟପାଦରେ । ସାରା ବିଶ୍ୱରେ ଗଣତନ୍ତ୍ରର ସ୍ୱାସ୍ଥ୍ୟକୁ ମାପି ଏକ ସୂଚକାଙ୍କ ପ୍ରସ୍ତୁତ କରିବା କ୍ଷେତ୍ରରେ ଅନେକ ନାଗରିକ ସମାଜ ସଂଗଠନ ଓ ଶିକ୍ଷାନୁଷ୍ଠାନଙ୍କର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରତ । ତନ୍ମଧ୍ୟରୁ କାନାଡାର ଫ୍ରେଜର ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ‘ହ୍ୟୁମାନ ଫ୍ରିଡମ ଇଣ୍ଡେକ୍ସ’, ଆମେରିକାର ସେଣ୍ଟର ଫର ସିଷ୍ଟମିକ ପିସ ଦ୍ୱାରା ପ୍ରସ୍ତୁତ ‘ପଲିଟି ଫୋର’, ବିଶ୍ୱ ବ୍ୟାଙ୍କର ‘ୱାର୍ଲଡୱାଇଡ ଗଭର୍ଣ୍ଣାନ୍ସ ଇଣ୍ଡିକେଟରସ’, ସ୍ୱିଜରଲାଣ୍ଡସ୍ଥିତ ଜୁରିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ‘ଡେମୋକ୍ରାସି ବାରୋମିଟର’, ଫିନଲାଣ୍ଡସ୍ଥିତ ହେଲେସିଙ୍କି ବିଶ୍ୱବିଦ୍ୟାଳୟର ପ୍ରଫେସର ଟାଟୁ ଭାନହାନେନଙ୍କ ଦ୍ୱାରା ପ୍ରସ୍ତୁତ ‘ଇଣ୍ଡେକ୍ସ ଅଫ ଡେମୋକ୍ରାସି’ ଆଦି ସୂଚକାଙ୍କଗୁଡିକୁ ଗୁରୁତ୍ୱ ଦିଆ ଯାଇଥାଏ । ତେବେ ଏ କ୍ଷେତ୍ରରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ, ଫ୍ରିଡମ ହାଉସ ଓ  ଭି-ଡେମ ଇନଷ୍ଟିଚ୍ୟୁଟ ଭଳି ତିନିଟି ଅନୁଷ୍ଠାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଗଣତନ୍ତ୍ର ସୂଚକାଙ୍କ ସେଗୁଡିକର ପ୍ରସ୍ତୁତି ପ୍ରଣାଳୀର ବିଶ୍ୱସନୀୟତା ପାଇଁ ପ୍ରାୟ ସର୍ବତ୍ର ଓ ସର୍ବାଧିକ ଗ୍ରହଣୀୟ ହୋଇଥାଏ । ଗଣତନ୍ତ୍ରର ସଂଜ୍ଞାକୁ ନେଇ ବାଦବିବାଦ ଲାଗି ରହିଥିବାରୁ ତାହା କେମିତି ମପାଯିବା ଉଚିତ, ସେ ନେଇ ମତୈକ୍ୟ ଦେଖିବାକୁ ମିଳେନାହିଁ । ...