Skip to main content

Posts

Showing posts from November, 2019

ରାଜ୍ୟସଭାର ଦୁଇଶହ ପଚାଶତମ ଅଧିବେଶନ

ଭାରତୀୟ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଲୋକସଭା ଓ ରାଜ୍ୟସଭା ଭଳି ଦୁଇଟି ଗୃହ ମଧ୍ୟରୁ ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ଲୋକସଭା ପରି ଏହାର କାର୍ଯ୍ୟକାଳ ପୂରି ନଥାଏ ବା ଏହାକୁ ଭାଙ୍ଗିବା ସମ୍ଭବ ନୁହେଁ । ସମ୍ବିଧାନର ପ୍ରାବଧାନ ଅନୁଯାୟୀ ୨୫୦ ସଦସ୍ୟ ବିଶିଷ୍ଟ ଏହି ଗୃହର ୨୩୮ ଜଣ ନିର୍ବାଚିତ ଓ ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା କଥା । ତେବେ ବ ର୍ତ୍ତ ମାନ ଏହାର ସଦସ୍ୟ ସଂଖ୍ୟା ୨୪୫ ଓ ତନ୍ମଧ୍ୟରୁ ୨୩୩ ଜଣ ନିର୍ବାଚିତ ହୋଇଥାନ୍ତି । ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ଛଅ ବର୍ଷ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷରେ ଏକ ତୃୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ପୂରି ତାଙ୍କ ସ୍ଥାନରେ ନୂଆ ସଦସ୍ୟ ନିର୍ବାଚିତ ହୋଇ ଆସିଥାନ୍ତି । ତେଣୁ ୧୯୫୨ରେ ପ୍ରତିଷ୍ଠିତ ରାଜ୍ୟସଭା ଏ ଯାବତ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି । ନଭେମ୍ବର ୧୮, ୨୦୧୯ରେ ରାଜ୍ୟସଭାର ୨୫୦ତମ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ଏ ପର୍ଯ୍ୟନ୍ତ ରାଜ୍ୟସଭାରେ ସମୁଦାୟ ୨୨୮୨ ଜଣ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୮ ଜଣ ମହିଳା ହୋଇଥିଲା ବେଳେ ୧୩୭ ଜଣ ମନୋନୀତ ସଦସ୍ୟ । ୧୯୫୨ ମସିହାରେ ରାଜ୍ୟସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୫ (୬.୯୪ ପ୍ରତିଶତ) ଥିଲା ବେଳେ ତାହା ୨୦୧୪ ମସିହାରେ ୩୧(୧୨.୭୬ ପ୍ରତିଶତ)ରେ ପହ ଞ୍ଚି ଥିଲା । ତେବେ ପରିତାପର ବିଷୟ ହେଉଛି ସଂସଦରେ ଏକ ତୃତୀୟାଂଶ ଆସନ ମହ

ଆରସିଇପିକୁ ନା

କୃଷକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ଓ ବାଣିଜ୍ୟ ସଂଗଠନ ତଥା ବିରୋଧୀ ଦଳମାନେ ଆ ଞ୍ଚ ଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ (ରିଜିଓନାଲ କମ୍ପ୍ରିହେନସିଭ ଇକୋ ନୋ ମିକ ପାର୍ଟନରସିପ ବା ଆରସିଇପି)ରେ ଭାରତର ଯୋଗଦାନକୁ ବିରୋଧ କରି ଆସିଛନ୍ତି । ନଭେମ୍ବର ୪, ୨୦୧୯ରେ ପ୍ରଧାନମନ୍ତ୍ରୀ ବ୍ୟାଙ୍କକଠାରେ ଆୟୋଜିତ ଆରସିଇପିର ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବା  ନେଇ ଘୋଷଣା ହେବା ପରେ ଭାରତ ଏଥିରେ ସାମିଲ ହେବାକୁ ନେଇ ନାନା କଳ୍ପନା ଜଳ୍ପନା ଦେଖା ଦେଇଥିଲା । ତେବେ ଦେଶ ଭିତରେ ଏହାକୁ ପ୍ରବଳ ବିରୋଧ କରାଯାଉଥିବାରୁ ଶେଷରେ ଭାରତ ଆପାତତଃ ଆରସିଇପି ବାହାରେ ରହିବାକୁ ସ୍ଥିର କରିଛି । ଯେ କୌଣସି ଦେଶ ଅନ୍ୟ ଦେଶ ବା ଗୋଷ୍ଠୀ ସହ ବାଣିଜ୍ୟ ଚୁକ୍ତି କଲା ବେଳେ ତାର ଘରୋଇ ଓ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ସ୍ୱାଭାବିକ । ତେଣୁ ଏହି ଆରସିଇପି କଣ ଓ ସେଥିରେ ସାମିଲ ହେବା ବା ନ ହେବା କେତେ ଦୂର ଭାରତର ହିତ ସାଧନ କରିବ, ତାହା ଆଲୋଚନାର ଅପେକ୍ଷା ରଖେ । ଆରସିଇପି ହେଉଛି ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅ ଞ୍ଚ ଳରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଭାଗିଦାରୀ ବ୍ୟବସ୍ଥା ଯେଉଁଥିରେ ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ,  ମିଆଁମାର , ଫିିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ଭିଏତନାମ ଭଳି ଦଶଟି ଆସିଆନ ସଦସ୍ୟ ଦେଶଙ୍କ ସମେତ ଚୀନ, ଜାପାନ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଦକ୍ଷିଣ କୋରିଆ ଭଳି ସର୍ବମୋଟ ୧୫ଟ

ଏକ ହିମପ୍ରବାହର ଅକାଳ ବିୟୋଗରେ

କିଛି ବର୍ଷ ତଳେ ସେଇଠି ଏକ ବିଶାଳ ହିମପ୍ରବାହ (ଗ୍ଲାସିୟର) ଥିଲା । ମାତ୍ର ଶହେ ବର୍ଷ ତଳେ ୧୫ ବର୍ଗ କିଲୋମିଟର ପରିମିତ ଓ ୫୦ ମିଟର ଗଭୀରତା ବିଶିଷ୍ଟ ଏହି ହିମପ୍ରବାହଟିର ଆକାର ଏବେ ମାତ୍ର ଏକ ବର୍ଗ କିଲୋମିଟରରେ ସୀମିତ ଓ ସେଠାରେ ବି ଏହାର ଗଭୀରତା ମାତ୍ର ୧୫ ମିଟର । ଅର୍ଥାତ୍, ବିସ୍ତୃତ ପଥର ଚଟାଣ ଉପରେ ଠାଏ ଠାଏ ବରଫର ଆସ୍ତରଣ ଯାହା । ପଶ୍ଚିମ ଆଇସଲାଣ୍ଡର ରେକାଭାକ ପ୍ରାନ୍ତରେ ଅବସ୍ଥିତ ଏହି ହିମପ୍ରବାହର ନାମ ‘ଓକେକଲ’ । ହିମପ୍ରବାହବିଦମାନେ (ଗ୍ଲାସିଓଲୋଜିଷ୍ଟ) ୨୦୧୪ ମସିହାରୁ ଏହାକୁ ମୃତ ବୋଲି ଘୋଷଣା କରି ସାରିଛନ୍ତି । କାରଣ ଏହା ଆଉ ପ୍ରବହମାନ ଅବସ୍ଥାରେ ନ ରହି ଏକ ମୃତ ବରଫର ସ୍ତୂପ ପାଲଟି ଯାଇଛି । ଓକେକଲ ହିମପ୍ରବାହଟି ଜଳବାୟୁ ପରିବ ର୍ତ୍ତ ନରେ ମୃତ ପାଲଟିଥିବା ଆଇସଲାଣ୍ଡର ପ୍ରଥମ ହିମପ୍ରବାହ । ଅଗଷ୍ଟ ୨୦୧୯ରେ ଏହି ହିମପ୍ରବାହର ମୃତ୍ୟୁରେ ଶୋକପାଳନ କରିବା ପାଇଁ ସେଠାରେ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ କାଟ୍ରିନ ଜାକବସଡୋଟିରଙ୍କ ସମେତ ଶତାଧିକ ଲୋକ ଏକତ୍ରିତ ହୋଇଥିଲେ । କୌଣସି ହିମପ୍ରବାହ, ନଦୀ, ହ୍ରଦ ଭଳି ପ୍ରାକୃତିକ ସତ୍ତାର ଅକାଳ ମୃତ୍ୟୁରେ ଏ ଭଳି ଶୋକପାଳନ ଘଟଣା ଥିଲା ସାରା ବିଶ୍ୱରେ ସର୍ବ ପ୍ରଥମ । ଶୋକପାଳନ ଅବସରରେ ସମବେତ ଲୋକେ ସେଠାରେ ଥିବା ଏକ ପଥର ଉପରେ ଏକ ତାମ୍ର ଫଳକ ସ୍ଥାପନ କଲେ ଯେଉଁଥିରେ ଭବିଷ୍ୟତ ଉଦ୍ଦେଶ୍ୟରେ ଏକ ଭାବୋଦ୍ଦୀପକ ଚିଠି ଲେଖା ହୋଇଥିଲା । ‘ଭବିଷ୍ୟତକୁ ଚିଠି’