Skip to main content

Posts

Showing posts with the label Armenia

ଯୁଦ୍ଧର ଦ୍ୱାର ଦେଶରେ ଆର୍ମେନିଆ ଓ ଅଜରବାଇଜାନ

ସୋଭିଏତ ସଂଘର ବିଘଟନ ପରେ ସୃଷ୍ଟ ଆର୍ମେନିଆ ଓ ଅଜରବାଇଜାନ ଭଳି ଦୁଇଟି ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ସେପ୍ଟେମ୍ୱର ୨୭, ୨୦୨୦ ପରଠାରୁ ସାମରିକ ଦୃଷ୍ଟିରୁ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇ କ୍ରମଶଃ ଯୁଦ୍ଧ ଆଡକୁ ମୁହାଁଇବା ବାସ୍ତବିକ ଉଦବେଗଜନକ । କାରଣ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ ତାହା କେବଳ ସେହି ଦୁଇ ଦେଶ ମଧ୍ୟରେ ସୀମିତ ନ ରହି ଅନ୍ୟ ଦେଶମାନେ ସେଥିରେ ଜଡିତ ହେବାର ପୂର୍ବ ସୂଚନା ମିଳି ସାରିଲାଣି, ଯାହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡି ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇପାରେ । ଦୁଇ ଦେଶ ମଧ୍ୟରେ ବିବାଦର ମୂଳ କାରଣ ନଗୋର୍ଣ୍ଣୋ-କରାବାଖ ଅଞ୍ଚଳର ମାଲିକାନା ଓ ଆଧିପତ୍ୟକୁ ନେଇ ହୋଇଥିଲେ ମଧ୍ୟ ଏହି ବିବାଦର ଇତିହାସ ଓ ଏହି ବିବାଦ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ହେଉଥିବା ଦେଶଗୁଡିକର ସ୍ୱାର୍ଥ ତଥା ଉଦ୍ଦେଶ୍ୟକୁ ବୁଝିବାର ବି ଆବଶ୍ୟକତା ରହିଛି । ମଧ୍ୟ ଏସିଆର କକାସସ ପର୍ବତୀୟ ଅଞ୍ଚଳସ୍ଥିତ ଦୁଇଟି ଦେଶ ହେଉଛନ୍ତି ଆର୍ମେନିଆ ଓ ଅଜରବାଇଜାନ । ଦୁଇଟି ଦେଶ ଭିତରୁ ଆର୍ମେନିଆ ଅପେକ୍ଷାକୃତ କ୍ଷୁଦ୍ର ଓ ଏହା ଏକ ସ୍ଥଳଭାଗ ଆବଦ୍ଧ ଦେଶ । ଏହାର ସୀମାକୁ ଲାଗି ଜର୍ଜିଆ, ଅଜରବାଇଜାନ, ଇରାନ ଓ ତୁର୍କିର ସୀମା ରହିଛି । ଏହାର କ୍ଷେତ୍ରଫଳ ପ୍ରାୟ ୩୩୦୦୦ ବର୍ଗ କିଲୋମିଟର ହୋଇଥିବା ବେଳେ ଅଜରବାଇଜାନ ଆକାରରେ ଏହାର ପ୍ରାୟ ଅଢେଇ ଗୁଣ ବା ୮୫୦୦୦ ବର୍ଗ କିଲୋମିଟର । କାସ୍ପିଆନ ସାଗ...