Skip to main content

Posts

Showing posts with the label Autobiography

କେମିତି ଆତ୍ମଜୀବନୀ ଲେଖିଥିଲେ ଗାନ୍ଧୀଜୀ

ଭାରତୀୟ ସାହିତ୍ୟରେ ଆତ୍ମଜୀବନୀ ରଚନାର ପରମ୍ପରା ସୁଦୀର୍ଘ ନୁହେଁ । ପୂର୍ବେ ନିଜ କଥା ପାଠକଙ୍କ ଆଗରେ ବଖାଣିବା ଲେଖକଙ୍କ ପାଇଁ କେମିତି ଟିକେ ଅଶ୍ୱସ୍ତିକର ଥିଲା । କେହି କେହି ନିଜ ପାଇଁ ଆତ୍ମଜୀବନୀ ଲେଖୁଥିଲେ ବି ତାହା ପୁସ୍ତକ ଆକାରରେ ପ୍ରକାଶ ପାଇ ସାଧାରଣ ପାଠକଙ୍କ ହାତରେ ପଡୁ ବୋଲି ଚାହୁଁ ନ ଥିଲେ । ବଙ୍ଗଳା ଭାଷାରେ ରାସସୁନ୍ଦରୀଙ୍କ ଦ୍ୱାରା ରଚିତ ଓ ୧୮୭୬ରେ ପ୍ରକାଶିତ ‘ଆମାର ଜୀବନ’ ପୁସ୍ତକଟିକୁ ଭାରତୀୟ ଭାଷାରେ ପ୍ରଥମ ଆତ୍ମଜୀବନୀ ପୁସ୍ତକ ଭାବରେ ଗ୍ରହଣ କରା ଯାଇଥାଏ । ଗାନ୍ଧୀଜୀ ଆତ୍ମଜୀବନୀ ଲେଖିଲା ବେଳକୁ ତାଙ୍କର ଇଂରାଜୀ ବ୍ୟତୀତ ନିଜ ମାତୃଭାଷା ଗୁଜରାଟୀକୁ ବାଦ ଦେଲେ ଅନ୍ୟ ଭାଷାର ଜୀବନୀ ସାହିତ୍ୟ ସମ୍ପର୍କରେ ସେପରି ଧାରଣା ନ ଥିଲା । ଏପରିକି ଗୁଜରାଟୀ ଭାଷାରେ ମଧ୍ୟ ସେତେବେଳକୁ କେବଳ ନାରାୟଣ ହେମଚନ୍ଦ୍ରଙ୍କ ରଚିତ ‘ହୁ ପୋଟେ’ ଆତ୍ମଜୀବନୀଟି, ଯାହା ଆଂଶିକ ଭାବେ ଏକ ଭ୍ରମଣ ବୃତ୍ତାନ୍ତ, ୧୯୦୦ ମସିହାରେ ପ୍ରକାଶ ପାଇଥିଲା । ଅବଶ୍ୟ ତା’ ଯଥେଷ୍ଟ ପୂର୍ବରୁ ନର୍ମଦଶଙ୍କର ଦାଭେଙ୍କ ଆତ୍ମଜୀବନୀ ‘ମାରି ହକିକତ’ ୧୮୬୬ରେ ଲେଖା ହୋଇଥିଲେ ବି ତାହା ୧୯୩୩ ଯାଏଁ ପ୍ରକାଶିତ ହୋଇ ନ ଥିଲା । ତେଣୁ ଆତ୍ମଜୀବନୀ କିପରି ଲେଖା ହେଲେ ତାହା ପାଠକୀୟ ଆଦୃତି ଲାଭ କରିବ ସେ ନେଇ ଗାନ୍ଧୀଜୀଙ୍କ ସମ୍ମୁଖରେ କୌଣସି ପ୍ରାରୂପ ନ ଥିଲା । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ଲେଖା ଏକ ଅଭିନବ ଅନୁଭବ ଥିଲା ଏବଂ ଏଥି...