Skip to main content

Posts

Showing posts with the label 10th Schedule Supreme Court Maharashtra India Odia

ମହାରାଷ୍ଟ୍ର ବିଭ୍ରାଟ ଓ ଏକ ଅନୈତିକ ସରକାର

ଜୁନ ୨୦୨୨ରେ ଭାରତୀୟ ରାଜନୈତିକ ରଙ୍ଗମଞ୍ଚରେ ଏକ ରୋମାଞ୍ଚକର ନାଟକ ଅଭିନୀତ ହୋଇଥିଲା । ସେଥିରେ ଦେଖିବାକୁ ମିଳିଲା ଯେ ଶିବସେନାର କିଛି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରଥମେ ମୁମ୍ୱାଇରୁ ଗୁଜରାଟର ସୁରାଟକୁ ଓ ତା’ପରେ ଆଉ କିଛି ବିଦ୍ରୋହୀ ବିଧାୟକଙ୍କ ସହ ମିଶି ଏକ ଟାର୍ଟାର୍ଡ଼ ବିମାନରେ ଆସାମର ରାଜଧାନୀ ଗୁଆହାଟୀକୁ ଗଲେ, ଗୁଆହାଟୀରୁ ଗୋଆ ହୋଇ ମୁମ୍ୱାଇକୁ ଫେରିଲେ । ଦଳୀୟ ହ୍ୱିପର ଅବମାନନା ଆଭିୟୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦ୍ୱାରା ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତିଙ୍କ ନିକଟରେ ଆବେଦନ ହେଲା । ଏ ସବୁ ଘଟଣାର ଘନଘଟା ଭିତରେ ରାଜ୍ୟପାଳ ମହୋଦୟ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଧାରିତ ଦିନରେ ବିଧାନସଭାରେ ଆସ୍ଥା ଭୋଟ ହାସଲ ପାଇଁ ନିର୍ଦ୍ଦେଶ ଦେଲେ । ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ଫଇସଲା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ସେହି ଆବେଦନ ଖାରଜ ହେଲା । ତା’ପରେ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ତା’ପରେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କଲେ । ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ଓ ଉଦ୍ଧବଙ୍କ ସରକାରର ପୁନଃସ୍ଥାପନା ଲାଗି ଆଗତ ରିଟ କରାଗଲା, ଯାହାର ବିଚାର କରି ସୁପ୍ରିମ...